Twin Children Murder / ହାଇଦ୍ରାବାଦର ଜଣେ ମହିଳା ୨ ବର୍ଷର ଯମଜ ସନ୍ତାନଙ୍କୁ ହତ୍ୟା କଲେ...ଶେଷରେ ଏପରି ନିଷ୍ପତ୍ତି ନେଲେ

Key Points
ହାଇଦ୍ରାବାଦର ଜଣେ ୨୭ ବର୍ଷୀୟ ମହିଳା ତାଙ୍କ ଯମଜ ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ବାଲାନଗରର ପଦ୍ମନଗର କଲୋନି ଫେଜ୍ ୧ରେ ଘଟିଛି।
ହାଇଦ୍ରାବାଦର ଜଣେ ୨୭ ବର୍ଷୀୟ ମହିଳା ତାଙ୍କ ଯମଜ ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ବାଲାନଗରର ପଦ୍ମନଗର କଲୋନି ଫେଜ୍ ୧ରେ ଘଟିଛି। ପ୍ରଥମେ ପୁଅ ଏବଂ ଝିଅକୁ ତକିଆ ସାହାଯ୍ୟରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ ମହିଳା ଶେଷରେ ରହୁଥିବା କୋଠାର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ ମହିଳାଜଣଙ୍କ । ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ହୋଇ ମହିଳାଙ୍କ ମୃତଦେହ ପଡିଥିବା ବେଳେ ସ୍ଥାନୀୟ ଲୋକମାନେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି।
ଏହାସହ ପଢ଼ନ୍ତୁ: ରେଳ ଧାରଣା ପାର ହେଉଥିବା ସମୟରେ ବାଇକରୁ ଖସି ପଡ଼ିଲେ ଯୁବକ: ଚାପିଦେଲା ଟ୍ରେନ
ମୃତ ମହିଳା ଜଣଙ୍କ ହେଉଛନ୍ତି ସାଇ ଲକ୍ଷ୍ମୀ । ସେ ଗତ ଅଗଷ୍ଟ ୨୦୨୨ରେ ଜଣେ ସଫ୍ଟୱେର୍ କର୍ମଚାରୀ ଅନିଲ କୁମାରଙ୍କୁ ବିବାହ କରିଥିଲେ। ଦମ୍ପତିଙ୍କର ଦୁଇ ବର୍ଷର ଯମଜ ସନ୍ତାନଙ୍କ ନାଁ ହେଉଛି ଚେତନ କାର୍ତ୍ତିକେୟ ଏବଂ ଲସ୍ୟତା ଭାଲି। ଦମ୍ପତିଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ସବୁବେଳେ ଝଗଡ଼ା ହେଉଥିଲା। ଘରୋଇ କଳହ ଯୋଗୁଁ ହତାଶ ହୋଇ ମହିଳା ଜଣଙ୍କ ଏପରି ଚରମ ନିଷ୍ପତ୍ତି ନେଇଥିଲେ। ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ଏହି ଘଟଣା ଘଟିଥିଲା । ସେତେବେଳେ ତାଙ୍କ ସ୍ୱାମୀ ଅନିଲ କୁମାର କୌଣସି କାମରେ ବାହାରକୁ ଯାଇଥିଲେ।
📱 Get Argus News App
✨ଆହୁରି ଅଧିକ ପଢ଼ନ୍ତୁ: ଝରକା ଖୋଲୁଖୋଲୁ ଜଙ୍ଗଲୀହାତୀ ପାଦତଳେ ଗଲା ଜେଜେମା’ ଓ ନାତୁଣୀଙ୍କ ଜୀବନ
ଲକ୍ଷ୍ମୀ ତାଙ୍କ ଯମଜ ପିଲାମାନଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ତା’ପରେ କୋଠାରୁ ଡେଇଁ ନିଜେ ଆତ୍ମହତ୍ୟା କରିଥିଲେ । ଯମଜ ସନ୍ତାମ ମଧ୍ୟରୁ ମାତ୍ର ୨ ବର୍ଷର ଶିଶୁ ଚେତନ କଥା କହିପାରୁ ନ ଥିବାରୁ ଲକ୍ଷ୍ମୀଙ୍କୁ ସ୍ଵାମୀ ଏବଂ ପରିବାର ଲୋକ ଅନେକ କଟୁ କଥା କହୁଥିଲେ । ଯେଉଁଥିପାଇଁ ଲକ୍ଷ୍ମୀ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେଉଥିଲା ଏବଂ ପରିବାର ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ଧୀରେ ଧୀରେ ତାଙ୍କ ଝିଅ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ, ଯେଉଁଥିପାଇଁ ଅନିଲ ଲକ୍ଷ୍ମୀଙ୍କୁ ସବୁବେଳେ ଅସଭ୍ୟ ଭାଷାରେ ଗାଲିଗୁଲଜ କରୁଥିଲେ । ସେପଟେ ମହିଳାଙ୍କ ବାପା ତାଙ୍କ ଜ୍ୱାଇଁଙ୍କୁ ବିରୋଧରେ ଝିଅକୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
Related Topics
Explore more stories