IAF Vayu Baan / ଦୂରରୁ ଥାଇ ଶତ୍ରୁଙ୍କୁ ନିପାତ କରିବ 'ବାୟୁ ବାଣ', କିପରି କରିବ କାମ?
·2 days ago·3 min read

Key Points
ଏଣିକି ହେଲିକପ୍ଟର ମଧ୍ୟରୁ ଡ୍ରୋନ ଉଡ଼ାଇ ଶତ୍ରୁ ପକ୍ଷ ଉପରେ ହେବ ଆକ୍ରମଣ । ଜବାବୀ କିମ୍ବା ପାଲଟା ଆକ୍ରମଣ ପାଇଁ ହେଲିକ୍ୟାପ୍ଟର କୁ ଏଣିକି ଆଉ ଶତ୍ରୁ ପକ୍ଷର ନିକଟକୁ ଯିବାକୁ ପଡି଼ବ ନାହିଁ।
IAF Vayu Baan War Strategy: ଭାରତୀୟ ବାୟୁସେନା ପକ୍ଷରୁ ଏକ ନୂତନ ଏବଂ ଉନ୍ନତ ପ୍ରକଳ୍ପ ଆରମ୍ଭ କରାଯାଇଛି। ଯାହାର ନାଁ ହେଉଛି "ବାୟୁ ବାଣ"। ଏହି ପ୍ରକଳ୍ପ ଯୁଦ୍ଧ ପରିଚାଳନା ପଦ୍ଧତିକୁ ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି। ଏଣିକି ହେଲିକପ୍ଟର ମଧ୍ୟରୁ ଡ୍ରୋନ ଉଡ଼ାଇ ଶତ୍ରୁ ପକ୍ଷ ଉପରେ ହେବ ଆକ୍ରମଣ । ଜବାବୀ କିମ୍ବା ପାଲଟା ଆକ୍ରମଣ ପାଇଁ ହେଲିକ୍ୟାପ୍ଟର କୁ ଏଣିକି ଆଉ ଶତ୍ରୁ ପକ୍ଷର ନିକଟକୁ ଯିବାକୁ ପଡି଼ବ ନାହିଁ। ଯାହା ଦ୍ୱାରା ଯୁଦ୍ଧ ବେଳେ ବାୟୁସେନାର ଏୟାରକ୍ରୁ (Air Crew) ଙ୍କ ସୁରକ୍ଷା ବିପନ୍ନ ହେବ ନାହିଁ। ବାୟୁସେନା "ବାୟୁ ବାଣ" ପ୍ରକଳ୍ପର ଡିଜାଇନ ଏବଂ ଏହାକୁ ବିକଶିତ କରିବା ପାଇଁ ଭାରତୀୟ କମ୍ପାନୀ ଲାଗି ଆରଏଫପି (RFP-Request for Proposal) ଜାରି କରିଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବରେ ସ୍ୱଦେଶୀ ହେବା ସହ ଏଥିରେ କେବଳ ଭାରତୀୟ କମ୍ପାନୀ ଅଂଶଗ୍ରହଣ
କରିବେ।
ଏବେ ଯୁଦ୍ଧ କରିବା କୌଶଳ ବଦଳି ଗଲାଣି। ବର୍ତ୍ତମାନ ଶତ୍ରୁ ପକ୍ଷ ଉପରେ ଦୂରରୁ ଟାର୍ଗେଟ କରାଯାଉଛି। ଯାହାକୁ ସାମରିକ ଭାଷାରେ "ବିୟଣ୍ଡ ଭିଜୁଆଲ୍ ରେଞ୍ଜ" (Beyond Visual Range) କୁହାଯାଏ। ଏହି ସିଷ୍ଟମ୍ ପାଇଁ ଡ୍ରୋନ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହା ରଣକୌଶଳ ଅଧିନରେ ମିଲିଟାରି ଡ୍ରୋନ୍କୁ ହେଲିକପ୍ଟର ମଧ୍ୟରୁ ତଳକୁ ଖସାଇ ଦିଆଯିବ। ଯାହା ପରେ ଡ୍ରୋନ୍ ସ୍ୱୟଂ ଚାଳିତ ଭାବେ ଉଡ଼ାଣ ଭରି ଏହାର ଧାର୍ଯ୍ୟ ଲକ୍ଷ୍ୟସ୍ଥଳ ଆଡକୁ ଚାଲିଯିବ। ଏହି ଡ୍ରୋନ୍ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହେବା ସହ ନିରନ୍ତର ଭାବରେ ଏହାକୁ ପରିଚାଳନା କରୁଥିବା ବ୍ୟକ୍ତିଙ୍କ ପାଖକୁ ଆବଶ୍ୟକୀୟ ସୂଚନା ପଠାଇବ।
ଡ୍ରୋନ୍ କେବଳ ନିରୀକ୍ଷଣ କରିବ ନାହିଁ ବରଂ ଆବଶ୍ୟକ ହେଲେ ଆକ୍ରମଣ ମଧ୍ୟ କରିପାରିବ। ଏହାକୁ ଏକ ଏୟାର-ଲଞ୍ଚଡ୍ ଲୋଇଟରିଙ୍ଗ୍ ମ୍ୟୁନିଶନ୍ (Air-Launched Loitering Munition) ଏବଂ ସର୍ଭିଲେନ୍ସ ଡ୍ରୋନ୍ (Surveillance Drone) କୁହାଯାଇ ପାରିବ। ଯାହାର ଉଡ଼ାଣ ପରିସର ୮୦ କିଲୋମିଟର (Flying Range of Drone) ହୋଇଥିବା ବେଳେ ଏହା ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ (Endurance of Drone) ରହିପାରିବ। ଏପରି ଡ୍ରୋନ ୧୫୦ ଫୁଟରୁ ୮୦୦୦ ଫୁଟ ଉଚ୍ଚତାରେ କାର୍ଯ୍ୟ କରିପାରିବ। ଏଥିରେ ଇଲେକ୍ଟ୍ରୋ-ଅପ୍ଟିକାଲ୍ ଏବଂ ଇନଫ୍ରାରେଡ୍ ସେନ୍ସର (Electro-Optical & Infrared Sensors) ରହିବ। ଯାହା ଏହାକୁ ଦିନ ସହ ରାତି ସମୟରେ କାର୍ଯ୍ୟ କରିବାକୁ ଅନୁମତି ଦେବ। ଏଥିରେ ଏକ ଆଣ୍ଟି-ଜିପିଏସ ଜାମିଂ ସିଷ୍ଟମ୍ (Drone Anti-GPS Jamming System) ମଧ୍ୟ ରହିବ। ଅର୍ଥାତ୍ ସିଗନାଲ (Drone Signal) ବନ୍ଦ ରହିଥିଲେ ମଧ୍ୟ ଏହି ଡ୍ରୋନ ଏହାର ମିଶନ୍ (Military Drone Mission) ସମାପ୍ତ କରିପାରିବ।
ଡ୍ରୋନ୍ରୁ ମିଳିଥିବା ଭିଡିଓକୁ ଏହାକୁ ପରିଚାଳନା କରୁଥିବା ବ୍ୟକ୍ତିଙ୍କ ପାଖକୁ ସିଧାସଳଖ ପଠାଯିବ। ଏହାକୁ ଉଭୟ ସ୍ଥଳ କିମ୍ବା ଆକାଶ ମାର୍ଗରୁ ନିୟନ୍ତ୍ରଣ କରାଯାଇପାରିବ। ଯେଉଁଥିରେ ୫୦୦ ଗ୍ରାମରୁ ୧୦୦୦ ପେଲୋଡ୍ ବହନ କରିବାର କ୍ଷମତା ରହିବ। ଏଥିରେ ୩ ପ୍ରକାରର ପେଲୋଡ୍ ସ୍ଥାପନ କରାଯିବ। ତାହା ହେଉଛି ନିରୀକ୍ଷଣ କରିବା ଏବଂ ଲକ୍ଷ୍ୟକୁ ଚିହ୍ନଟ ଏବଂ ଆକ୍ରମଣ ପାଇଁ ରକେଟ୍ ସହ ଯୋଡ଼ି ହୋଇଯିବା।
ଭାରତୀୟ ବାୟୁସେନା ଏପରି ଧରଣର ମୋଟ ୧୦ ଡ୍ରୋନ୍ ୟୁନିଟ୍ ଆବଶ୍ୟକ ରହିଛି। ଏଥିପାଇଁ ବ୍ୟତୀତ ଦୁଇଟି ଏୟାରବର୍ଣ୍ଣ କଣ୍ଟ୍ରୋଲ ଷ୍ଟେସନ୍, ଦୁଇଟି ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ୍ ଏବଂ ଅନ୍ୟ ଆବଶ୍ୟକୀୟ ଉପକରଣ ଆବଶ୍ୟକ। ବାୟୁସେନା ପକ୍ଷରୁ ଜାରି ହୋଇଥିବା ଏହି ଆରଏଫପି ଗାନ୍ଧୀନଗର ସ୍ଥିତ ବାୟୁସେନାର ଆଞ୍ଚଳିକ ଏରୋସ୍ପେସ୍ ଇନୋଭେସନ୍ ଡିଭିଜନ ଦ୍ୱାରା ଜାରି ହୋଇଛି। ଚୁକ୍ତିନାମା ସ୍ୱାକ୍ଷର ହେବାର ୧୨ ମାସ ମଧ୍ୟରେ ଏହି ପ୍ରକଳ୍ପ ସମାପ୍ତ ହେବ। ଭାରତର "ବାୟୁ ବାଣ" ପ୍ରକଳ୍ପକୁ ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହି ବ୍ୟବସ୍ଥା ବିପଦପୂର୍ଣ୍ଣ ଅଞ୍ଚଳରେ ଉପଯୋଗୀ ହେବ। ଡ୍ରୋନ୍ ପ୍ରଥମେ ସୂଚନା ସଂଗ୍ରହ କରିବ, ପରେ ଲକ୍ଷ୍ୟ ଚିହ୍ନଟ କରିବ ଏବଂ ଆବଶ୍ୟକ ହେଲେ ସଠିକ୍ ଆକ୍ରମଣ କରିବ। ଏହା ମିଶନର ସଫଳତା ବୃଦ୍ଧି କରିବ ଏବଂ ବିପଦ ହ୍ରାସ କରିବ। ଆଧୁନିକ ଯୁଦ୍ଧର ଆବଶ୍ୟକତାକୁ ଧ୍ୟାନରେ ରଖି ବାୟୁସେନା ଏପରି ପ୍ରକଳ୍ପକୁ ବିକଶିତ କରିଛି। ଏହା ହେଲିକପ୍ଟରର କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories