Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଧନତେରସରେ ବଢିଲା ରୁପାର ଚାହିଦା, କମିଲା ସୁନା ବିକ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଧନତେରସରେ ବଢିଲା ରୁପାର ଚାହିଦା, କମିଲା ସୁନା ବିକ୍ରୀ

Key Points

  • ଗହଣାବଜାରରେ ଚଳିତବର୍ଷ ଇତିହାସ 
  • ଧନତେରସରେ ଫିକା ପଡିଲା ସୁନା
  • ସବୁଠୁ ଅଧିକ ବିକ୍ରି ହୋଇଛି ରୁପା

ଅର୍ଗସ ବ୍ୟୁରୋ :  ଗହଣାବଜାରରେ ବଢିଲା ରୂପାର ଚାହିଦା । ସୁନା ଛାଡି ରୂପା କିଣିଲେ ଗ୍ରାହକ । ଯାହା ପ୍ରଥମ ଥର ପାଇଁ ଗହଣାବଜାରରେ ଏୈତିହାସିକ ରେକର୍ଡ ବୋଲି କୁହାଯାଉଛି । ପୂର୍ବବର୍ଷ ଅପେକ୍ଷା ଏହାର ବିକ୍ରୀ ୩୦ରୁ ୩୫ ପ୍ରତିଶତ ବୃଦ୍ଧି ପାଇଛି । 
ପ୍ରତିବର୍ଷ ଧନତେରସରେ ସୁନା ପ୍ରତି ଲୋକଙ୍କର ଆକର୍ଷଣ ବଢିଥାଏ । ସୁନା କିଣିବା ପାଇଁ ଲୋକେ ଗହଣା ଦୋକାନରେ ଭିଡ ଜମାଇ ଥାଆନ୍ତି । ଘରକୁ ସୁନା କିଣି ଆଣିବା ଶୁଭ ବୋଲି କହିଥାନ୍ତି । ହେଲେ ପ୍ରଥମ ଥର ପାଇଁ ରୂପା ର ବିକ୍ରି ଅଧିକ ହୋଇଥିବା ରିପୋର୍ଟରୁ ଜଣା ପଡିଛି ।
ତେବେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ସୁନାର ଦାମ ଅତ୍ୟଧିକ ବୃଦ୍ଧି ପାଇଥିବା କାରଣରୁ ସୁନା ପ୍ରତି ମୁହଁ ଫେରାଇ ଆଣିଛନ୍ତି ଗ୍ରାହକ । ଯଦି ଦେଖାଯାଏ ତେବେ ପୂର୍ବ ବର୍ଷ ଧନତେରସ ସମୟରେ ସୁନାର ମୂଲ୍ୟ ୧୦ ଗ୍ରାମକୁ ଥିଲା ପାଖାପାଖି ୬୨ ହଜାର  । ଏବଂ ରୂପାର ମୂଲ୍ୟ ଥିଲା ୧ କେଜିକୁ ପାଖାପାଖି ୭୨ ହଜାର । 
ତେବେ ଚଳିତ ବର୍ଷ ଏହାର ମୂଲ୍ୟ ବୃଦ୍ଧିପାଇ ସୁନା ପାଖାପାଖି ୮୧ ହଜାର ଥିବାବେଳେ ରୂପାର ମୂଲ୍ୟ ପାଖାପାଖି ୧ ଲକ୍ଷରେ ପହଞ୍ଚିଛି । ତେଣୁ ସୁନାର ଦର ଆକାଶଛୁଆଁ ହେବା କାରଣରୁ ଗ୍ରାହକ ଚଳିତଥର ରୂପାରେ ଅଧିକ ଇନଭେଷ୍ଟମେଣ୍ଟ କରିଛନ୍ତି । 
ରିପୋର୍ଟ ଅନୁସାରେ, ଚଳିତ ଥର ୧୫ ପ୍ରତିଶତ ସୁନା କମ ବିକ୍ରି କରାଯାଇଛି । ଅର୍ଥାତ ପୂର୍ବଥର ସୁନା ୪୨ ଟନ ବିକ୍ରି କରାଯାଇଥିବା ବେଳେ ଚଳିତ ଥର ୩୫ ରୁ ୪୦ ଟନ ସୁନା ବିକ୍ରି କରାଯାଇଛି ।  ତେବେ ସମୁଦାୟ ୨୮ ହଜାର କୋଟି ମୂଲ୍ୟର ସୁନା ଚଳିତ ବର୍ଷ ବିକ୍ରି କରା ଯାଇଥିବା ବେଳେ ପୂର୍ବବର୍ଷ ୨୪ ହଜାରରୁ ୨୫ ହଜାର କୋଟି ଟଙ୍କାର ସୁନା ବିକ୍ରି କରାଯାଇଥିଲା । କେବଳ ଦରବୃଦ୍ଧି ଯୋଗୁ ଚଳିତ ଥର ପୂର୍ବବର୍ଷ ତୁଳନାରେ ଏହା ଅଧିକ ବୃଦ୍ଧି ରହିଛି । 
ୱାର୍ଲ୍ଡ ଗୋଲ୍ଡ କାଉନସିଲର ରିପୋର୍ଟ ଅନୁଯାୟୀ ଚଳିତ ଥର ଭାରତରେ ସୁନାର ଚାହିଦା ପୂର୍ବ ୪ ବର୍ଷ ତୁଳନାରେ କମ ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Dhanteras, the demand for silver increased | Argus News