Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଇଆଇଏମ(IIM)ରେ ପଢିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ, ସଫଳତା ସୁନିଶ୍ଚିତ

National

ଆଇଆଇଏମ(IIM)ରେ ପଢିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ, ସଫଳତା ସୁନିଶ୍ଚିତ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଆଇଆଇଏମ(IIM)ରେ ପଢିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ, ସଫଳତା ସୁନିଶ୍ଚିତ

ଅର୍ଗସ ବ୍ୟୁରୋ :  ଆପଣ ଗ୍ରାଜୁଏଟ କି ? ଆପଣଙ୍କର ମଧ୍ୟ ବିଜନେସ ମ୍ୟାନଜେଣ୍ଟ , ସେଲ୍ସ , ମାର୍କେଟିଂ ପ୍ରତି ଆଗ୍ରହ ଅଛି କି ? ଯଦି ହଁ ତେବେ ଆଇଆଇଏମ ଆପଣଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ . କେମିତି ପରୀକ୍ଷା ଦେବେ , ଏଥିପାଇଁ ନିଜକୁ କିପରି ପ୍ରସ୍ତୁତ କରିବେ ଏବଂ ପରୀକ୍ଷା ସମ୍ବନ୍ଧୀୟ ସମ୍ପୁର୍ଣ୍ଣ ବିବରଣି ବିଷୟରେ ଜାଣିବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ. ଏହା ଆପଣଙ୍କ ପରୀକ୍ଷାରେ ପ୍ରସ୍ତୁତ ହେବାପାଇଁ ସାହାଯ୍ୟ କରିବ . ଏହା ଉଭୟ ଚଳିତ ଥର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ତଥା ଆଗକୁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ରହିବ.

ଆଇଆଇଏମରେ ଆଡମିଶନ ନେବାକୁ ହେଲେ ପ୍ରଥମେ କ୍ୟାଟ ପରୀକ୍ଷା କ୍ଲିୟର କରିବା ଆବଶ୍ୟକ. ତେବେ ଚଳିତ ବର୍ଷ ୨୦୨୩ର କ୍ୟାଟ ଏକ୍ସାମ ରବିବାର ଦିନ ହେବାକୁ ଯାଉଛି. ଆସନ୍ତୁ ଜାଣିବା ଏହି ପରୀକ୍ଷା ସମ୍ବନ୍ଧୀୟ ସମ୍ପୁର୍ଣ୍ଣ ବିବରଣୀ.

ଚଳିତ ବର୍ଷ ଆଇଆଇଏମ ଲକ୍ଷ୍ନୌ ତରଫରୁ କ୍ୟାଟ ପ୍ରବେଶିକା ପରୀକ୍ଷା କରାଯାଉଛି. ଏନେଇ ଆଇଆଇଏମ ଲକ୍ଷ୍ନୌ ଏହାର ମୋକ ଟେଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି. ଏହି ମୋକ ଟେଷ୍ଟ ଦେବାଦ୍ବାରା ଛାତ୍ରଛାତ୍ରୀ ପ୍ରଶ୍ନପତ୍ରର ନମୁନା ଜାଣିବା ସହ ନିଜକୁ ଅଧିକ ପ୍ରସ୍ତୁତ କରିପାରିବେ. ଏଥିପାଇଁ ଆପଣଙ୍କୁ ଏହାର ଅଫିସିଆଲ ୱେବସାଇଟ IIMCAT . AC. IN  ଯିବାକୁ ପଡିବ ପଡିବ . ଏହି ୱେବସାଇଟରେ ମୋକ ଟେଷ୍ଟର ଲିଙ୍କ ଆକ୍ଟିଭ ରହିଛି. ମୋକଟେଷ୍ଟ ଅଧିକ ଦେବାଦ୍ବାରା ଛାତ୍ରଛାତ୍ରୀ ନିଜର ପରୀକ୍ଷା ସମ୍ବନ୍ଧୀୟ ଅନେକ ସନ୍ଦେହ ମଧ୍ୟ ଦୂର କରିପାରିବେ. 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ତେବେ ଏହି ପରୀକ୍ଷାର ସମୟସୀମା ରହିଛି ୧୨୦ ମିନିଟ ଅର୍ଥାତ ୨ ଘଣ୍ଟା . ଏହାକୁ ତିନୋଟି ସେକ୍ସନରେ ବିଭକ୍ତ କରାଯାଇଛି. ପ୍ରତି ସେକ୍ସନରେ ରହିଛି ୪୦ ମାର୍କ. ତେବେ ଦିବ୍ୟାଙ୍ଗଙ୍କ ପାଇଁ ସମୟସୀମା ଅଧିକ ୪୦ ମିନିଟ ରହିଛି . ମୋକଟେଷ୍ଟ ବ୍ୟତୀତ ଆପଣ ପୂର୍ବ କିଛିବର୍ଷର ପ୍ରଶ୍ନପତ୍ରକୁ ନେଇ ମଧ୍ୟ ପ୍ରତ୍ସୁତ କରିପାରିବେ. ବିଶେଷଭାବେ ଚଳିତଥିର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ହାତରେ ଆଉମାତ୍ର କିଛିଦିନ ରହିଛି. ଏହା ଭିତରେ ବାରମ୍ବାର ମୋକଟେଷ୍ଟ ଦେବାସହ ନିଜ ବିଷ୍ୟବସ୍ତୁକୁ ରିଭିଜନ କରିବା ସେମାନଙ୍କ ପାଇଁ ବେଶି ଫଳପ୍ରଦ ରହିବ . 
 
 

Sponsored
If you want to study in IIM, follow these tips, success is guaranteed | Argus News