Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

PNG Connection / ମାସେ ଭିତରେ ସବୁ ଜିଲ୍ଲାରେ PNG ସଂଯୋଗ, ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପଡ଼ିଥିଲା ମୁଳଦୁଆ

Bikash Mohanty
Browse all articles by Bikash Mohanty
·3 months ago·2 min read
ମାସେ ଭିତରେ ସବୁ ଜିଲ୍ଲାରେ PNG ସଂଯୋଗ, ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପଡ଼ିଥିଲା ମୁଳଦୁଆ
PNG

Key Points

ରାଜ୍ୟରେ ତ୍ବରାନ୍ବିତ ହେବ PNG ସଂଯୋଗ
ମାସେ ଭିତରେ ସମସ୍ତ ଜିଲ୍ଲାରେ PNG ସଂଯୋଗ କରାଯିବ
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୁଚନା
ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପଡ଼ିଥିଲା ମୁଳଦୁଆ


ଭୁବନେଶ୍ବର,୦୨/୦୪: ରାଜ୍ୟରେ ତ୍ବରାନ୍ବିତ ହେବ PNG ସଂଯୋଗ । ମାସେ ଭିତରେ ସମସ୍ତ ଜିଲ୍ଲାରେ PNG ସଂଯୋଗ କରାଯିବ। ଏଥିପାଇଁ ତୈଳ କମ୍ପାନୀ ମାନଙ୍କ ସହ ଆଲୋଚନା ଚାଲୁଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୁଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ  ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ  ବୈଠକରେ ନିଷ୍ପତ୍ତି ନିଆଯାଇଛି । PNG ସଂଯୋଗ ପରେ ଧୀରେ ଧୀରେ ଏଲପିଜି ସଂଯୋଗ ହଟାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ 'ପୂର୍ବୋଦୟ' ବିକାଶ ଯୋଜନା ଏବଂ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୂରଦର୍ଶୀ ଚିନ୍ତାଧାରା ଯୋଗୁଁ ଓଡ଼ିଶାରେ ଏହି ଗ୍ୟାସ୍ ପାଇପଲାଇନ୍‌ର ପଡ଼ିଥିଲା ମୂଳଦୁଆ। 

ବିଶ୍ୱବ୍ୟାପୀ ଯୁଦ୍ଧ ସ୍ଥିତି ଯୋଗୁଁ ଯେତେବେଳେ LPG ବା ରନ୍ଧନ ଗ୍ୟାସ୍ ସିଲିଣ୍ଡର ପାଇଁ ଚିନ୍ତା ବଢୁଛି, ସେତେବେଳେ ଓଡ଼ିଶାବାସୀଙ୍କ ପାଇଁ ବଡ଼ ବିକଳ୍ପ ସାଜିଛି PNG ବା ପାଇପ୍ ନାଚୁରାଲ ଗ୍ୟାସ୍ । ରାଉରକେଲାରୁ ସମ୍ବଲପୁର, ଯାଜପୁରରୁ ଅନୁଗୁଳ, ରାଜ୍ୟର କୋଣ ଅନୁକୋଣରେ ଲୋକେ ପାଉଛନ୍ତି ୨୪ ଘଣ୍ଟିଆ ଗ୍ୟାସ୍ ସେବା । ପ୍ରଧାନମନ୍ତ୍ରୀଙ୍କ 'ପୂର୍ବୋଦୟ' ବିକାଶ ଯୋଜନା ଏବଂ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୂରଦର୍ଶୀ ଚିନ୍ତାଧାରା ଯୋଗୁଁ ଓଡ଼ିଶାରେ ଏହି ଗ୍ୟାସ୍ ପାଇପଲାଇନ୍‌ର ମୂଳଦୁଆ ପଡ଼ିଥିଲା । ଯାହାର ସୁଫଳ ଏବେ ପ୍ରତିଟି ଓଡ଼ିଆ ପରିବାର ପାଉଛନ୍ତି । ନା ଅଛି ସିଲିଣ୍ଡର ସରିଯିବାର ଭୟ, ନା ଅଛି ଦରବୃଦ୍ଧିର ଚିନ୍ତା।  ଓଡ଼ିଶାରେ ଦ୍ରୁତଗତିରେ ମାଡ଼ି ଚାଲିଛି PNG ନେଟୱାର୍କ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମକୁ ସାରା ରାଜ୍ୟରୁ ମିଳୁଛି ପ୍ରଶଂସା।

ପଢନ୍ତୁ ଏହି ଖବରLPG ସଙ୍କଟ ବେଳେ PNG ସାଜିଛି ବଡ଼ ବିକଳ୍ପ,ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପଡ଼ିଥିଲା ମୁଳଦୁଆ

ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ଯୋଗୁଁ LPG ଅଭାବ ଦେଖାଦେଇଥିବା ବେଳେ PNG ଯୋଗାଣ ତ୍ବରାନ୍ବିତ କରିବାକୁ ନିଆଯାଉଛି ପଦକ୍ଷେପ । PNG ବ୍ୟବହାର ଅତ୍ୟନ୍ତ ସହଜ, ସୁବିଧାଜନକ ଥିବା ବେଳେ ସହଜରେ ଉପଲବ୍ଧ ହୋଇପାରୁଛି । ଆଉ LPGର ପାଲଟିଛି ଉପଯୁକ୍ତ ବିକଳ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତ୍ବତ୍ବ ଓ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ପ୍ରକଳ୍ପ । ପ୍ରଥମ କରି ଭୁବନେଶ୍ବର ଚନ୍ଦ୍ରଶେଖରପୁର ନାଲକୋନଗର ଅଂଚଳରେ ଯୋଗାଇ ଦିଆଯାଇଥିଲା PNG ସଂଯୋଗ । ଭୁବନେଶ୍ୱରରେ ଏବେ ସୁଦ୍ଧା ପ୍ରାୟ ୧୯ ହଜାର ଖାଉଟି PNG ସଂଯୋଗ ଗ୍ରହଣ କରିସାରିଛନ୍ତି । ଜାତୀୟ PNG ଅଭିଯାନ 2.0 ଅଧୀନରେ ଗତ 24 ତାରିଖରେ ପୋଖରୀପୁଟ ଲିଙ୍ଗରାଜ ବିହାରରେ PNG ସଂଯୋଗ ଆରମ୍ଭ ହୋଇଛି ।

ଓଡ଼ିଶାରେ ଗ୍ୟାସ୍ ପାଇପଲାଇନ୍ ଭିତ୍ତିଭୂମି କଥା କହିଲେ, ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ପାଇପଲାଇନ୍ ପ୍ରକଳ୍ପ ଦୁଇଟି ଭାଗରେ କାର୍ଯ୍ୟକାରୀ ହେଉଛି । ପ୍ରଥମ ଭାଗ : ଧାମରା-ଅନୁଗୁଳ ପାଇପଲାଇନ୍ । ଯାହା 412 କିମି ଦୀର୍ଘ ଏବଂ 8ଟି ଜିଲ୍ଲାକୁ କଭର କରିବ । ଦ୍ବିତୀୟ ଭାଗ : ବୋକାରୋ-ଅନୁଗୁଳ ପାଇପଲାଇନ୍ । ଏହା 296 କିମି ଦୀର୍ଘ ଏବଂ ରାଜ୍ୟର 5ଟି ଜିଲ୍ଲାକୁ କଭର କରୁଛି । ଅନ୍ୟପଟେ ଶ୍ରୀକାକୁଲମ-ଅନୁଗୁଳ ପାଇପଲାଇନର ଦୈର୍ଘ୍ୟ 297 କିମି । ଏହା ରାଜ୍ୟର 10ଟି ଜିଲ୍ଲାରେ ସେବା ଯୋଗାଇବ l
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PNG Connection | PNG Connection Expansion to Cover All Districts Within a Month | Argus News