IIM Bangalore Indonesia campus / ଇଣ୍ଡୋନେସିଆରେ ଶୁଭାରମ୍ଭ ହେଲା IIM ବେଙ୍ଗାଲୁରୁର କ୍ୟାମ୍ପସ୍
·1 hour ago·2 min read

Key Points
ଇଣ୍ଡୋନେସିଆ ସହ ସ୍ବାକ୍ଷର ହେଲା ବଡ଼ ଡିଫେନ୍ସ ଡିଲ୍
ବ୍ରହ୍ମୋସ୍ ସୁପରସୋନିକ ଓ ଅଷ୍ଟ୍ରା ଏୟାର-ଟୁ-ଏୟାର ମିସାଇଲ୍ ପାଇଁ MOU
ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ସମ୍ପର୍କର ଏକ ନୂଆ ସୂର୍ଯ୍ୟୋଦୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଅନେକ ଐତିହାସିକ ଚୁକ୍ତି । ସବୁଠାରୁ ବଡ଼ କଥା ହେଉଛି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ "ବିନ୍ତାଙ୍ଗ ଆଦିପୂର୍ଣ୍ଣ"ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ପ୍ରବୋବୋ ସୁବିଆଣ୍ଟୋ । ଭାରତର 'ଆକ୍ଟ ଇଷ୍ଟ ପଲିସି' ଏବଂ 'ମହାସାଗର ଭିଜନ'କୁ ଏହି ଗସ୍ତ ଏକ ନୂଆ ଶକ୍ତି ପ୍ରଦାନ କରିଛି । ଏଥିସହ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିରେ ଆଇଆଇଏମ ବାଙ୍ଗାଲୋର ସିଂହସାରୀ କ୍ୟାମ୍ପସର ଶୁଭାରମ୍ଭ କରାଯାଇଛି । ଭାରତୀୟ ଉଚ୍ଚଶିକ୍ଷାର ଆନ୍ତର୍ଜାତୀୟକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନିଆଯାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ସ୍ବାକ୍ଷରିତ ହୋଇଛି ଅନେକ ଗୁରୁତ୍ବପୂର୍ଣ୍ଣ ଐତିହାସିକ ଚୁକ୍ତି। ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ଦ୍ଵିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଚୀନର ଦାଦାଗିରିକୁ ରୋକିବା ପାଇଁ ଭାରତ ଏବେ ଇଣ୍ଡୋନେସିଆକୁ ଶକ୍ତିଶାଳୀ 'ବ୍ରହ୍ମୋସ' ସୁପରସୋନିକ କ୍ରୁଜ୍ ମିସାଇଲ୍ ଯୋଗାଇଦେବ । ଭାରତରେ ନିର୍ମିତ 'ଅସ୍ତ୍ର Mk-1' ଏୟାର-ଟୁ-ଏୟାର ମିସାଇଲ୍ କ୍ରୟ କରିବାକୁ ଚୁକ୍ତି ହୋଇଛି । ଇଣ୍ଡୋନେସିଆର ୧୬ଟି ସୁଖୋଇ-୩୦ ଯୁଦ୍ଧବିମାନ ପାଇଁ ଭାରତୀୟ ଯୁଦ୍ଧାସ୍ତ୍ର କିଣିବାକୁ ଚୁକ୍ତି ହୋଇଛି । ଭାରତ ଡାଇନାମିକ୍ସ ଲିମିଟେଡ୍ (BDL) ଏହି ସଂଯୋଗୀକରଣର ଦାୟିତ୍ୱ ନେବ । ଦୁଇ ଦେଶ ମଧ୍ୟରେ ୬୩୦ ମିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ହୋଇଛି ।
ଅଧିକ ପଢ଼ନ୍ତୁ: ପେଟ୍ରୋଲ କି ଡିଜେଲ ନୁହଁ; ଏଣିକି ଆବର୍ଜନା ବ୍ୟବହାର କରି ଚାଲିବ ବସ୍
ଇଣ୍ଡୋନେସିଆରେ ସର୍ବୋଚ୍ଚ ନାଗରିକ ସମ୍ମାନ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରିପବ୍ଲିକ୍ ଅଫ୍ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ "ବିନ୍ତାଙ୍ଗ ଆଦିପୂର୍ଣ୍ଣ"ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସାମରିକ ସ୍ୱାଗତ କରାଯିବା ସହ ସମ୍ମାନିତ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱର୍ଣ୍ଣ ଇଣ୍ଡୋନେସିଆ ଏବଂ ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବୁ । ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିବିଧତାରେ ଏକତା ଭାରତ ଏବଂ ଇଣ୍ଡୋନେସିଆ ଉଭୟ ପାଇଁ ସମାନ ଶକ୍ତି ହୋଇଛି। ଇଣ୍ଡୋନେସିଆର ପାର୍ଲାମେଣ୍ଟକୁ ମଧ୍ୟ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ସେପଟେ ପ୍ରଧାନମନ୍ତ୍ରୀ ମୋଦି ଓ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବୋ ସୁବିଆଣ୍ଟୋଙ୍କ ଦ୍ୱାରା ଆଇଆଇଏମ ବାଙ୍ଗାଲୋର ସିଂହସାରୀ କ୍ୟାମ୍ପସର ଶୁଭାରମ୍ଭ କରାଯାଇଛି । ଭାରତର ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସହ ଭାରତୀୟ ଉଚ୍ଚଶିକ୍ଷାର ଆନ୍ତର୍ଜାତୀୟକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନିଆଯାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଆଇଏମ ବାଙ୍ଗାଲୋରର ପ୍ରଥମ ଆନ୍ତର୍ଜାତୀୟ କ୍ୟାମ୍ପସ ମୁଖ୍ୟତଃ ବିଶ୍ୱ ଯୋଗାଣ ଶୃଙ୍ଖଳା, ଡିଜିଟାଲ୍ ରୂପାନ୍ତରଣ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ସ୍ବାସ୍ଥ୍ୟସେବା, ଜଳବାୟୁ ଏବଂ ସ୍ଥିରତା ଉପରେ ଗୁରୁତ୍ବ ଦେବ । ସମଗ୍ର ଆସିଆନ୍ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ସହ ଏକ ଭବିଷ୍ୟତ-ଉପଯୋଗୀ ଜ୍ଞାନ ଭିତ୍ତିଭୂମି ଗଠନର ସ୍ୱପ୍ନକୁ ଆଗକୁ ନେବ ।

A landmark moment in the India–Indonesia Comprehensive Strategic Partnership. 🇮🇳🤝🇮🇩
— Dharmendra Pradhan (@dpradhanbjp) July 7, 2026
The launch of the IIM Bangalore (Singhasari) Campus in Indonesia by Hon'ble Prime Minister Shri @narendramodi Ji and H.E. President @prabowo is a defining outcome of #NEP2020 and a major… pic.twitter.com/8gADXwoR8Y
ସେପଟେ ପ୍ରଧାନମନ୍ତ୍ରୀ ମୋଦି ଓ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବୋ ସୁବିଆଣ୍ଟୋଙ୍କ ଦ୍ୱାରା ଆଇଆଇଏମ ବାଙ୍ଗାଲୋର ସିଂହସାରୀ କ୍ୟାମ୍ପସର ଶୁଭାରମ୍ଭ କରାଯାଇଛି । ଭାରତର ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସହ ଭାରତୀୟ ଉଚ୍ଚଶିକ୍ଷାର ଆନ୍ତର୍ଜାତୀୟକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନିଆଯାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଆଇଏମ ବାଙ୍ଗାଲୋରର ପ୍ରଥମ ଆନ୍ତର୍ଜାତୀୟ କ୍ୟାମ୍ପସ ମୁଖ୍ୟତଃ ବିଶ୍ୱ ଯୋଗାଣ ଶୃଙ୍ଖଳା, ଡିଜିଟାଲ୍ ରୂପାନ୍ତରଣ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ସ୍ବାସ୍ଥ୍ୟସେବା, ଜଳବାୟୁ ଏବଂ ସ୍ଥିରତା ଉପରେ ଗୁରୁତ୍ବ ଦେବ । ସମଗ୍ର ଆସିଆନ୍ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ସହ ଏକ ଭବିଷ୍ୟତ-ଉପଯୋଗୀ ଜ୍ଞାନ ଭିତ୍ତିଭୂମି ଗଠନର ସ୍ୱପ୍ନକୁ ଆଗକୁ ନେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories