IAFର ୱିଙ୍ଗ୍ କମାଣ୍ଡର ଶୁଭାନ୍ସୁ ଶୁକ୍ଲା ମହାକାଶ ମିଶନ ପାଇଁ ମୁଖ୍ୟ ମହାକାଶଚାରୀ ଭାବେ ମନୋନୀତ
·1 year ago

ଅର୍ଗସ ବ୍ୟୁରୋ: ଇସ୍ରୋର ଐତିହାସିକ ନିଷ୍ପତ୍ତି । ଆଇଏଏଫ୍ ର ୱିଙ୍ଗ୍ କମାଣ୍ଡର ଶୁଭାନ୍ସୁ ଶୁକ୍ଲାଙ୍କୁ ମହାକାଶ ମିଶନ ପାଇଁ ମୁଖ୍ୟ ମହାକାଶଚାରୀ ଭାବେ ମନୋନୀତ କରାଯାଇଛି । ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ସେ ଆଗାମୀ ଇଣ୍ଡୋ-ଆମେରିକା ମିଶନର ଅଂଶ ହେବେ । ମହାକାଶ ମିଶନରେ ଅଂଶଗ୍ରହଣ କରିବାକୁ ରାକେଶ ଶର୍ମାଙ୍କ ପରେ ଶୁଭାନୁ ଶୁକ୍ଲା ଦ୍ୱିତୀୟ ଭାରତୀୟ ହେବେ ।
ପିଏମ ମୋଦୀଙ୍କ ପ୍ରେରଣା ଏହି ଗଗନଜାନ ମିଶନକୁ ଗତି ଦେଇଥିଲା । ଏହି ମିଶନ ପାଇଁ ଗ୍ରୁପ୍ କ୍ୟାପଟେନ୍ ଶୁଭାନ୍ସୁ ଶୁକ୍ଲାଙ୍କୁ ପ୍ରାଇମ୍ ଏବଂ ଗ୍ରୁପ୍ କ୍ୟାପଟେନ ପ୍ରସାନ୍ତ ବାଲାକ୍ରିଷ୍ଣନ୍ ନାୟାର ବ୍ୟାକଅପ୍ ଭାବରେ ରଖାଯାଇଛି । ଗଗନଜାନ ମିଶନ୍ ଭାରତର ପ୍ରଥମ ନିଜସ୍ୱ ମହାକାଶ ମିଶନ ଏବଂ ଏଥିପାଇଁ ଇସ୍ରୋରେ ପ୍ରଶିକ୍ଷଣ ଆରମ୍ଭ ହୋଇସାରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: