Videos
|
National

Delhi Pune Indigo Flight Mid Air Scare / ମଝି ଆକାଶରେ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଖୋଲିବାକୁ ପ୍ରୟାସ; ଯାତ୍ରା ବେଳେ ଆତଙ୍କିତ ହୋଇଉଠିଲେ ଯାତ୍ରୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
ମଝି ଆକାଶରେ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଖୋଲିବାକୁ ପ୍ରୟାସ; ଯାତ୍ରା ବେଳେ ଆତଙ୍କିତ ହୋଇଉଠିଲେ ଯାତ୍ରୀ
Delhi Pune Indigo Flight Mid Air Scare

Key Points

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଯାତ୍ରୀ ଜଣକ ଏହାକୁ ଛୁଇଁବା ମାତ୍ରେ ଆଲାର୍ମ ବାଜିଉଠିଲା। ଯାହା ଫଳରେ ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଗଲା।

ଦିଲ୍ଲୀ ଠାରୁ ପୁଣେ ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନରେ ଘଟିଯାଇଛି ଏକ ଭୟଙ୍କର ଘଟଣା। ଉଡ଼ାଣ ଭରିବାର କିଛି ସମୟ ପରେ ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲି ଦେବାକୁ ପ୍ରୟାସ କରିଥିଲେ। ଯାହାକୁ ନେଇ ନେଇ ଅନ୍ୟ ସମସ୍ତ ବିମାନ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ପୋଲିସ ଏହି ଘଟଣାରେ ଜଣେସ ୩୩ ବର୍ଷୀୟ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସୋମବାର (ନଭେମ୍ବର ୩୦) ପୁଣେ ଅଭିମୁଖେ ଯାଉଥିବା ବିମାନ ନମ୍ବର 6E6884 ରେ ଏହି ଘଟଣା ଘଟିଥିଲା। ସାସୱଡ ଅଞ୍ଚଳର ବାସିନ୍ଦା ଯାତ୍ରୀ ଗୌରବ ସତ୍ୟେନ୍ଦ୍ର ରୌତେଲା ବିମାନର ଜରୁରୀକାଳୀନ ପ୍ରସ୍ଥାନ ଫାଟକ ପାଖରେ ବସିଥିଲେ। ସେ ବିମାନର ଜରୁରୀକାଳୀନ ପ୍ରସ୍ଥାନ ବ୍ୟବସ୍ଥାକୁ ଖୋଲି ଦେବାକୁ ପ୍ରୟାସ କରିଥିବାର କୁହାଯାଉଛି।

ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ ଯାତ୍ରୀ
ବିମାନବନ୍ଦର ପୋଲିସ ଥାନାର ବରିଷ୍ଠ ନିରୀକ୍ଷକ ଗୋବିନ୍ଦ ପାୱାର କହିଛନ୍ତି ଯେ ଜେରା ସମୟରେ ଯାତ୍ରୀ ଗୌରବ ସତ୍ୟେନ୍ଦ୍ର ରୌତେଲା ଦାବି କରିଥିଲେ ଯେ ସେ ବିମାନର ଜରୁରୀକାଳୀନ ପ୍ରସ୍ଥାନ ବ୍ୟବସ୍ଥାକୁ (Emergency Exit Mechanism) ଦେଖିବା ପାଇଁ କୌତୁହଳବଶତଃ ଏହାକୁ ସ୍ପର୍ଶ କରିଥିଲେ। ସେ ଜାଣି ନଥିଲେ ଯେ ଏହା ଜରୁରୀକାଳୀନ ପ୍ରସ୍ଥାନ ଫାଟକ (Flight Emergency Exit) ସହିତ ଜଡି଼ତ।

ଏହା ସହ ପଢନ୍ତୁ: ଧୂଆଁ ଦେଖାଯିବା ପରେ ବୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ଅଚାନକ ବାଜି ଉଠିଲା ଆଲାର୍ମ; ଭୟଭୀତ ହୋଇଉଠିଲେ ଯାତ୍ରୀ

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଯାତ୍ରୀ ଜଣକ ଏହାକୁ ଛୁଇଁବା ମାତ୍ରେ ଆଲାର୍ମ ବାଜି ଉଠିଥିଲା। ଯାହା ବିମାନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀଙ୍କୁ ସତର୍କ କରି ଦେଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜରୁରୀକାଳୀନ ପ୍ରସ୍ଥାନ ବ୍ୟବସ୍ଥାକୁ କୌଣସି ପ୍ରକାରେ ଖୋଲିବା ପାଇଁ ଚେଷ୍ଟା କରିବା ଅନ୍ୟ ଯାତ୍ରୀଙ୍କ ଜୀବନ ଏବଂ ସୁରକ୍ଷାକୁ ବିପଦରେ ପକାଇପାରେ। ଯେଉଁ ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଥିଲା ​​ତାହା ସୋମବାର ଦିନ ପ୍ରାୟ ୧୨:୪୫ ସମୟରେ ଦିଲ୍ଲୀରୁ ଉଡ଼ାଣ ଭରିଥିଲା। ସେହି ଦିନ ପ୍ରାୟ ଦୁଇଟା ସମୟରେ ପୁଣେରେ ପହଞ୍ଚିଥିଲା।

ଯାତ୍ରୀଙ୍କ ବିରୋଧରେ ରୁଜୁ ହେଲା ମାମଲା
ଅଧିକାରୀ କହିଛନ୍ତି ଯେ ଜଣେ ବିମାନ ଚାଳକ ଦଳ ସଦସ୍ୟଙ୍କ ଅଭିଯୋଗ ଆଧାରରେ, ଯାତ୍ରୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୧୨୫ (ମାନବ ଜୀବନ କିମ୍ବା ଅନ୍ୟ ଲୋକଙ୍କ ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା) ଏବଂ ବିମାନ ଆଇନର ବ୍ୟବସ୍ଥା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। BNS ଧାରା ୩୫(୩) ଅନୁଯାୟୀ ପୋଲିସ ଗୌରବ ସତ୍ୟେନ୍ଦ୍ର ରୌତେଲାଙ୍କୁ ନୋଟିସ୍ ଜାରି କରିଛି। ଏହି ମାମଲାର ତଦନ୍ତ କରାଯାଉଛି।





Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: