Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦୁବାଇରେ ପ୍ରତିଷ୍ଠା ହେବ IIM ଅହମ୍ମଦାବାଦ କ୍ୟାମ୍ପସ୍, ଆଜି ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
ଦୁବାଇରେ ପ୍ରତିଷ୍ଠା ହେବ IIM ଅହମ୍ମଦାବାଦ କ୍ୟାମ୍ପସ୍,  ଆଜି ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Key Points

ଭାରତ-ୟୁଏଇ ସମ୍ପର୍କରେ ନୂଆ ଅଧ୍ୟାୟ। ଦୁବାଇରେ ପ୍ରତିଷ୍ଠା ହେବ ଆଇଆଇଏମ୍ ଅହମ୍ମଦାବାଦ କ୍ୟାମ୍ପସ୍ । ଆଜି ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତ - ୟୁଏଇ ସମ୍ପର୍କରେ ନୂଆ ଅଧ୍ୟାୟ । ଦୁବାଇରେ ପ୍ରତିଷ୍ଠା ହେବ ଆଇଆଇଏମ୍ ଅହମ୍ମଦାବାଦର କ୍ୟାମ୍ପସ । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରିବେ । ବୁଧବାର ସିମ୍ ବାୟୋସିସ୍ ଦୁବାଇ କ୍ୟାମ୍ପସରେ ମଧ୍ୟ ସେ ଉଦଘାଟନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ୍ କରିବା ଲକ୍ଷ୍ୟ ନେଇ ୟୁଏଇରେ ଭାରତ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ନିର୍ମାଣ କରାଯାଉଛି । ଏହା ଦ୍ବାରା ଦୁଇ ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନ ପ୍ରଦାନ ହୋଇପାରିବ ।


ସେହିପରି ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ପରିଦର୍ଶନ କରିବା ସହ ଅଟଳ ଇନକ୍ୟୁବେସନ୍ ସେଣ୍ଟରର ଲୋକାର୍ପଣ କରିଛନ୍ତି । ପିଏଚଡି ଏବଂ ବି.ଟେକ୍ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଛି । ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କ ସହ ସାକ୍ଷାତ୍ ଓ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସ୍କୁଲ ସ୍ତରରୁ ହିଁ ଷ୍ଟୁଡେଣ୍ଟ୍ ଏକ୍ସଚେଞ୍ଜକୁ ପ୍ରୋତ୍ସାହନ କରାଯିବା ଉପରେ ଗୁରୁତ୍ୱାରୋପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ୟୁଏଇରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କର ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ପୂରଣ ହେବ। ବିଶ୍ବର ବିଭିନ୍ନ ଦେଶ ପକ୍ଷରୁ ଭାରତୀୟ ଶିକ୍ଷାନୁଷ୍ଠାନ ଗୁଡିକର କ୍ୟାମ୍ପସ ଖୋଲିବାକୁ ଅନୁରୋଧ ଆସୁଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ଦୁବାଇରେ ପ୍ରତିଷ୍ଠା ହେବ IIM ଅହମ୍ମଦାବାଦ କ୍ୟାମ୍ପସ୍, ଆଜି ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Sponsored
New Chapter in India-UAE Relations: IIM Ahmedabad Campus Opening in Dubai | Argus News