Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IMF India / IMFର ଆକଳନ ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ପ୍ରଗତିକୁ ଦର୍ଶାଉଛି

Banajyotshna Ray
Browse all articles by Banajyotshna Ray
·9 months ago·2 min read
IMFର ଆକଳନ ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ପ୍ରଗତିକୁ ଦର୍ଶାଉଛି

Key Points

ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ IMFର ପ୍ରଶଂସା
ଭାରତର ଟିକସ ନୀତି, ଏବଂ GSTର ସରଳୀକରଣକୁ ପ୍ରଶଂସା 
IMF ର ଆକଳନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ପ୍ରଗତିକୁ ଦର୍ଶାଉଛି 

ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ IMF ର ପ୍ରଶଂସା । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ଭାରତର ଟାକ୍ସ ଏବଂ ଅର୍ଥନୈତିକ ସଂସ୍କାରକୁ ପ୍ରଶଂସା କରିଛନ୍ତି। ଏହା ବିଶ୍ୱ ଅର୍ଥନୀତିର ଏକ ମୁଖ୍ୟ ଶକ୍ତି ହେବ ବୋଲି ସେ କହିଛନ୍ତି। ଏହା ଦେଶର ଅର୍ଥନିତି ରେ ଅଧିକ ରୁ ଅଧିକ ବୃଦ୍ଧି କରିବା ଦିଗରେ ସହାୟକ ହେବ। ଭାରତର ଦୃଢ ଡିଜିଟାଲ୍ ଭିତ୍ତିଭୂମି ଛୋଟ ଉଦ୍ୟୋଗଗୁଡ଼ିକର ବିସ୍ତାର କରାଇବ। IMF-ବିଶ୍ୱ ବ୍ୟାଙ୍କ ବାର୍ଷିକ ବୈଠକ ପୂର୍ବରୁ ୱାଶିଂଟନ୍ ଡିସିରେ ଦେଇଥିବା ଏକ ବୟାନରେ ଜର୍ଜିଭା କହିଛନ୍ତି, ବିଶ୍ୱ ଅର୍ଥନୀତିର ବୃଦ୍ଧି ମଧ୍ୟମ ଅବଧିରେ ପ୍ରାୟ ୩% ରହିବ ଯାହା ମହାମାରୀ ପୂର୍ବର ୩.୭%ରୁ କମ୍।


ବିଶେଷତଃ ଚୀନ୍‌ର ବୃଦ୍ଧି ଧୀରେ ଧୀରେ ହ୍ରାସ ପାଉଛି। କିନ୍ତୁ ଭାରତ ଏକ ମୁଖ୍ୟ ବୃଦ୍ଧି ଇଞ୍ଜିନ୍ ଭାବେ ଉଭା ହେଉଛି । ଜର୍ଜିଏଭା ଭାରତର ଡିଜିଟାଲ୍ ପେମେଣ୍ଟ ଇକୋସିଷ୍ଟମ୍, ପୁନଃସଂଶୋଧିତ ଟିକସ ନୀତି ଏବଂ ଗୁଡ଼ସ୍ ଆଣ୍ଡ ସର୍ଭିସେସ୍ ଟାକ୍ସ (GST)ର ସରଳୀକରଣକୁ ବିଶେଷ ପ୍ରଶଂସା କରିଛନ୍ତି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆକଳନ ଅବୁସାରେ ଭାରତର ଅଭିବୃଦ୍ଧି ହାର ପୂର୍ବରୁ ଆକଳନ କରାଯାଇଥିବା 6.4 ପ୍ରତିଶତ ତୁଳନାରେ ଏବେ 6.6 ପ୍ରତିଶତରେ ପହଞ୍ଚିବ।IMF ର ଏହି ଆକଳନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ପ୍ରଗତି କୁ ଦର୍ଶାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ। 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ:IMFର ଆକଳନ ; ଭାରତ ବିଶ୍ବର ସର୍ବବୃହତ ୪ର୍ଥ ଅର୍ଥନୈତିକ ଦେଶ 


ଲକ୍ଷ୍ୟ ଆଉ ବେଶୀ ଦୂର ନୁହେଁ । ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପଡ଼ିସାରିଛି ଶକ୍ତିଶାଳୀ ମୂଳଦୁଆ । ଜାପାନକୁ ପଛରେ ପକାଇ ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତିରେ ପହଞ୍ଚିଛି ଭାରତ । ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ ସିଇଓ ବି.ବି.ଆର୍ ସୁବ୍ରମଣ୍ୟମଙ୍କ ଏହି ଘୋଷଣା ଦେଶବାସୀଙ୍କୁ ଗର୍ବିତ କରିଛି । ପୂର୍ବରୁ ୨୦୧୯ରେ ବିଶ୍ବ ପଞ୍ଚମ ବୃହତ୍ତମ ଆର୍ଥିକ ଶକ୍ତି ହୋଇ ଭାରତରେ ଶତାଧିକ ବର୍ଷ ଶାସନ କରିଥିବା ବ୍ରିଟେନକୁ ଶକ୍ତ ଝଟକା ଦେଇଥିଲା ଭାରତ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Related Topics

Explore more stories

Sponsored
IMF India | IMF Report Highlights India’s Rapid Growth Under PM Modi’s Leadership | Argus News | Argus News