Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Import Duty Exemption / ୪୦ଟି ପେଟ୍ରୋକେମିକାଲ ଉତ୍ପାଦରେ ଆମଦାନି ଶୁଳ୍କ ଛାଡ଼, ବଢିବନି ଦରଦାମ

Bikash Mohanty
Browse all articles by Bikash Mohanty
·3 months ago·2 min read
୪୦ଟି ପେଟ୍ରୋକେମିକାଲ ଉତ୍ପାଦରେ ଆମଦାନି ଶୁଳ୍କ ଛାଡ଼, ବଢିବନି ଦରଦାମ
Petrochemical Product

Key Points

କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତ୍ତି
ପେଟ୍ରୋକେମିକାଲ ଉତ୍ପାଦରେ ଆମଦାନି ଶୁଳ୍କ ଛାଡ଼
୪୦ଟି ପେଟ୍ରୋ କେମିକାଲ ଉତ୍ପାଦରେ ସୀମା ଶୁଳ୍କ ଛାଡ଼
ସାଧାରଣ ଲୋକଙ୍କ ଉପରେ ବି ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୩/୪: କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତ୍ତି। ୪୦ଟି ପ୍ରମୁଖ ପେଟ୍ରୋ କେମିକାଲ ଉତ୍ପାଦରେ ଲାଗୁଥିବା ସୀମା ଶୁଳ୍କକୁ ସମ୍ପୂର୍ଣ ଛାଡ଼ କରିଛନ୍ତି କେନ୍ଦ୍ରସରକାର। 
ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ବଢ଼ୁଥିବା ତୈଳ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ୪୦ଟି ପ୍ରମୁଖ ପେଟ୍ରୋ କେମିକାଲ ଉତ୍ପାଦରେ ଲାଗୁଥିବା ସୀମା ଶୁଳ୍କକୁ ସମ୍ପୂର୍ଣ ଛାଡ଼ କରିଦେଇଛନ୍ତି। ଏହି ଛାଡ଼ ୨୦୨୬ ଜୁନ୍ ୩୦ ପର୍ଯ୍ୟନ୍ତ ଲାଗୁ ହେବ । ସରକାରଙ୍କ ଏ ନିଷ୍ପଭି ଉକ୍ତ ଶିଳ୍ପଗୁଡ଼ିକ ପାଇଁ ସହାୟକ ହେବ। ସାଧାରଣ ଲୋକଙ୍କ ଉପରେ ବି ଏହାର ବଡ଼ ପ୍ରଭାବ ପଡ଼ିବ। ଦରଦାମ ବୃଦ୍ଦି ହେବନାହିଁ।  
ଏହି ଶୁଳ୍କ ଛାଡ଼ ଯେ ଯୋଗୁ ସରକାରଙ୍କ ରାଜକୋଷ ଉପରେ ୧୮୦୦ କୋଟି ଟଙ୍କାର ବୋଝ ପଡ଼ିବ।

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ପଶ୍ଚିମ ଏସିଆରେ ଯୁଦ୍ଧ କାରଣରୁ ବିଶ୍ୱ ବଜାରରେ ଅନିଶ୍ଚିତତାର ମାହୋଲ ଦେଖାଦେଇଛି। ଏହାଦ୍ଵାରା ପେଟ୍ରୋକେମିକାଲ ଫିଡ୍‌ଷ୍ଟକ୍ ଏବଂ ଇଣ୍ଟର୍‌ମିଡିଏଟ୍‌ର ଦାମ ବଡ଼ ମାତ୍ରାରେ ବଢ଼ିଯାଇଛି ଓ ଯୋଗାଣ ଶୃଙ୍ଖଳରେ ସମସ୍ୟା ଦେଖାଦେଇଛି। ସରକାରଙ୍କ ଆମଦାନି ଶୁଳ୍କ ଛାଡ଼ ନିଷ୍ପଭି ଦ୍ଵାରା ଘରୋଇ ଉଦ୍ୟୋଗଗୁଡ଼ିକ ଉପରେ ପଡୁଥିବା ଅତିରିକ୍ତ ଆର୍ଥିକ ବୋଝ କମ୍ କରାଯାଇପାରିବ। ଏଥିରେ ମୁଖ୍ୟତଃ ପ୍ଲାଷ୍ଟିକ, ପ୍ୟାକେଜିଂ, ବୟନ ଶିଳ୍ପ( ପୋଷାକ), ଫାର୍ମା ବା ଔଷଧ,ରସାୟନ ଏବଂ ଅଟୋ ଯନ୍ତ୍ରାଂଶ ଶିଳ୍ପ ଆଦି ସାମିଲ। ବିଶେଷଜ୍ଞଙ୍କ ମତରେ, ଉତ୍ପାଦନ ଖର୍ଚ୍ଚ କମ୍ ହେବା ଦ୍ଵାରା ଶେଷ ଉତ୍ପାଦ ଦର ବି ସ୍ଥିର ରହିବ। ଫଳରେ ଆମ୍ ଆଜ୍‌ମୀଙ୍କୁ ଦରଦାମ ବୃଦ୍ଧିରୁ ଆଶ୍ଵସ୍ତି ମିଳିବ।
ବିଟିଏ ଏବଂ ଏମ୍ଇଜି ଶସ୍ତା ହେବା ଫଳରେ ପୋଷାକ ଉତ୍ପାଦନ ଖର୍ଚ୍ଚ କମ ହେବ। କାର ପ୍ଲାଷ୍ଟିକ୍ ପାର୍ଟସ ଏବଂ ଯନ୍ତ୍ରାଂଶ ଖର୍ଚ୍ଚ ବି କମିବ। ସେହିଭଳି ଔଷଧ ତିଆରିରେ ବ୍ୟବହାର ହେଉଥିବା ସଲ୍‌ଭେଣ୍ଟ୍‌ସ ଶସ୍ତା ହେବ । ପ୍ୟାକେଜିଂ ଏବଂ ଦୈନନ୍ଦିନ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ସାମଗ୍ରୀରେ ବୃଦ୍ଧିକୁ ରୋକା ଯାଇପାରିବ।

ପଢନ୍ତୁ ଏହି ଖବରମାସେ ଭିତରେ ସବୁ ଜିଲ୍ଲାରେ PNG ସଂଯୋଗ, ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପଡ଼ିଥିଲା ମୁଳଦୁଆ

ସରକାରଙ୍କ ଶୁଳ୍କ ଛାଡ଼ ତାଲିକାରେ କେତେକ ଗୁରୁତ୍ଵପୂର୍ଣ୍ଣ ରସାୟନ ଏବଂ କଞ୍ଚାମାଲକୁ ସାମିଲ କରାଯାଇଛି। ଏଥିରେ ରହିଛି କେମିକାଲ ଇନ୍‌ପୁଟ୍ସ ଯେପରି, ଏନ୍‌ହାଇଡ୍ରେସ ଆମୋନିଆ, ମେଥାନଲ, ଟୋଲୁନି, ଷ୍ଟାଇରିନ, ଭିନାଇଲ କ୍ଲୋରାଇଡ୍ ମୋନୋମର। ସେହି ଭଳି ମୋନୋଏଥି ଲି ନ୍ ଗ୍ଲାଇକଲ୍ (ଏମ୍‌ଇଜି), ଫିନୋଲ, ଏସିଟିକ ଏସିଡ୍ ଏବଂ ପ୍ୟୁରିଫାଏଡ୍ ଟେରେଫ୍‌ଥୋଲିକ୍ ଏସିଡ(ପିଟିଏ) ଭଳି ଇଣ୍ଟର୍‌ମିଡିଏଟ୍ସ ଉପରେ ଶୁଳ୍କ ଲାଗିବ ନାହିଁ।

ଏପକ୍ତି ରେଜିନ, ପଲିୟୁରେଥେନ ଏବଂ ପଲିଓଲ୍ସ ଭଳି ସ୍ବତନ୍ତ୍ର କେମିକାଲଗୁଡ଼ିକୁ ବି ଶୁଳ୍କମୁକ୍ତ କରାଯାଇଛି। ସାଧାରଣତଃ ପ୍ୟାକେଜିଂ ଏବଂ ଅଟୋ ଶିଳ୍ପରେ ବ୍ୟବହାର ହେଉଥିବା ପଲିମର ବର୍ଗକୁ ବି ଶୁଳ୍କ ଛାଡ଼ କରାଯାଇଛି। ଏଥିରେ ପଲିଥିନ, ପଲିପ୍ରପ୍‌ଲିନ, ପଲିଷ୍ଟାଇନିନ୍, ପିଭିସି ଏବଂ ପିଇଟି ଚିପ୍ସ ଅନ୍ତର୍ଭୁକ୍ତ। ଏହାସହିତ ଏବିଏସ୍ ଏବଂ ପଲିକାର୍ବୋନେଟ୍ ଭଳି ଇଞ୍ଜିନିୟରିଂ ପ୍ଲାଷ୍ଟିକ ଉପରେ ବି ଆମଦାନି ଶୁଳ୍କ ଛାଡ଼ କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Import Duty Exemption | Import duty exemption | Import Duty Waived on 40 Petrochemical Products: No Price Rise Expected | Argus News