Divya Mittal / IAS ଛାଡ଼ି ରାଜନୀତିରେ ଦିବ୍ୟା ମିତ୍ତଲ, କହିଲେ ଦଳରେ ଯୋଗ ଦେବିନି...

Key Points
IAS ଛାଡ଼ି ରାଜନୀତିରେ ଦିବ୍ୟା ମିତ୍ତଲ ।
କହିଲେ ଦଳରେ ଯୋଗ ଦେବିନି...
IAS ଚାକିରି ଛାଡ଼ିବା ପରେ ନିଜର ଆଗାମୀ ରାଜନୈତିକ ପଦକ୍ଷେପ ସ୍ପଷ୍ଟ କରିଛନ୍ତି ଉତ୍ତରପ୍ରଦେଶ କ୍ୟାଡରର ପୂର୍ବତନ IAS ଅଧିକାରୀ ଦିବ୍ୟା ମିତ୍ତଲ । ସେ କହିଛନ୍ତି, ସେ ରାଜନୀତିରେ ପ୍ରବେଶ କରିବେ, କିନ୍ତୁ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ନାହିଁ । ସାଧାରଣ ଲୋକଙ୍କ ସହ ମିଶି ଲୋକଙ୍କ ସମସ୍ୟା ଓ ପ୍ରଶ୍ନକୁ ଆଧାର କରି ଏକ ନୂଆ ରାଜନୈତିକ ମଞ୍ଚ ଗଢ଼ିବାକୁ ସେ ଚାହୁଁଛନ୍ତି ।
ଦିବ୍ୟା ମିତ୍ତଲଙ୍କ କହିବା ଅନୁଯାୟୀ, ତାଙ୍କ ରାଜନୈତିକ ଯାତ୍ରା ଉତ୍ତରପ୍ରଦେଶରୁ ଆରମ୍ଭ ହେବ । ଉତ୍ତରପ୍ରଦେଶର ଲୋକଙ୍କ ସହ ତାଙ୍କର ଅନେକ ଦିନ ଧରି ସମ୍ପର୍କ ରହିଛି ଏବଂ ଅଧିକାରୀ ଭାବେ କାମ କରିବା ସମୟରେ ଲୋକଙ୍କ ସମସ୍ୟାକୁ ନିକଟରୁ ଦେଖିଥିବା ସେ କହିଛନ୍ତି ।
ସେ କହିଛନ୍ତି, ରାଜନୀତି ତାଙ୍କ ପାଇଁ କେବଳ କୌଣସି ପଦ ହାସଲ କରିବାର ମାଧ୍ୟମ ନୁହେଁ । ଯେଉଁମାନଙ୍କ କଥା ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚେ ନାହିଁ କିମ୍ବା ପହଞ୍ଚିଲେ ମଧ୍ୟ ଶୁଣାଯାଏ ନାହିଁ, ସେମାନଙ୍କ ସ୍ୱର ହେବାକୁ ସେ ଚାହୁଁଛନ୍ତି ।
ପ୍ରଶାସନିକ କାର୍ଯ୍ୟକାଳର ଅନୁଭବ ବର୍ଣ୍ଣନା କରି ସେ ମିର୍ଜାପୁରରେ ସ୍କୁଲ, ପାଣି ଓ ସରକାରୀ ଜମି ସମ୍ପର୍କିତ ସମସ୍ୟାର ଉଦାହରଣ ଦେଇଛନ୍ତି । ଏଥିସହ ଗ୍ରାମାଞ୍ଚଳର ରାସ୍ତା, ପୋଲ, ଗାତ ଓ ଦୁର୍ଘଟଣା, ପେପର ଲିକ୍ ଏବଂ ଯୁବପିଢ଼ିର ଭବିଷ୍ୟତ ଭଳି ପ୍ରସଙ୍ଗ ମଧ୍ୟ ସେ ଉଠାଇଛନ୍ତି ।
ଦିବ୍ୟା ମିତ୍ତଲ ନିଜ ରାଜନୀତି ପାଇଁ ‘ଇରାଦା, ନ୍ୟାୟ, ଫିକର ଓ ଚିନ୍ତାଧାରା’କୁ ଗୁରୁତ୍ୱ ଦେଇଛନ୍ତି । ତାଙ୍କ ମତରେ, ରାଜନୀତିରେ ଲୋକଙ୍କୁ କେବଳ ନିର୍ବାଚନୀ ସଂଖ୍ୟା ଭାବେ ନୁହେଁ, ବରଂ ନାଗରିକ ଭାବେ ଦେଖିବା ଦରକାର ।
୨୦୧୩ ବ୍ୟାଚ୍ର ଏହି IAS ଅଧିକାରୀ ଅଗଷ୍ଟ ୩୦, ୨୦୨୬ରେ ଇସ୍ତଫା ଘୋଷଣା କରିଥିଲେ । କେନ୍ଦ୍ର ସରକାର ତାଙ୍କ ଇସ୍ତଫା ଗ୍ରହଣ କରିବା ପରେ ସେପ୍ଟେମ୍ବର ୧୫ରୁ ଏହା ପ୍ରଭାବୀ ହୋଇଛି । IIT ଦିଲ୍ଲୀ ଓ IIM ବେଙ୍ଗାଲୁରୁରୁ ଶିକ୍ଷା ଗ୍ରହଣ କରିଥିବା ଦିବ୍ୟା ମିତ୍ତଲ ପୂର୍ବରୁ ଲଣ୍ଡନରେ ଚାକିରି କରୁଥିଲେ । ପରେ ଭାରତ ଫେରି UPSC ପରୀକ୍ଷା ଦେଇ IAS ହୋଇଥିଲେ ।
ଏଥିସହ ପଢ଼ନ୍ତୁ: କିଏ ଦିବ୍ୟା ମିତ୍ତଲ ? ୧୩ ବର୍ଷ ପରେ IAS ଛାଡ଼ିଲେ ଦିବ୍ୟା ମିତ୍ତଲ କାହିଁକି ନେଲେ ଏତେ ବଡ଼ ନିଷ୍ପତ୍ତି
IIT-IIM ପରେ ଲଣ୍ଡନର ଚାକିରି, ତା’ପରେ IAS
ଦିବ୍ୟା ମିତ୍ତଲଙ୍କ ଶିକ୍ଷାଗତ ଯାତ୍ରା ମଧ୍ୟ ବେଶ ପ୍ରେରଣାଦାୟକ । ସେ IIT ଦିଲ୍ଲୀରୁ B.Tech ଡିଗ୍ରୀ ହାସଲ କରିବା ପରେ IIM ବେଙ୍ଗାଲୁରୁରୁ MBA କରିଥିଲେ । ଏହାପରେ ଲଣ୍ଡନର ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା JP Morganରେ ଟ୍ରେଡର ଭାବେ କାମ କରିଥିଲେ । ଭଲ ଦରମା ଓ ବିଦେଶର ସଫଳ କ୍ୟାରିୟର ସତ୍ତ୍ୱେ ତାଙ୍କ ମନରେ ଏକ ଅଧୂରାପଣ ରହିଥିଲା । ନିଜ ଦେଶଠାରୁ ଦୂରରେ ରହିବା ତାଙ୍କୁ ବାରମ୍ବାର ବିଚଳିତ କରୁଥିଲା । ଶେଷରେ ସେ ଲଣ୍ଡନର ଚାକିରି ଛାଡ଼ି ଭାରତ ଫେରି UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୨ ମସିହାରେ ସେ UPSC ପରୀକ୍ଷାରେ ସଫଳ ହୋଇ ଅଲ୍ ଇଣ୍ଡିଆ ରାଙ୍କ ୬୮ ହାସଲ କରି IAS ଅଧିକାରୀ ହୋଇଥିଲେ । ତାଙ୍କ ସ୍ୱାମୀ ଗଗନଦୀପ ସିଂହ ମଧ୍ୟ ଜଣେ IAS ଅଧିକାରୀ ।
📱 Get Argus News App
✨Related Topics
Explore more stories