Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Narendra Modi / 'ଅପରେସନ ସିନ୍ଦୂରରେ ଭାରତ ଅନ୍ୟାୟର ପ୍ରତିଶୋଧ ନେଇଛି'

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
'ଅପରେସନ ସିନ୍ଦୂରରେ ଭାରତ ଅନ୍ୟାୟର ପ୍ରତିଶୋଧ ନେଇଛି'

Key Points

ଅପରେସନ୍ ସିନ୍ଦୂରରେ ଦେଖିବାକୁ ମିଳିଲା ଏହାର ଏକ ବଡ ପ୍ରମାଣ ।
ଦେଶର ଅନେକ ଅଂଚଳ ନକ୍ସଲ ଓ ମାଓ ସମସ୍ୟାରୁ ମୁକ୍ତ ।

ଦୀପାବଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଅନ୍ୟାୟର ମୁକାବିଲା କରିବାକୁ ମହାପ୍ରଭୁ ରାମଚନ୍ଦ୍ର ଶକ୍ତି ପ୍ରଦାନ କରିଥାନ୍ତି । ଯାହାର ବଡ଼ ପ୍ରମାଣ ଅପରେସନ୍ ସିନ୍ଦୂରରେ ଦେଖିବାକୁ ମିଳିଲା । ସେ ଆହୁରି ଲେଖିଛନ୍ତି, ଦେଶର ଅନେକ ଅଂଚଳ ଏବେ ନକ୍ସଲ ଓ ମାଓ ସମସ୍ୟାରୁ ମୁକ୍ତ ହୋଇଛି । "ସ୍ୱଦେଶୀ" ଓ ଆତ୍ମନିର୍ଭର ଭାରତ କଥା ଉଠାଇ ଦେଶବାସୀଙ୍କୁ ଏ ସମ୍ପର୍କିତ ପରାମର୍ଶ ଦେଇଛନ୍ତି ।

ଦେଶବାସୀଙ୍କ ପାଇଁ ଇଏ ହେଉଛି ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା । ଚିଠିରେ ମୋଦି ଉଲ୍ଲେଖ କରିଛନ୍ତି, ଅପରେସନ ସିନ୍ଦୂରରେ ଭାରତ ଅନ୍ୟାୟର ପ୍ରତିଶୋଧ ନେଇଛି । ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ପରେ ଏହା ଦ୍ୱିତୀୟ ଦୀପାବଳି। ପ୍ରଭୁ ଶ୍ରୀ ରାମ ଆମକୁ ଧାର୍ମିକତାକୁ ବଜାୟ ରଖିବା ଶିଖାନ୍ତି । ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ସାହସ ମଧ୍ୟ ଦିଅନ୍ତି। ଏହାର ଏକ ଜୀବନ୍ତ ଉଦାହରଣ କିଛି ମାସ ପୂର୍ବରୁ ଅପରେସନ ସିନ୍ଦୂର ସମୟରେ ଦେଖିଲେ ବୋଲି ମୋଦି ଲେଖିଛନ୍ତି । ଅପରେସନ ସିନ୍ଦୂର ସମୟରେ, ଭାରତ କେବଳ ଧାର୍ମିକତାକୁ ବଜାୟ ରଖିନଥିଲା ବରଂ ଅନ୍ୟାୟର ପ୍ରତିଶୋଧ ମଧ୍ୟ ନେଇଥିଲା।

ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

ଏବର୍ଷ ଦୀପାବଳିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଅନେକ ଅପହଞ୍ଚ ଇଲାକାରେ ପ୍ରଥମ ଥର ପାଇଁ ଦୀପ ଜଳିବ । ଅନେକ ଅଂଚଳରୁ ନକ୍ସଲ ଓ ମାଓ ସମସ୍ୟାରୁ ମୁକ୍ତ ହୋଇଛି । ଗତ କିଛି ଦିନ ଧରି ଅନେକ ହିଂସାର ରାସ୍ତା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ସମ୍ବିଧାନ ଉପରେ ସେମାନଙ୍କର ବିଶ୍ବାସ ଫେରିଛି । ଏହା ଦେଶ ପାଇଁ ଏକ ବଡ ସଫଳତା ।

କେତେକ ଐତିହାସିକ ସଫଳତା କଥା ବଖାଣିଛନ୍ତି ମୋଦି । ନବରାତ୍ରୀ ଅବସରରେ ନେକ୍ଟ ଜେନେରେସନ ଜିଏସଟି ଲାଗୁ ହୋଇଛି । ଜିଏସଟି ସଂଚୟ ଉତ୍ସବରେ ଦେଶବାସୀ ହଜାର ହଜାର କୋଟି ଟଙ୍କା ସଂଚୟ କରିଛନ୍ତି । ଏକାଧିକ ସଙ୍କଟ ଦେଇ ଗତି କରୁଥିବା ବିଶ୍ୱରେ, ଭାରତ ସ୍ଥିରତା ଏବଂ ସମ୍ବେଦନଶୀଳତାର ପ୍ରତୀକ ଭାବରେ ଉଭା ହୋଇଛି। ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି । "ବିକଶିତ" ଏବଂ "ଆତ୍ମନିର୍ଭର ଭାରତ" ର ଏହି ଯାତ୍ରାରେ, ନାଗରିକ ଭାବରେ ଆମର ପ୍ରାଥମିକ ଦାୟିତ୍ୱ ହେଉଛି ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବା।

ଦେଶବାସୀଙ୍କ ପାଇଁ କେତେକ କଥା ପାଳନ କରିବାକୁ ମୋଦି ପରାମର୍ଶ ମଧ୍ୟ ଦେଇଛନ୍ତି
-"ସ୍ୱଦେଶୀ" ଗ୍ରହଣ କରିବା ଏବଂ ଗର୍ବର ସହିତ କହିବା: "ଏହା ସ୍ୱଦେଶୀ!"
-"ଏକ ଭାରତ, ଶ୍ରେଷ୍ଠ ଭାରତ" ଭାବନାକୁ ପ୍ରୋତ୍ସାହିତ କରିବା।
- ସମସ୍ତ ଭାଷାକୁ ସମ୍ମାନ କରିବା
- ସ୍ୱଚ୍ଛତା ବଜାୟ ରଖିବା
- ଆମ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା।
- ଆମ ଖାଦ୍ୟରେ ତେଲ ବ୍ୟବହାରକୁ 10% ହ୍ରାସ କରିବା
- ଯୋଗକୁ ଗ୍ରହଣ କରିବା

ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

ଏହି ସମସ୍ତ ପ୍ରୟାସ ଆମକୁ ଦ୍ରୁତ ଗତିରେ ବିକଶିତ ଭାରତ ଆଡକୁ ନେଇଯିବ। ମୋଦି ଆହୁରି ଲେଖିଛନ୍ତି, ଦୀପାବଳି ଆମକୁ ଏହା ମଧ୍ୟ ଶିଖାଏ ଯେ ଯେତେବେଳେ ଗୋଟିଏ ଦୀପ ଅନ୍ୟ ଏକ ଦୀପ ଜଳାଏ, ଏହାର ଆଲୋକ ହ୍ରାସ ପାଏ ନାହିଁ, ବରଂ ଏହା ଆହୁରି ବୃଦ୍ଧି ପାଏ। ସମାନ ଭାବନା ସହିତ, ଆସନ୍ତୁ ଏହି ଦୀପାବଳିରେ ଆମ ସମାଜ ଏବଂ ଆଖପାଖରେ ସଦୟତା, ସହଯୋଗ ଏବଂ ସକାରାତ୍ମକତାର ଦୀପ ଜଳାଇବା। ଦୀପବଳୀର ଅନେକ ଅନେକ ଶୁଭକାମନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Narendra Modi | In Letter To Citizens On Diwali, PM Modi's Lord Ram Example For Op Sindoor | Argus News