Artificially Ripened Mangoes Seized In Hyderabad / ହାଇଦ୍ରାବାଦରେ ୨୦୦ କେଜି ଆମ୍ବ ଜବତ; ବ୍ୟବସାୟୀ ଗିରଫ
·5 months ago·3 min read

Key Points
ଆମ୍ବ ଋତୁ ଆରମ୍ଭ ହୋଇଯିବା ପରେ ହାଇଦ୍ରାବାଦ ପୋଲିସ ସହରରେ ରହିଥିବା ଫଳ ଦୋକାନ ଉପରେ ସତର୍କ ନଜର ରଖିବା ଆରମ୍ଭ କରିଦେଇଛି।
Hyderabad Ripened Mangoes Seized: ଆମ୍ବ ଋତୁ ଆରମ୍ଭ ହୋଇଯିବା ପରେ ହାଇଦ୍ରାବାଦ ପୋଲିସ ଏବେ ସହରର ଜଣେ ଫଳ ବ୍ୟବସାୟୀଙ୍କୁ ଗିରଫ କରିଛି। ପୋଲିସ ଗିରଫ ବ୍ୟବସାୟୀଙ୍କ ପାଖରୁ କୃତ୍ରିମ ଭାବରେ ପାଚିଥିବା ୨୦୦ କିଲୋଗ୍ରାମ ଆମ୍ବ ଜବତ କରିଛି।
ଆମ୍ବ ଋତୁ ଆରମ୍ଭ ହୋଇଯିବା ପରେ ହାଇଦ୍ରାବାଦ ପୋଲିସ ସହରରେ ଅସୁରକ୍ଷିତ ଉପାୟରେ ରାସାୟନିକ ପଦାର୍ଥ ବ୍ୟବହାର କରି ଆମ୍ବ ପଚାଇବା ଘଟଣାକୁ ନେଇ ସତର୍କ ହୋଇଉଠିଛି। ନିକଟରେ ସହରର ଗୋଶମାହାଲ ଅଞ୍ଚଳରେ ଅବସ୍ଥିତ ଚୁଡି ବଜାର ସ୍ଥିତ ବାଲକିଶନ ମନ୍ଦିର ନିକଟରେ ଚଢାଉ କରିଥିଲା। ଚଢାଉ ବେଳେ ପୋଲିସ ଜଣେ ୩୨ ବର୍ଷୀୟ ଫଳ ବ୍ୟବସାୟୀ କୁନାଲ ନୋକଟୱାଲେଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ କହିଛି ଯେ ବ୍ୟବସାୟୀ ଜଣଙ୍କ ଆମ୍ବକୁ ଶୀଘ୍ର ପଚାଇ ଏହାକୁ ବଜାରରେ ବିକ୍ରି କରିବା ପାଇଁ "ଡାଇମଣ୍ଡ ରାଇପ୍-ଇଥାଇଲିନ ରିପେନର" (Diamond Ripe–Ethylene Ripener) ନାମକ ପଦାର୍ଥ ବ୍ୟବହାର କରୁଥିଲେ। ଚଢାଉ ସମୟରେ ଅଧିକାରୀ ଏହି ରାସାୟନିକ ପଦାର୍ଥର ୪ ପ୍ୟାକେଟ, ୨୫ ଖୋଳା ପାଉଚ୍ ଏବଂ ପ୍ରାୟ ୨୦୦ କିଲୋଗ୍ରାମ ଆମ୍ବ ଜବତ କରିଥିଲେ।
ତଦନ୍ତକାରୀଙ୍କ କହିବା ଅନୁଯାୟୀ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ପ୍ରତି ୨୦ କିଲୋଗ୍ରାମ ଆମ୍ବ ପାଇଁ କେବଳ ୫ ପ୍ୟାକେଟ୍ ଇଥାଇଲିନ ରିପେନର ବ୍ୟବହାର କରିବାର ଅନୁମତି ଦିଏ। ହେଲେ ଅଭିଯୁକ୍ତ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଦ୍ୱାରା ନିର୍ଦ୍ଧାରିତ ସୀମା ଅତିକ୍ରମ କରି ପ୍ରତି ୨୦ କିଲୋଗ୍ରାମ ଆମ୍ବ କୁ ପଚାଇବା ପାଇଁ ପ୍ୟାକେଟ୍ ଇଥାଇଲିନ ରିପେନର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାରେ ଖାଦ୍ୟ ପଦାର୍ଥକୁ ଭେଜାଲ କରିବା, ଠକେଇ ଏବଂ ଜନସ୍ୱାସ୍ଥ୍ୟକୁ ବିପଦରେ ପକାଇବା ସହିତ ଜଡିତ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
ଅନ୍ୟପଟେ ଗୋଶାମହଲ ଥାନା ଅଧିକାରୀ ବି.ଶ୍ରବଣ କୁମାର କହିଛନ୍ତି, "ଅଭିଯୁକ୍ତ ଫଳ ବ୍ୟବସାୟୀ ଆମ୍ବକୁ ଶୀଘ୍ର ପଚାଇବା ଏବଂ ବେଆଇନ ଲାଭ କରିବା ପାଇଁ FSSAI ଦ୍ୱାରା ଧାର୍ଯ୍ୟ ହୋଇଥିବା ସୀମା ଠାରୁ ଅଧିକ ରାସାୟନିକ ପଦାର୍ଥ ବ୍ୟବହାର କରୁଥିଲେ। ଏପରି କାର୍ଯ୍ୟ ଲୋକଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇପାରେ। ଆମେ ବଜାର ଏବଂ ଆମ୍ବକୁ ସଂରକ୍ଷଣ କରି ରଖାଯାଇଥିବା ସ୍ଥାନରେ ଯାଞ୍ଚ କରୁଛୁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ମାମଲା ଏପରି ସମୟରେ ଆସିଛି ଯେତେବେଳେ ହାଇଦ୍ରାବାଦ ସହରର ବିଭିନ୍ନ ବଜାରକୁ ଆମ୍ବ ବହୁଳ ମାତ୍ରାରେ ପହଞ୍ଚିବାରେ ଲାଗିଛି। ପୋଲିସ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀ ଚେତାବନୀ ଦେଇଛନ୍ତି ଯେ କିଛି ବ୍ୟବସାୟୀ ଫଳକୁ ଅଧିକ ଉଜ୍ଜ୍ଵଳ ହଳଦିଆ ରଙ୍ଗରେ ଦେଖାଇବା ଏବଂ ବିକ୍ରୟ ପାଇଁ ପ୍ରସ୍ତୁତ କରିବା ଲାଗି ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି।
ରାସାୟନିକ ପଦାର୍ଥର ବ୍ୟବହାରକୁ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବରେ ବିଚାର କରାଯାଉ ଥିବାରୁ, ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜ୍ଜନାର ଏହି ଗ୍ରୀଷ୍ମ ଋତୁରେ ଆମ୍ବ କିଣିବା ସମୟରେ ସତର୍କ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଫଳର ରାଜା ଆମ୍ବ ଭୟର ଫଳ ହେବା ଉଚିତ୍ ନୁହେଁ। କେବଳ ଚକଚକିଆ କିମ୍ବା ଉଜ୍ଜ୍ୱଳ ହଳଦିଆ ଦେଖାଯାଉଥିବାରୁ ଆମ୍ବ କିଣନ୍ତୁ ନାହିଁ। ରାସାୟନିକ ଭାବରେ ପଚା ଯାଇଥିବା ଫଳ ବାହାରକୁ ଭଲ ଦେଖାଯାଇ ପାରେ ହେଲେ ଭିତରେ ଭିତରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
ଅଧିକାରୀ କହିଛନ୍ତି ଯେ ପ୍ରାକୃତିକ ଭାବରେ ପାଚିଲା ଆମ୍ବର ରଙ୍ଗ ସାଧାରଣତଃ ଅସମାନ ରହିଥାଏ। ହେଲେ ରାସାୟନିକ ଭାବରେ ପାଚିଲା ଆମ୍ବ ପ୍ରାୟତଃ ସମାନ ହଳଦିଆ ରଙ୍ଗରେ ଦେଖାଯାଏ ଏବଂ ଏଥିରୁ ତୀବ୍ର ଗନ୍ଧ ବାହାରି ଥାଏ। ଡାକ୍ତର ସତର୍କ କରାଇ ଦେଇଛନ୍ତି ଯେ ଏପରି ଫଳ ଖାଇବା ଦ୍ୱାରା ଗଳାରେ ଜଳାପୋଡ଼ା,ବାନ୍ତି, ପେଟ ଯନ୍ତ୍ରଣା ଏବଂ ଝାଡ଼ା ହୋଇପାରେ। ଦୀର୍ଘ ସମୟ ଧରି ରାସାୟନିକ ଭାବରେ ପଚା ଯାଇଥିବା ଆମ୍ବ ବାରମ୍ବାର ସେବନ କରିବା ଦ୍ୱାରା ସ୍ନାୟୁତନ୍ତ୍ର ଏବଂ ଶ୍ୱାସକ୍ରିୟା ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ଫଳର କୌଣସି ସନ୍ଦେହଜନକ ସଂରକ୍ଷଣ କିମ୍ବା ରାସାୟନିକ ଉପାୟରେ ଏହାକୁ ପଚାଯିବା ସମ୍ପର୍କରେ ନିକଟତମ ଥାନାରେ ରିପୋର୍ଟ କରିବାକୁ ପୋଲିସ ଲୋକଙ୍କୁ କହିଛି।

Related Topics
Explore more stories