Videos
|
National

ନୂଆ ଲୋକସଭାର ପ୍ରଥମ ଅଧିବେଶନରେ ହିନ୍ଦୁଙ୍କୁ ହିଂସ୍ର କହିଲେ ରାହୁଲ ଗାନ୍ଧି

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ନୂଆ ଲୋକସଭାର ପ୍ରଥମ ଅଧିବେଶନରେ ହିନ୍ଦୁଙ୍କୁ ହିଂସ୍ର କହିଲେ ରାହୁଲ ଗାନ୍ଧି

Key Points

  • ନୂଆ ଲୋକସଭାର ପ୍ରଥମ ଅଧିବେଶନରେ ହିନ୍ଦୁଙ୍କୁ ହିଂସ୍ର କହିଲେ ରାହୁଲ ଗାନ୍ଧି
  • ଖୋଦ୍ ପ୍ରଧାନମନ୍ତ୍ରୀ ଉଠାଇଲେ ଆପତ୍ତି
  • ହିନ୍ଦୁର ଚରିତ୍ରକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାଦାନୁବାଦ
  • ଦେଶରେ ସଂଖ୍ୟାଲଘୁ ଧ୍ରୁବୀକରଣ ପାଇଁ ରାହୁଲ ଗାନ୍ଧିଙ୍କ ଷ୍ଟ୍ରାଟେଜି ହେବ କି ବୁମେରାଂ
  • ରାହୁଲ କ୍ଷମା ମାଗିବାକୁ ଦାବି କଲେ ଗୃହମନ୍ତ୍ରୀ ଅମିତ୍ ଶାହ

ଅର୍ଗସ ବ୍ୟୁରୋ : ହିଂସ୍ର କି ହିନ୍ଦୁ ସମାଜ ? ହିନ୍ଦୁଙ୍କୁ ନେଇ ଆଜି ସଂସଦରେ ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ। ନୂଆ ଲୋକସଭାର ପ୍ରଥମ ଅଧିବେଶନ। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚାଲିଥିଲା ଆଲୋଚନା। ବକ୍ତବ୍ୟ ରଖୁଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସମ୍ବିଧାନର ନାଁ ନେଇ ମୋଦି ସରକାର ଉପରେ ଆକ୍ରମଣ କରୁଥିଲେ। ଆଉ କହୁ କହୁ କହିଦେଲେ ଯେଉଁମାନେ ନିଜକୁ ହିନ୍ଦୁ କହନ୍ତି ସେମାନେ 24 ଘଣ୍ଟା ହିଂସା ଓ ଘୃଣା କରୁଛନ୍ତି। 

ଏହାପରେ ସଦନରେ ଆରମ୍ଭ ହେଲା ଜୋରଦାର ହଙ୍ଗାମା। ରାହୁଲଙ୍କ ବୟାନକୁ ତୀବ୍ର ବିରୋଧ କଲେ ଶାସକ ଦଳ ନେତା। ସ୍ଥିତି ଏମିତି ହେଲା ନିଜ ଆସନରେ ଛିଡ଼ା ହେଲେ ନିଜେ ପ୍ରଧାନମନ୍ତ୍ରୀ। କହିଲେ ପୁରା ହିନ୍ଦୁ ସମାଜକୁ ହିଂସକ କହିବା ଗୁରୁତର କଥା। ହିନ୍ଦୁର ଚରିତ୍ରକୁ ନେଇ ରାହୁଲଙ୍କ ବୟାନ ସଂସଦରେ ସୃଷ୍ଟି କଲା ଅସମ୍ଭାଳ ସ୍ଥିତି । INDI ମେଣ୍ଟ ଓ NDA ସଦସ୍ୟଙ୍କ ମଧ୍ୟରେ ହେଲା ଜୋରଦାର କଥା କଟାକଟି । ଗୃହମନ୍ତ୍ରୀ ଅମିତ୍ ଶାହ କହିଲେ ହିଂସାକୁ କୌଣସି ଧର୍ମ ସହ ଯୋଡ଼ିବା ବଡ଼ ଭୁଲ। ଦେଶକୁ କ୍ଷମା ମାଗନ୍ତୁ ରାହୁ ଗାନ୍ଧି।  ଏତିକି ନୁହେଁ ରାହୁଲଙ୍କ ଦଳକୁ ଟାର୍ଗେଟ୍ କରି ଦେଶରେ ଜରୁରୀ ପରିସ୍ଥିତି କଥା ଉଠାଇଲେ ଅମିତ୍ ଶାହ।

ଅଧିକ ପଢନ୍ତୁ ଭାରତ ଖବର

ହିନ୍ଦୁ ବିରୋଧୀ ଆଭିମୁଖ୍ୟ ପାଇଁ ପୂର୍ବରୁ କଂଗ୍ରେସକୁ ଦେବାକୁ ପଡ଼ିଛି ରାଜନୈତିକ ମୂଲ୍ୟ । 2014 ଓ 2019ରେ ବିରୋଧୀ ଦଳ ନେତା ପଦ ବି ହରାଇ ବସିଥିଲା କଂଗ୍ରେସ। ଏଥର ବି ଲୋକସଭାରେ ତିନି ଅଙ୍କ ଛୁଇଁ ପାରିନାହିଁ ଦେଶକୁ ସର୍ବାଧିକ କାଳ ଶାସନ କରିଥିବା ଦଳ। ୟା ଭିତରେ ଦେଶରେ ସଂଖ୍ୟାଲଘୁ ଧ୍ରୁବୀକରଣ ପାଇଁ ରାହୁଲ ଗାନ୍ଧିଙ୍କ ଷ୍ଟ୍ରାଟେଜି ତାଙ୍କ ଦଳ ପାଇଁ ବୁମେରାଂ ପାଲଟିବ କି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In the first session of the new Lok Sabha, Rahul Gandhi called Hindus violent | Argus News