Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଫିଜିରେ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କୁ ସର୍ବୋଚ୍ଚ ବେସାମାରିକ ସମ୍ମାନ ରେ ସମ୍ମାନିତ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଫିଜିରେ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କୁ ସର୍ବୋଚ୍ଚ ବେସାମାରିକ ସମ୍ମାନ ରେ ସମ୍ମାନିତ

ଅର୍ଗସ ବ୍ୟୁରୋ : ଦକ୍ଷିଣ ପ୍ରଶାନ୍ତ ରାଷ୍ଟ୍ର ଫିଜିରେ ଗୁରୁଦେବ , ବିଶ୍ୱ ଆଧ୍ୟାତ୍ମିକ ଶାନ୍ତି ଏବଂ ମାନବତାବାଦୀ ନେତା ଶ୍ରୀ ଶ୍ରୀ ରବି ଶଙ୍କରଙ୍କୁ ତାଙ୍କର ଭିନ୍ନ ଭିନ୍ନ ସମ୍ପ୍ରଦାୟକୁ ଏକତ୍ରିତ କରି,ଶାନ୍ତି ଏବଂ ସୁସଙ୍ଗତୀତ କରିବାରେ ଅକ୍ଲାନ୍ତ ଯୋଗଦାନ ପାଇଁ ତାଙ୍କୁ ସର୍ବୋଚ୍ଚ ବେସାମାରିକ ସମ୍ମାନ ଅର୍ପଣ କରାଯାଇଛି | ଫିଜି ସାଧାରଣତନ୍ତ୍ରର ମାନନୀୟ ରାଷ୍ଟ୍ରପତି ରାତୁ ୱିଲିଆମେ କଟୋନିଭେରେ ଗୁରୁଦେବଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି |l  ତାଙ୍କର ବିଶ୍ୱବ୍ୟାପୀ ମାନବତାବାଦୀ କାର୍ଯ୍ୟ ଆର୍ଟ ଅଫ ଲିଭିଂ ଦ୍ୱାରା ଦୀର୍ଘ ୪୩ ବର୍ଷ ଧରି ଖୁସି ଏବଂ ସମନ୍ୱୟତା ପ୍ରସାର କରି ବହୁ ପ୍ରକାର ସେବା ମାନସିକ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଅଗ୍ରୀମତା ଏବଂ ଯୁବା ଏବଂ ମହିଳା ସଶସ୍ତି କରଣ, ଏବଂ ମାନସିକ ଉତ୍ତେଜନାର ଉପଶମ ଏବଂ ଧ୍ୟାନ କାର୍ଯ୍ୟକ୍ରମ ଏପରି ବିଭିନ୍ନ କ୍ଷେତ୍ରରେ ବିସ୍ତୃତ ସୁଯୋଗର ଅଗ୍ରମୀତା ତାଙ୍କୁ ଚିହ୍ନିତ କରିଛି |

ଅଧିକ ପଢନ୍ତୁ ଭାରତ ଖବର

ଫିଜି ଭ୍ରମଣ ବେଳେ, ଗୁରୁଦେବ ରାଜ୍ୟର ଉଚ୍ଚ ପଦସ୍ଥ କର୍ମଚାରୀ ଏପରିକି  ଫିଜିର ଉପ ପ୍ରଧାନମନ୍ତ୍ରୀ ୟୁ ଏନ   ନିବାସୀ ସମନ୍ୱୟକାରୀ ଫିଜିଙ୍କ ସହ ବାର୍ତ୍ତା ଆଦାନ ପ୍ରଦାନ ହୋଇ ଥିଲା |ନେତା ମାନେ ଆର୍ଟ ଅଫ ଲିଭିଂ କିପରି,ଦ୍ବୀପ ରେ ଯୁବା ସଶସ୍ତି କରଣ, ସ୍ଥାନୀୟ ସମ୍ପ୍ରଦାୟ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଅପରିବର୍ତ୍ତନୀୟ ଆୟୁର୍ବେଦ ଜ୍ଞାନ ବିଷୟରେ ଅବଦାନ କାରୀ ପାରିବ ସେଇ ବିଷୟରେ ଆଲୋଚନା କରିଥିଲେ |
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Fiji, Gurudev Sri Sri Ravi Shankar is honored with the highest civilian honour | Argus News