Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭଡାରେ ମିଳୁଛନ୍ତି ସ୍ତ୍ରୀ , ବିବାହ କରି ପୁଣି ଦେଇପାରିବେ ଡିଭୋର୍ସ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଭଡାରେ ମିଳୁଛନ୍ତି ସ୍ତ୍ରୀ , ବିବାହ କରି ପୁଣି ଦେଇପାରିବେ ଡିଭୋର୍ସ

Key Points

  • ଭଡାରେ ମିଳୁଛନ୍ତି ସ୍ତ୍ରୀ
  • ବିବାହ କରି ପୁଣି ଦେଇପାରିବେ ଡିଭୋର୍ସ
  • ରୀତିନୀତିରେ ହେବ ଉଭୟ ବିବାହ ଏବଂ ଡିଭୋର୍ସ

ଅର୍ଗସ ବ୍ୟୁରୋ : ବୁଲିବାକୁ ଗଲେ ଭଡାରେ ନେଇପାରିବେ ସ୍ତ୍ରୀ । ଏକଦମ ରୀତିନୀତି ଅନୁଯାୟୀ ବିବାହ କରିବା ପରେ ଆପଣଙ୍କ ଇଚ୍ଛା ଅନୁଯାୟୀ ସ୍ତ୍ରୀ ରଖିବେ, ଏବଂ ପୁଣି ଡିଭୋର୍ସ ମଧ୍ୟ ଦେଇପାରିବେ । ଏଥିରେ ଭଡାରେ ଆସିଥିବା ସ୍ତ୍ରୀ ଙ୍କର ମଧ୍ୟ ସହମତି ରହିବ । ବିବାହ ଏକ ପବିତ୍ର ସମ୍ପର୍କ । କିଛି ଜଣଙ୍କ ପାଇଁ ଏହି ବିବାହ ଖୁସିର ମୂହୁର୍ତ୍ତ ହୋଇଥିବା ବେଳେ କିଛି ଜଣଙ୍କ ପାଇଁ ଏହା ପ୍ରତିବନ୍ଧକ ମଧ୍ୟ ହୋଇଥାଏ । ଆଗକାଳରେ ବିବାହ ଉଭୟ ପରିବାରର ସହମତିରେ ରୀତିନୀତିରେ ପୁରୁଷ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ବେଳେ ବର୍ତ୍ତମାନ ଏହା ଏକପ୍ରକାର ଫ୍ୟାଶନ ପାଲଟି ସାରିଛି । ଅନେକ ସ୍ଥାନରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ନିୟମ । ଆଉ କେଉଁଠି ନିୟମ ବାହାରେ ମଧ୍ୟ କରାଯାଉଛି ବିବାହ । ଆମେ ଆପଣଙ୍କୁ ଏକଥା ଏଇଥିପାଇଁ କହୁଛୁ , କାରଣ ଇଣ୍ଡୋନେସିଆରେ ଏପରି କିଛି ବିବାହ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି ।

ଇଣ୍ଡୋନେସିଆର କିଛି ଗାଁରେ ବିବାହ ଭଡାରେ କରାଯାଇଥାଏ । ଅର୍ଥାତ ସେହି ସ୍ଥାନକୁ ଯେଉଁ ପର୍ଯ୍ୟଟକ ପୁରୁଷ ମାନେ ବୁଲିବାକୁ ଆସିଥାନ୍ତି, ସେମାନେ ନିଜର ଖୁସି ପାଇଁ ସେଇଠି ବିବାହ କରିପାରିବେ । ସେମାନଙ୍କୁ ବିବାହ କରିବା ପାଇଁ ସେହି ସ୍ଥାନୀୟ ଅଞ୍ଚଳର କିଛି ସ୍ତ୍ରୀ ଲୋକ ସେମାନଙ୍କର କିଛି ଦିନପାଇଁ ସ୍ତ୍ରୀ ହୋଇଥାନ୍ତି । କିନ୍ତୁ ସମ୍ପୁର୍ଣ୍ଣ ରୀତିନୀତିରେ ସେମାନଙ୍କ ବିବାହ ସମ୍ପର୍ଣ୍ଣ ହୋଇଥାଏ । ସେଠାାକର ଜଣେ ବ୍ୟକ୍ତି ମଧ୍ୟସ୍ଥି ଭାବେ ପର୍ଯ୍ୟଟକଙ୍କ ସହ ସେଠାକାର ମହିଳାଙ୍କ ଭେଟ କରାଇଥାନ୍ତି । ପରେ ବିବାହ କରି ସ୍ବାମୀ ସ୍ତ୍ରୀ ଭାବରେ ହିଁ ପୁରା ଟ୍ରିପର ମଜା ନିଅନ୍ତି ପର୍ଯ୍ୟଟକ । ପରେ ଟ୍ରିପ ଶେଷ ହେବା ସମୟରେ ରୀତିନୀତି ଅନୁଯାୟୀ ସେମାନଙ୍କର ଡିଭୋର୍ସ ହୋଇଥାଏ । ତେବେ ଭଡାରେ ସ୍ତ୍ରୀ ହୋଇ ରହିବା ବାବଦକୁ ସେହି ମହିଳା ମାନଙ୍କୁ ପାରିଶ୍ରମିକ ମଧ୍ୟ ମିଳିଥାଏ ।

ଏହା ସେଠାକାର ମହିଳା ମାନଙ୍କର ଏକପ୍ରକାର ବିଜନେସ ଅଟେ ।  ଏହି ଟଙ୍କାରେ ସେମାନେ ପରିବାର ଚଳାଇଥାନ୍ତି । ପ୍ରତିବର୍ଷ ସେଠାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି ।  ଇଣ୍ଡୋନେସିଆ ର ନିୟମ ଅନୁଯାୟୀ, ଏହା ବେଆଇନ ହୋଇଥିଲେ ମଧ୍ୟ କୌଣସି କଡା କାର୍ଯ୍ୟାନୁଷ୍ଠାନ ନଥିବାରୁ ଆଜି ବି ସେଠାରେ ଏପରି ବିଜନେସ ଚାଲିଛି । 
ବିଶେଷ ଭାବେ କମ ଶିକ୍ଷିତ ଥିବା କିଛି ଗରିବ ଶ୍ରେଣୀର ଝିଅମାନେ ଏହି ବିଜନେସରେ ସାମିଲ ହୋଇଥାନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Indonesia ,rented wife available for tourist | Argus News