Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Aadhaar / UKରେ ଚାଲିବ ଆଧାରକାର୍ଡ, ଭାରତ କରିବ ସହଯୋଗ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
UKରେ ଚାଲିବ ଆଧାରକାର୍ଡ, ଭାରତ କରିବ ସହଯୋଗ

Key Points

ଆଧାରର ଅନ୍ତର୍ନିହିତ ଦିଗଗୁଡ଼ିକ ବିଷୟରେ ତନ୍ନ ତନ୍ନ କରି ଜାଣିବାକୁ ଚେଷ୍ଟା କରିଥିଲେ ।

ଷ୍ଟାରମର ବ୍ରିଟେନରେ ଏଭଳି ଆଧାର ସେବା ଆରମ୍ଭ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି ।

ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଏବେ ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନେକ ଶିଳ୍ପପତିଙ୍କୁ ମଧ୍ୟ ଭେଟିଛନ୍ତି । ଏହାରି ଭିତରେ ସେ ଏମିତି ଜଣେ ବ୍ୟକ୍ତିଙ୍କୁ ଭେଟିଛନ୍ତି ଯିଏ ଭାରତର ଅତ୍ୟାଧୁନିକ ପରିଚୟ ପତ୍ର ଆଧାର ଲଞ୍ଚ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ । ବ୍ରିଟିଶ ପ୍ରଧାନମନ୍ତ୍ରୀ ଆଧାର ସେବା କଥା ଶୁଣି ଏତେ ପ୍ରଭାବିତ ହୋଇଥିଲେ ଯେ ସେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନନ୍ଦନ ନିଲେକାନିଙ୍କ ସହିତ ଏହା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଆଧାରର ଅନ୍ତର୍ନିହିତ ଦିଗଗୁଡ଼ିକ ବିଷୟରେ ତନ୍ନ ତନ୍ନ କରି ଜାଣିବାକୁ ଚେଷ୍ଟା କରିଥିଲେ । ଷ୍ଟାରମର ବ୍ରିଟେନରେ ଏଭଳି ଆଧାର ସେବା ଆରମ୍ଭ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି । ନିଲେକାନି ୨୦୦୯ ମସିହାରେ ଭାରତର ଡିଜିଟାଲ ପରିଚୟ ପ୍ରଣାଳୀ, ଆଧାର ବ୍ୟବସ୍ଥା ଆରମ୍ଭ କରିଥିଲେ।

ଷ୍ଟାରମର ଆଧାର ପ୍ରତି ତାଙ୍କର ଆଗ୍ରହ ପ୍ରକାଶ କରିଥିଲେ କାରଣ ତାଙ୍କ ସରକାର ଦେଶରେ ସ୍ମାର୍ଟଫୋନ୍-ଆଧାରିତ ଡିଜିଟାଲ ପରିଚୟ ପତ୍ର ପ୍ରଚଳନ ପାଇଁ ଗୁରୁତ୍ୱ ଦେଉଛନ୍ତି। ବ୍ରିଟେନରେ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଭାବରେ ଭାରତର ମଡେଲ ଉପରେ ଆଧାରିତ। ୟୁକେ ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର ଡେଭ୍ ପରେସ୍ କହିଛନ୍ତି ଯେ ଷ୍ଟାରମର ତାଙ୍କ ଦେଶରେ ଭାରତର ଆଧାର ପରି ଏକ ଡିଜିଟାଲ ପରିଚୟ ପତ୍ର ସେବା ଆରମ୍ଭ କରିବାକୁ ଚାହୁଁଛନ୍ତି।


ଏହାସହ ପଢ଼ନ୍ତୁ:- 'ଲୋକେ କହୁଥିଲେ ଖେଳ ଛାଡ଼ି ବାପା ସହ ଅଟୋ ଚଲା'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଷ୍ଟାରମରଙ୍କ ଉଦ୍ଦେଶ୍ୟ ହେଉଛି ଆଧାର ପରି ପରିଚୟପତ୍ର ପ୍ରଚଳନ କରି ବ୍ରିଟେନରେ ଅନୁପ୍ରବେଶକାରୀଙ୍କୁ ରୋକାଯାଇପାରିବ । ତାଙ୍କ କହିବା କଥା ସେ ଏପରି ଏକ ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି ଯେ ଯିଏ ବି ତାଙ୍କ ଦେଶରେ ପ୍ରବେଶ କରିବ ସେ ଏକ ଡିଜିଟାଲ ପରିଚୟପତ୍ର ଦେଖାଇବାକୁ ବାଧ୍ୟ ହେବ। ପରେ, ଏହିଭଳି ସେବାକୁ ପାସପୋର୍ଟ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଷ୍ଟାରମର ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଭାରତ ଭଳି ଦେଶ ସହିତ ଏହି ବିଷୟରେ ଆଲୋଚନା କରୁଛନ୍ତି, ଯେଉଁମାନେ ପୂର୍ବରୁ ଏପରି ଡିଜିଟାଲ ପରିଚୟପତ୍ର କାର୍ଯ୍ୟକାରୀ କରିସାରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, "ପରିଚୟପତ୍ର ଏକ ବଡ଼ ସମସ୍ୟା।"

ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି, 'ପରିଚୟପତ୍ରକୁ ନେଇ ଆମ ଦେଶରେ ସବୁବେଳେ ସମସ୍ୟା ଲାଗି ରହିଛି । ମୁଁ ଜାଣିନାହିଁ ଯେ ଆପଣମାନଙ୍କ ମଧ୍ୟରୁ କେତେ ଜଣ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ମୁଁ ମୋ ପିଲାକୁ ସ୍କୁଲରେ ନାମ ଲେଖାଇବା ଠାରୁ ଆରମ୍ଭ କରି ଛୋଟ ମୋଟ କାମରେ ମଧ୍ୟ ପରିଚୟପତ୍ର ସମସ୍ୟାର ସମ୍ମୁଖୀନ ହୁଏ । ଆମେ ଚିନ୍ତା କରୁଛୁ ଯେ, ଏଭଳି ସେବା ପ୍ରଚଳନ କରିବା ଦ୍ୱାରା, ଆମ ସମସ୍ତଙ୍କର ଫାଇଦା ହୋଇପାରେ ।'


ଏହାସହ ପଢ଼ନ୍ତୁ:- ମହିଳାଙ୍କୁ ଆତଙ୍କୀ ଟ୍ରେନିଂ ଦେଉଛି ଜୈସ-ଏ-ମହମ୍ମଦ !


ଆଧାରକୁ ନେଇ ଚିନ୍ତିତ ବ୍ରିଟେନ

ଗୋଟିଏପଟେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଦେଶରେ ଆଧାର ଭଳି ଏକ ସେବା ପ୍ରଚଳନ କରିବା କଥା କହୁଥିବା ବେଳେ, ସେପଟେ ବ୍ରିଟେନ୍ ଥିଙ୍କ୍ ଟ୍ୟାଙ୍କ ଏନେଇ ଚିନ୍ତା ପ୍ରକଟ କରିଛି । ବ୍ରିଟେନ୍ ଖବରକାଗଜ "ଗାର୍ଡିଆନ୍" କହିଛି ଯେ ଏପରି ପରିଚୟପତ୍ର ଦ୍ୱାରା ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ମଧ୍ୟ ରିହିଛି । ଏମିତିକି ଏହାର ଅପବ୍ୟବହାର ହେବାର ସମ୍ଭାବନା ମଧ୍ୟ ରହିଛି । ଭାରତରେ ଏପରି ସେବା ସଫଳ ହୋଇଥାଇପାରେ କିନ୍ତୁ ବ୍ରିଟେନରେ ଆଧାର ଭଳି ପରିଚୟପତ୍ର ପ୍ରଚଳନ କରିବା ବିପଦକୁ ଡାକିଆଣିବା ସହିତ ସମାନ ହୋଇପାରେ ।

Related Topics

Explore more stories

Sponsored
Aadhaar | In UK Prime Minister's India Visit, An Aadhaar Idea Is High On Agenda | Argus News