Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଇଆଇଏମ କୋଲକାତା ଭାରତୀୟ ମ୍ୟାନେଜମେଣ୍ଟ୍ କ୍ଷେତ୍ରରେ ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କରିବ

Jitendra Dash
Browse all articles by Jitendra Dash
·2 years ago·2 min read
ଆଇଆଇଏମ କୋଲକାତା ଭାରତୀୟ ମ୍ୟାନେଜମେଣ୍ଟ୍ କ୍ଷେତ୍ରରେ ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କରିବ

ଅର୍ଗସ ବ୍ୟୁରୋ : ସବୁଠାରୁ ପୁରାତନ ଆଇଆଇଏମ୍(ଭାରତୀୟ ପ୍ରବନ୍ଧ ସଂସ୍ଥାନ) ମଧ୍ୟରେ ଆଇଆଇଏମ କୋଲକାତା ହେଉଛି ଅନ୍ୟତମ । ଏହାର ଏକାଡେମିକ ଏବଂ ମ୍ୟାନେଜମେଣ୍ଟ ଉତ୍କର୍ଷତାର ଏକ ଅନନ୍ୟ ପରମ୍ପରା ରହିଛି । ଆଇଆଇଏମ, କୋଲକାତା ଆଗାମୀ ଦିନରେ ଭାରତୀୟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  

ବୁଧବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ, କୋଲକାତାର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧାର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି । ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ୭୨୬ଟି ରୁମ୍ ବିଶିଷ୍ଟ ଏକ ହଷ୍ଟେଲ, ଏକାଡେମିକ ବ୍ଲକ୍ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଯେ ଆଇଆଇଏମ୍ ହେଉଛି ଆମ ଦେଶର ପ୍ରମୁଖ ଅନୁଷ୍ଠାନ ଏବଂ ଆମର ଗୌରବ । ଏକବିଂଶ ଶତାବ୍ଦୀର ଉଚ୍ଚଶିକ୍ଷାର ଆବଶ୍ୟକତା ଏବଂ ଅପେକ୍ଷା ଅନୁଯାୟୀ ଆଇଆଇଏମ କୋଲକାତା କ୍ୟାମ୍ପସ ଭିତ୍ତିଭୂମିର ଉନ୍ନତୀକରଣ ଏବଂ ପୁନଃବିକାଶ ହୋଇଛି । ଏପରି ଏକ ଏକ ମହତ୍ୱାକାଂକ୍ଷୀ ମାଷ୍ଟର ପ୍ଲାନ୍ ପାଇଁ ଅନୁଷ୍ଠାନର ଉଦ୍ୟମ ପ୍ରଶଂସନୀୟ । ଅତ୍ୟାଧୁନିକ ସୁବିଧା ସହ ନିର୍ମିତ ହେବାକୁ ଥିବା ହଷ୍ଟେଲ ଦ୍ୱାରା ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହେବେ ।  

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଲକାତା ଷାଠିଏ ଦଶକରେ ଏକ ଐତିହାସିକ, ସଭ୍ୟତାସମ୍ପନ୍ନ ଓ ଶିଳ୍ପ ସମୃଦ୍ଧ ସହର ଥିଲା । କ୍ୟାମ୍ପସର ପୁନଃ ଉନ୍ନତିକରଣ ଏହାର ଶିକ୍ଷାନୁଷ୍ଠାନ ମାନରେ ଉନ୍ନତି ଆଣିବ ଏବଂ ଆଇଆଇଏମ୍ କୋଲକାତାର ଶିକ୍ଷାଗତ ପରମ୍ପରାରେ ନୂଆ ଦିଗ ଯୋଡିବ । ଏହି ସମ୍ମାନଜନକ ଅନୁଷ୍ଠାନ ଭାରତୀୟ ମ୍ୟାନେଜମେଣ୍ଟରେ ନୂତନ ବେଞ୍ଚମାର୍କ  ପ୍ରତିଷ୍ଠା କରିବ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ଆଇଆଇଏମ୍ ଗୁଡ଼ିକ ମଧ୍ୟରେ ନେତୃତ୍ୱ ନେବା ସହିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Sponsored
IIM Calcutta to play key role in putting India among developed countries by 2047 | Argus News