Robot Performs Garba / ଗରବା ମଞ୍ଚରେ ରୋବୋଟ୍ର ଧମାଲ୍! ନବରାତ୍ରି ମହୋତ୍ସବରେ ଆକର୍ଷଣ ସାଜିଲା ‘ପୃଥ୍ୱୀ’
·2 hours ago·2 min read

Key Points
ଗରବା ମଞ୍ଚରେ ରୋବୋଟ୍ର ଧମାଲ୍!
ଝିଅଙ୍କ ସହ ଗରବା ଖେଳୁଛି ରୋବୋଟ୍
ରାଜକୋଟର ନବରାତ୍ରି ମହୋତ୍ସବରେ ଆକର୍ଷଣ ସାଜିଛି ‘ପୃଥ୍ୱୀ’

ରାଜକୋଟ୍, ୧୪/୧୦: ଗୁଜରାଟର ରାଜକୋଟର ନବରାତ୍ରି ମହୋତ୍ସବରେ ଏକ ନିଆରା ଦୃଶ୍ୟ ସମସ୍ତଙ୍କ ମନ ଜିଣିଛି। ଏଠାରେ ମଣିଷଙ୍କ ସହ ତାଳ ମିଳାଇ ଗରବା ନୃତ୍ୟ କରିଛି ‘ପୃଥ୍ୱୀ’ ନାମକ ଏକ ରୋବୋଟ୍। ରୋବୋଟ୍ଟି ମଣିଷଙ୍କ ଭଳି ଚାଲିବା, ତାଳି ବଜାଇବା ଓ ଗରବା ଷ୍ଟେପ୍ ପ୍ରଦର୍ଶନ କରିବା ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଭାରତୀୟ ପରମ୍ପରାର ଏହି ଅନନ୍ୟ ମିଶ୍ରଣ ମହୋତ୍ସବର ଆକର୍ଷଣ ବଢ଼ାଇଛି। ରୋବୋଟ୍ର ନୃତ୍ୟକୁ ଲୋକେ ମୋବାଇଲ୍ରେ କଏଦ କରିଥିବା ବେଳେ ଏହି ନିଆରା ପ୍ରଦର୍ଶନ ଚର୍ଚ୍ଚାର ବିଷୟ ପାଲଟିଛି।
ଢୋଲ୍ର ତାଳ, ରଙ୍ଗବେରଙ୍ଗ ପୋଷାକ, ଝଲମଲ ଆଲୋକ ଆଉ ଗରବାର ମନମତାଣିଆ ଧୁନ୍। ନବରାତ୍ରି ଆସିଲେ ଗୁଜରାଟର ପରିବେଶ ଏମିତି ଉତ୍ସବମୁଖର ହୋଇଉଠେ। ହେଲେ ଚଳିତ ବର୍ଷ ରାଜକୋଟର ଏକ ନବରାତ୍ରି ମହୋତ୍ସବରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ମଣିଷଙ୍କ ସହ ତାଳ ମିଳାଇ ଗରବା ନୃତ୍ୟ କରିଛି ଏକ ରୋବୋଟ୍। ଏହି ରୋବୋଟ୍ର ନାଁ ହେଉଛି ‘ପୃଥ୍ୱୀ’। ଏବେ ପରମ୍ପରା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଏହି ଅନନ୍ୟ ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଗରବା ମଞ୍ଚରେ ରୋବୋଟ୍ର ଜଲୱା
ଗଚଜୁରାଟର ସୌରାଷ୍ଟ୍ର ଅଞ୍ଚଳର ରାଜକୋଟରେ କଡଭା ପାଟିଦାର ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ‘କ୍ଲବ୍ ୟୁଭି ନବରାତ୍ରି ମହୋତ୍ସବ’ର ତୃତୀୟ ରାତିରେ ସମସ୍ତଙ୍କ ନଜର ଆକର୍ଷଣ କରିଥିଲା ରୋବୋଟ୍ ପୃଥ୍ୱୀ। ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଏହାକୁ ମୁଖ୍ୟ ମଞ୍ଚରେ ଉପସ୍ଥାପନ କରାଯାଇଥିଲା। ସାଧାରଣତଃ ଗରବା ମଞ୍ଚରେ ମଣିଷଙ୍କ ନୃତ୍ୟ ଓ ତାଳିର ଶବ୍ଦ ଦେଖିବାକୁ ମିଳେ। କିନ୍ତୁ ଏଥର ଦର୍ଶକଙ୍କ ମନ ଜିଣିଥିଲା ଏକ ରୋବୋଟ୍ର ନୃତ୍ୟ। ମଣିଷଙ୍କ ଭଳି ଚାଲିବା, ତାଳି ବଜାଇବା ଏବଂ ଗରବାର ବିଭିନ୍ନ ଷ୍ଟେପ୍ ପ୍ରଦର୍ଶନ କରିବାରେ ପୃଥ୍ୱୀର ଦକ୍ଷତା ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବଳ ମଞ୍ଚରେ ନୁହେଁ, ଉତ୍ସବରେ ଉପସ୍ଥିତ ଗରବାପ୍ରେମୀଙ୍କ ମଧ୍ୟରେ ମଧ୍ୟ ଏହି ରୋବୋଟ୍ ନୃତ୍ୟ ପ୍ରଦର୍ଶନ କରିଥିଲା। ଏହି ନିଆରା ଦୃଶ୍ୟକୁ ନିଜ ମୋବାଇଲ୍ କ୍ୟାମେରାରେ କଏଦ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।
ପଢନ୍ତୁ ଏହି ଖବର: ନବରାତ୍ରିରେ ଡିଜିଟାଲ ଉପବାସ କରିବାକୁ ଡାକ୍ତରଙ୍କ ପରାମର୍ଶ, ଜାଣନ୍ତୁ କଣ ଏହି ଡିଜିଟାଲ ଉପବାସ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରମ୍ପରା ସହ ପ୍ରଯୁକ୍ତିବିଦ୍ୟାର ମିଳନ
କ୍ଲବ୍ ୟୁଭି କମିଟି ସଦସ୍ୟ ବିପିନଭାଇ ବେରାଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷର ନବରାତ୍ରି ମହୋତ୍ସବ ରାଜକୋଟର ନୂତନ ୧୫୦ ଫୁଟ୍ ରିଙ୍ଗ୍ ରୋଡ୍ରେ ଆୟୋଜିତ ହେଉଛି। ପ୍ରତିବର୍ଷ ଗରବାପ୍ରେମୀଙ୍କ ପାଇଁ କିଛି ନୂଆ ଆକର୍ଷଣ ଯୋଡ଼ିବାକୁ ଆୟୋଜକମାନେ ଚେଷ୍ଟା କରିଥାନ୍ତି। ଏଥର ସେହି ଉଦ୍ୟମର ଅଂଶ ଭାବେ ରୋବୋଟ୍ ପୃଥ୍ୱୀକୁ ମହୋତ୍ସବରେ ସାମିଲ କରାଯାଇଛି। ଭାରତୀୟ ପରମ୍ପରା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା କିପରି ଏକାଠି ଆଗକୁ ବଢ଼ିପାରିବ, ତାହାର ଏକ ନିଆରା ଉଦାହରଣ ଭାବେ ଏହି ପଦକ୍ଷେପକୁ ଦେଖାଯାଉଛି।
ଆଜି ରାତିରେ ବି ଦେଖିବାକୁ ମିଳିବ ପୃଥ୍ୱୀ
ଆୟୋଜକଙ୍କ ସୂଚନା ଅନୁଯାୟୀ, ନବରାତ୍ରିର ଚତୁର୍ଥ ରାତି ଆଜି ମଧ୍ୟ ପୃଥ୍ୱୀକୁ ଗରବା ମହୋତ୍ସବରେ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିବ। ନବରାତ୍ରି କେବଳ ନୃତ୍ୟ ଓ ସଙ୍ଗୀତର ପର୍ବ ନୁହେଁ, ଏହା ଭାରତୀୟ ସଂସ୍କୃତି, ଆସ୍ଥା ଓ ସାମୂହିକ ଆନନ୍ଦର ପ୍ରତୀକ। ଏଭଳି ଏକ ପାରମ୍ପରିକ ଉତ୍ସବରେ ରୋବୋଟ୍ର ଅଂଶଗ୍ରହଣ ଦର୍ଶାଉଛି ଯେ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ସହ ପରମ୍ପରାକୁ ମଧ୍ୟ ଜୀବନ୍ତ ରଖାଯାଇପାରେ। ଏବେ ରାଜକୋଟର ଏହି ନିଆରା ଗରବା ମହୋତ୍ସବ ଚର୍ଚ୍ଚାରେ ରହିଥିବା ବେଳେ ‘ପୃଥ୍ୱୀ’ର ନୃତ୍ୟ ଉତ୍ସବର ଅନ୍ୟତମ ଆକର୍ଷଣ ପାଲଟିଛି।

Related Topics
Explore more stories