Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଦିଲ୍ଲୀରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ଦିଲ୍ଲୀରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ : ବିଜେଡି-ବିଜେପି ଭିତରେ ମେଣ୍ଟ ଚର୍ଚ୍ଚା ଭିତରେ ଆଜି ଦିଲ୍ଲୀରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି। ଏଥିରେ ସାମିଲ ହେବାକୁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟ ବିଜେପି ପ୍ରଭାରୀ ଓ ଅନ୍ୟ ବରିଷ୍ଠ ନେତୃତ୍ବ। ଯାହାକୁ ନେଇ ଚର୍ଚ୍ଚା ଖୁବ୍ ଶୀଘ୍ର ଏହି ସସପେନ୍ସ ଉପରୁ ଉଠିପାରେ ପରଦା। ସେପଟେ ମେଣ୍ଟ ହେବ ନା ନାହିଁ। ମେଣ୍ଟ ସମ୍ପର୍କରେ ଆଲୋଚନା ହୋଇଛି ନା ନାହିଁ। ଏ ନେଇ ଦଳୀୟ ନେତାଙ୍କ ହଁ ନା ଭିତରେ ବଢ଼ିବାରେ ଲାଗିଛି ଦ୍ବନ୍ଦ୍ବ।

ଅଧିକ ପଢନ୍ତୁ : ଡାକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ଟିମ

ବିଜେପି ରାଜ୍ୟ ସଭାପତି ଓ ପ୍ରଭାରୀଙ୍କ ପରେ ସହ ପ୍ରଭାରୀ ବି କହିଛନ୍ତି ପୂର୍ବରୁ ବିଜେପିର ଦିଲ୍ଲୀ ମିଟିଂରେ ମେଣ୍ଟ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ଦୁଇ ଦିନ ତଳେ ସୋସିଆଲ୍ ମିଡିଆରେ ଆସିଥିବା ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଜବ ଓ ମିଛ କଥା ମନ୍ତବ୍ୟ ମେଣ୍ଟ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇ ଦେଇଛି। ଏ ସବୁ ଚର୍ଚ୍ଚା ଭିତରେ ପୁଣି ଥରେ ରାଜ୍ୟ ବିଜେପି ନେତୃତ୍ବଙ୍କ ଦିଲ୍ଲୀ ଗସ୍ତ ଚର୍ଚ୍ଚାକୁ ଆହୁରି ବଢ଼ାଇଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Important meeting of BJP will held in Delhi today | Argus News