khagantak 243 Glide Bomb / ଗ୍ଲାଇଡ୍ ବମ୍ 'ଖଗନ୍ତକ-୨୪୩' ପରୀକ୍ଷଣ ସଫଳ ;୧୪୦ କିମି ଦୂରରୁ ନିପାତ ହେବେ ଶତ୍ରୁ
·1 hour ago·4 min read

Key Points
ଭାରତୀୟ ବାୟୁସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୀର୍ଘ ଦୂରଗାମୀ ଗ୍ଲାଇଡ୍ ବମ୍ "ଖଗନ୍ତକ-୨୪୩" ର ସଫଳତାର ସହିତ ପରୀକ୍ଷଣ କରିଛି। ଏହି ଅତ୍ୟାଧୁନିକ ୩୦୦ କିଲୋଗ୍ରାମ ଶ୍ରେଣୀର ବୋମା ୧୪୦ କିଲୋମିଟରରୁ ଅଧିକ ଦୂରତାରେ ଲକ୍ଷ୍ୟସ୍ଥଳକୁ ସଠିକ୍ ଭାବରେ ଆକ୍ରମଣ କରିପାରିବ।
ଦୂରଗାମୀ ଗ୍ଲାଇଡ୍ ବମ୍ 'ଖଗନ୍ତକ-୨୪୩'ର ସଫଳ ପରୀକ୍ଷଣ କରିଛି ଭାରତୀୟ ବାୟୁସେନା। ଏନେଇ ବାୟୁସେନା କହିଛି ଯେ ପରୀକ୍ଷଣ ସମୟରେ ସମସ୍ତ ନିର୍ଦ୍ଧାରିତ ଉଦ୍ଦେଶ୍ୟ ହାସଲ କରାଯାଇଛି। ଯାହା ଭାରତୀୟ ପ୍ରତିରକ୍ଷା ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଏବଂ JSR ଡାଇନାମିକ୍ସ ଦ୍ୱାରା ମିଳିତ ଭାବରେ ବିକଶିତ, ଏହି ବୋମା ଏକ ଲଢ଼ୁଆ ବିମାନରୁ ନିକ୍ଷେପ ପରେ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଗ୍ଲାଇଡ୍ (Glide) କରିଥାଏ ଏବଂ ଏହାର ଲକ୍ଷ୍ୟସ୍ଥଳରେ ଏକ ସଠିକ୍ ଆକ୍ରମଣ କରେ। ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ ଏବଂ ପ୍ରତିରକ୍ଷା ନବସୃଜନ ପଦକ୍ଷେପ ଅଧିନରେ ବିକଶିତ ଏହି ଅସ୍ତ୍ର ଭାରତୀୟ ବାୟୁସେନାର ଷ୍ଟାଣ୍ଡ-ଅଫ୍ ଷ୍ଟ୍ରାଇକ୍ (Stand Off Strike) କ୍ଷମତାକୁ ଆହୁରି ମଜବୁତ କରିବ।
ଭାରତୀୟ ବାୟୁସେନା "ଖଗନ୍ତକ-୨୪୩" ର ସଫଳ ପରୀକ୍ଷଣ ଘୋଷଣା ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରିଛି। ଯେଉଁଥିରେ କୁହାଯାଇଛି ଯେ ଏହି ପରୀକ୍ଷଣ ଭାରତୀୟ ଶିଳ୍ପ ଏବଂ ବାୟୁସେନା ଉଭୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ବାୟୁସେନା କହିଛି ଯେ ଏହି ପରୀକ୍ଷଣ ସମସ୍ତ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିଛି ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧିନରେ ଦେଶର ଆକ୍ରମଣ କ୍ଷମତାକୁ ମଜବୁତ କରିଛି।
ଏହି ପରୀକ୍ଷଣ କାହିଁକି ଗୁରୁତ୍ୱପୂର୍ଣ୍ଣ?
"ଖଗନ୍ତକ-୨୪୩" ର ସଫଳ ପରୀକ୍ଷଣ ଭାରତୀୟ ବାୟୁସେନାକୁ ସ୍ୱଦେଶୀ "ଷ୍ଟାଣ୍ଡ-ଅଫ୍ ପ୍ରିସିସନ୍ ଷ୍ଟ୍ରାଇକ୍" (Stand Off Precision Strike) ହତିଆର ପାଇଁ ଏକ ନୂତନ ବିକଳ୍ପ ପ୍ରଦାନ କରେ। ଏହା ବାୟୁସେନାକୁ ବିପଦ ବିନା ଶତ୍ରୁ ପକ୍ଷର ଲକ୍ଷ୍ୟସ୍ଥଳକୁ ଦୀର୍ଘ ଦୂରଗାମୀ ଆକ୍ରମଣ ଆରମ୍ଭ କରିବାକୁ ସକ୍ଷମ କରିବ। ଏହି ସଫଳତା ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ନିର୍ଭରତା ହ୍ରାସ କରିବା ଏବଂ ସ୍ୱଦେଶୀ ଜ୍ଞାନକୌଶଳ ବିକାଶ ଉପରେ ଧ୍ୟାନ ଦେବାର ଭାରତୀୟ ରଣନୀତିକୁ ମଧ୍ୟ ମଜବୁତ କରିବ। ଆତ୍ମନିର୍ଭର ଭାରତ ଏବଂ "ମେକ୍ ଇନ୍ ଇଣ୍ଡିଆ" (Make in India) ଅଭିଯାନ ଅଧିନରେ ବିକଶିତ, ଏହି ଅସ୍ତ୍ରକୁ ଭବିଷ୍ୟତରେ ଭାରତର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ପାଇଁ ଏକ ପ୍ରମୁଖ ସଫଳତା ଭାବରେ ବିବେଚନା କରାଯାଏ।
ଏହା ସହ ପଢନ୍ତୁ: ଭାରତରେ ଗର୍ଜିବେ ବିଶ୍ୱର ସବୁଠାରୁ ଉନ୍ନତ ଲଢ଼ୁଆ ବିମାନ; ପାକିସ୍ତାନ ସୀମା ନିକଟରେ ଶକ୍ତି ପ୍ରଦର୍ଶନ କରିବେ ୮ ଦେଶ
"ଖଗନ୍ତକ-୨୪୩" କ’ଣ?
"ଖଗନ୍ତକ-୨୪୩" ହେଉଛି ଏକ ୩୦୦ କିଲୋଗ୍ରାମ ଶ୍ରେଣୀର ବାୟୁବାହୀ ଲମ୍ବ ଦୂରଗାମୀ ଷ୍ଟାଣ୍ଡ-ଅଫ୍ ପ୍ରିସିସନ୍ ଗାଇଡେଡ୍ ଗ୍ଲାଇଡ୍ ବମ୍ (Airborne Long-Range Stand-off Precision-Guided Glide Bomb)। ଏହାକୁ ଏପରି ଉପାୟରେ ବିକଶିତ କରାଯାଇଛି ଯାହାକୁ ଲକ୍ଷ୍ୟସ୍ଥଳରେ ନପହଞ୍ଚି ଯୁଦ୍ଧ ବିମାନ ଦ୍ୱାରା ଦୂରରୁ ନିକ୍ଷେପ କରାଯାଇ ପାରିବ। ଏହି ବମ୍, ପାରମ୍ପରିକ ବୋମା ଅପେକ୍ଷା ଅଧିକ ସୁରକ୍ଷିତ ଏବଂ ପ୍ରଭାବଶାଳୀ ବିବେଚନା କରାଯାଏ। କାରଣ ଭାରତୀୟ ବାୟୁସେନା ଯୁଦ୍ଧ ବିମାନକୁ ଶତ୍ରୁ ପକ୍ଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭେଦ କରିବାର ଆବଶ୍ୟକତା ନାହିଁ। ଏହାକୁ ନିକ୍ଷେର କରିବା ପରେ, ଏହା ଡେଣା ବ୍ୟବହାର କରି ଲକ୍ଷ୍ୟସ୍ଥଳ ଆଡ଼କୁ ଉଡ଼ିଥାଏ ଏବଂ ଲକ୍ଷ୍ୟସ୍ଥଳ ଉପରେ ସଠିକ୍ ଆକ୍ରମଣ କରେ।
୧୪୦ କିମି ରହିଛି ଲକ୍ଷ୍ୟକ୍ଷେଦ କ୍ଷମତା
ରିପୋର୍ଟ ଅନୁଯାୟୀ, ଯଦି "ଖଗନ୍ତକ-୨୪୩" ବମ୍ କୁ ପ୍ରାୟ ୧୨,୦୦୦ ମିଟର ଉଚ୍ଚତାରୁ ନିକ୍ଷେପ କରାଯାଏ, ତାହେଲେ ଏହା ୧୪୦ କିଲୋମିଟର ଠାରୁ ଅଧିକ ଦୂରତାରେ ରହିଥିବା ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିପାରିବ। ଏହା ହେଉଛି ଏହାର ସବୁଠାରୁ ବଡ଼ ଶକ୍ତି। ଏହା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ନିରାପଦ ଦୂରତାରୁ ଶତ୍ରୁ ଶିବିର, ସାମରିକ ପ୍ରତିଷ୍ଠାନ ଏବଂ ରଣନୈତିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିବାକୁ କ୍ଷମତା ପ୍ରଦାନ କରି।
ଉନ୍ନତ ପ୍ରଯୁକ୍ତିବିଦ୍ୟା ସହିତ ହୋଇଛି ସଜ୍ଜିତ
"ଖଗନ୍ତକ-୨୪୩" ଏହାର ନଳାକାର ଗଠନ, କେନ୍ଦ୍ର ଭାଗରେ ଏକ ସ୍ୱତନ୍ତ୍ର "ଗ୍ଲାଇଡ୍ ୱିଙ୍ଗ" (Glide Wing) ଏବଂ ପଛପଟେ ପାଞ୍ଚଟି ନିୟନ୍ତ୍ରଣ ପୃଷ୍ଠ ରହିଛି। ଯାହା ଉଡ଼ାଣ ସମୟରେ ଏହାର ଦିଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହି ବୋମା "Mk-81 ଜେନେରାଲ ପର୍ପସ୍ ବ୍ଲାଷ୍ଟ ଫ୍ରାଗମେଣ୍ଟେସନ୍ ୱାରହେଡ୍" (Mk-81 General Purpose Blast-Fragmentation Warhead) ସହିତ ସଜ୍ଜିତ। ଯାହା ପ୍ରାୟ ୧୨୫ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ବହନ କରିପାରିବ। ଏହାର ମଡ୍ୟୁଲାର୍ ଡିଜାଇନ୍ ୱାରହେଡ୍ ଏବଂ ମାର୍ଗଦର୍ଶନ ପ୍ରଣାଳୀକୁ ବିଭିନ୍ନ କାର୍ଯ୍ୟକ୍ଷମ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରିବାକୁ ଅନୁମତି ଦେଇଥାଏ।
ଏହା ସହ ପଢନ୍ତୁ: ଅଷ୍ଟ୍ରେଲିଆ ଆକାଶରେ ଗର୍ଜିବ ରାଫେଲ; ଶକ୍ତି ପ୍ରଦର୍ଶନ ଭାରତୀୟ ବାୟୁସେନା
BEL ଏବଂ JSR ଡାଇନାମିକ୍ସ ଦ୍ୱାରା ମିଳିତ ଭାବରେ ହୋଇଛି ବିକଶିତ
"ଖଗନ୍ତକ-୨୪୩" ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଏବଂ JSR ଡାଇନାମିକ୍ସ ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଥିଲା। JSR ଡାଇନାମିକ୍ସ ଯୁଦ୍ଧାସ୍ତ୍ରର ଗଠନ ଏବଂ ନିୟନ୍ତ୍ରଣ ପ୍ରଣାଳୀ ବିକଶିତ କରିଥିଲା, ଯେତେବେଳେ BEL ଏହାର ଇଲେକ୍ଟ୍ରୋନିକ୍ସ ଏବଂ ମାର୍ଗଦର୍ଶନ ପ୍ରଣାଳୀ (Electronics & Guidance systems) ବିକଶିତ କରିଥିଲା। ଭାରତୀୟ ବାୟୁସେନା ଏହି ଅସ୍ତ୍ର ପାଇଁ BEL ସହିତ ଏକ ଅର୍ଡର ଦେଇସାରିଛି।
Su-30MKI ବିମାନରୁ ହୋଇଥିଲା ପରୀକ୍ଷଣ
"ଖଗନ୍ତକ-୨୪୩" ବୋମାର ପରୀକ୍ଷଣ ପାଇଁ Su-30MKI ଲଢ଼ୁଆ ବିମାନକୁ ପ୍ରାରମ୍ଭିକ ପ୍ଲାଟଫର୍ମ ଭାବରେ ଚୟନ କରାଯାଇଥିଲା। ଭବିଷ୍ୟତରେ ଏହାକୁ ଅନ୍ୟ ଲଢ଼ୁଆ ବିମାନ ସହିତ ସଂଯୁକ୍ତ କରାଯିବାର ସମ୍ଭାବନା ଅଛି। ଏହା ଭାରତୀୟ ବାୟୁସେନାର ବିଭିନ୍ନ ବାୟୁ ପ୍ଲାଟଫର୍ମର ଘାତକ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ।

Precision. Power. Pride.
— Indian Air Force (@IAF_MCC) September 2, 2026
A significant milestone for the #IAF and Indian Industry. The Indian Air Force successfully conducted the drop of an indigenously designed & developed Long Range Glide Bomb (Khagantak-243). The Trials met all objectives scaling new peaks of lethality… pic.twitter.com/VWZEp89zL0
ଉନ୍ନତ ପ୍ରଯୁକ୍ତିବିଦ୍ୟା ସହିତ ହୋଇଛି ସଜ୍ଜିତ
"ଖଗନ୍ତକ-୨୪୩" ଏହାର ନଳାକାର ଗଠନ, କେନ୍ଦ୍ର ଭାଗରେ ଏକ ସ୍ୱତନ୍ତ୍ର "ଗ୍ଲାଇଡ୍ ୱିଙ୍ଗ" (Glide Wing) ଏବଂ ପଛପଟେ ପାଞ୍ଚଟି ନିୟନ୍ତ୍ରଣ ପୃଷ୍ଠ ରହିଛି। ଯାହା ଉଡ଼ାଣ ସମୟରେ ଏହାର ଦିଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହି ବୋମା "Mk-81 ଜେନେରାଲ ପର୍ପସ୍ ବ୍ଲାଷ୍ଟ ଫ୍ରାଗମେଣ୍ଟେସନ୍ ୱାରହେଡ୍" (Mk-81 General Purpose Blast-Fragmentation Warhead) ସହିତ ସଜ୍ଜିତ। ଯାହା ପ୍ରାୟ ୧୨୫ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ବହନ କରିପାରିବ। ଏହାର ମଡ୍ୟୁଲାର୍ ଡିଜାଇନ୍ ୱାରହେଡ୍ ଏବଂ ମାର୍ଗଦର୍ଶନ ପ୍ରଣାଳୀକୁ ବିଭିନ୍ନ କାର୍ଯ୍ୟକ୍ଷମ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରିବାକୁ ଅନୁମତି ଦେଇଥାଏ।
ଏହା ସହ ପଢନ୍ତୁ: ଅଷ୍ଟ୍ରେଲିଆ ଆକାଶରେ ଗର୍ଜିବ ରାଫେଲ; ଶକ୍ତି ପ୍ରଦର୍ଶନ ଭାରତୀୟ ବାୟୁସେନା
BEL ଏବଂ JSR ଡାଇନାମିକ୍ସ ଦ୍ୱାରା ମିଳିତ ଭାବରେ ହୋଇଛି ବିକଶିତ
"ଖଗନ୍ତକ-୨୪୩" ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଏବଂ JSR ଡାଇନାମିକ୍ସ ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଥିଲା। JSR ଡାଇନାମିକ୍ସ ଯୁଦ୍ଧାସ୍ତ୍ରର ଗଠନ ଏବଂ ନିୟନ୍ତ୍ରଣ ପ୍ରଣାଳୀ ବିକଶିତ କରିଥିଲା, ଯେତେବେଳେ BEL ଏହାର ଇଲେକ୍ଟ୍ରୋନିକ୍ସ ଏବଂ ମାର୍ଗଦର୍ଶନ ପ୍ରଣାଳୀ (Electronics & Guidance systems) ବିକଶିତ କରିଥିଲା। ଭାରତୀୟ ବାୟୁସେନା ଏହି ଅସ୍ତ୍ର ପାଇଁ BEL ସହିତ ଏକ ଅର୍ଡର ଦେଇସାରିଛି।
Su-30MKI ବିମାନରୁ ହୋଇଥିଲା ପରୀକ୍ଷଣ
"ଖଗନ୍ତକ-୨୪୩" ବୋମାର ପରୀକ୍ଷଣ ପାଇଁ Su-30MKI ଲଢ଼ୁଆ ବିମାନକୁ ପ୍ରାରମ୍ଭିକ ପ୍ଲାଟଫର୍ମ ଭାବରେ ଚୟନ କରାଯାଇଥିଲା। ଭବିଷ୍ୟତରେ ଏହାକୁ ଅନ୍ୟ ଲଢ଼ୁଆ ବିମାନ ସହିତ ସଂଯୁକ୍ତ କରାଯିବାର ସମ୍ଭାବନା ଅଛି। ଏହା ଭାରତୀୟ ବାୟୁସେନାର ବିଭିନ୍ନ ବାୟୁ ପ୍ଲାଟଫର୍ମର ଘାତକ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories