Dental Cap in Mutton / ମଟନ୍ ଖାଉଥିବା ବେଳେ ପ୍ଲେଟ୍ରୁ ବାହାରିଲା ଦାନ୍ତ! ଏହି ରେଷ୍ଟୁରାଣ୍ଟକୁ ଜାରି ହେଲା ନୋଟିସ୍
·2 hours ago·1 min read

Key Points
ମଟନରୁ ବାହାରିଲା ଦାନ୍ତ !
ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟର ଘଟଣା
ରେଷ୍ଟୁରାଣ୍ଟରେ ଯାଞ୍ଚ ସହ ନୋଟିସ୍ ଜାରି
ନୋଟିସ୍ ଜାରି କରିଛି ଖାଦ୍ୟ ସୁରକ୍ଷା ବିଭାଗ
ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟର ଘଟଣା
ରେଷ୍ଟୁରାଣ୍ଟରେ ଯାଞ୍ଚ ସହ ନୋଟିସ୍ ଜାରି
ନୋଟିସ୍ ଜାରି କରିଛି ଖାଦ୍ୟ ସୁରକ୍ଷା ବିଭାଗ
ହାଇଦ୍ରାବାଦ୧୬/୧୦: ରେଷ୍ଟୁରାଣ୍ଟରେ ଖାଇବା ସମୟରେ ଗ୍ରାହକଙ୍କ ପ୍ଲେଟ୍ରୁ ମିଳିଲା ଦାନ୍ତ ସଦୃଶ ଏକ ଖଣ୍ଡ ! ମଟନ୍ ମଣ୍ଡିରେ ଖାଉଥିବା ବେଳେ ଏଭଳି ଅପ୍ରତ୍ୟାଶିତ ଜିନିଷ ମିଳିବା ପରେ ଚିନ୍ତାରେ ପଡ଼ିଯାଇଥିଲେ ଗ୍ରାହକ। ଏହି ଘଟଣା ହାଇଦ୍ରାବାଦର ମାଧପୁର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ଖାଦ୍ୟ ସୁରକ୍ଷା ବିଭାଗ ରେଷ୍ଟୁରାଣ୍ଟରେ ଯାଞ୍ଚ କରିବା ସହ ନୋଟିସ୍ ଜାରି କରିଛି।
ସୂଚନା ଅନୁସାରେ, ଶ୍ୟାମ ପ୍ରସାଦ ନାମକ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ସହ କାମରେ ମାଧପୁର ଆସିଥିଲେ। ମଧ୍ୟାହ୍ନ ଭୋଜନ ପାଇଁ ସେମାନେ ଏକ ରେଷ୍ଟୁରାଣ୍ଟକୁ ଯାଇ ମଟନ୍ ମଣ୍ଡି ଅର୍ଡର କରିଥିଲେ। ଖାଇବା ସମୟରେ ମାଂସ ମଧ୍ୟରେ ଦାନ୍ତ ପରି ଦେଖାଯାଉଥିବା ଏକ ଛୋଟ ଖଣ୍ଡ ଦେଖିବାକୁ ପାଇଥିଲେ। ଏହାକୁ ନେଇ ସେମାନେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ।
ପଢନ୍ତୁ ଏହି ଖବର: ଗରବା ମଞ୍ଚରେ ରୋବୋଟ୍ର ଧମାଲ୍! ନବରାତ୍ରି ମହୋତ୍ସବରେ ଆକର୍ଷଣ ସାଜିଲା ‘ପୃଥ୍ୱୀ’
ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମେ କର୍ମଚାରୀମାନେ ଏହାକୁ ମଟନ୍ର ହାଡ଼ ବୋଲି କହିଥିଲେ। କିନ୍ତୁ ପରେ ଏହା ଦାନ୍ତ ସଦୃଶ ଏକ ଖଣ୍ଡ ବୋଲି ଜଣାପଡ଼ିଥିଲା। ରେଷ୍ଟୁରାଣ୍ଟ ପକ୍ଷରୁ କ୍ଷମା ମଗାଯିବା ସହ ମାଗଣାରେ ଅନ୍ୟ ଖାଦ୍ୟ ଦେବାକୁ ପ୍ରସ୍ତାବ ଦିଆଯାଇଥିବା ଗ୍ରାହକ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଖାଦ୍ୟ ସୁରକ୍ଷା ବିଭାଗକୁ ଜଣାଇବା ପରେ ଅଧିକାରୀମାନେ ରେଷ୍ଟୁରାଣ୍ଟରେ ଯାଞ୍ଚ କରିଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ, ଖାଦ୍ୟରୁ ମିଳିଥିବା ଖଣ୍ଡଟି ପ୍ରାକୃତିକ ଦାନ୍ତ ନୁହେଁ, ବରଂ ଏକ ଡେଣ୍ଟାଲ୍ କ୍ୟାପ୍। ଏହି ଘଟଣା ପରେ ରେଷ୍ଟୁରାଣ୍ଟକୁ ନୋଟିସ୍ ଜାରି କରାଯାଇଛି। ଏହି ଘଟଣା ରେଷ୍ଟୁରାଣ୍ଟରେ ଖାଦ୍ୟ ପ୍ରସ୍ତୁତିର ସ୍ୱଚ୍ଛତା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories