Videos
|
National

LPG Cylinder Delivery / LPG ଗ୍ରାହକଙ୍କ ପାଇଁ ବଡ଼ ଖବର ! ବୁକିଂର ୩-୪ ଘଣ୍ଟାରେ ଘରେ ପହଞ୍ଚିବ ସିଲିଣ୍ଡର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
LPG ଗ୍ରାହକଙ୍କ ପାଇଁ ବଡ଼ ଖବର ! ବୁକିଂର ୩-୪ ଘଣ୍ଟାରେ ଘରେ ପହଞ୍ଚିବ ସିଲିଣ୍ଡର
LPG Cylinder

Key Points

LPG ସିଲିଣ୍ଡର ଡେଲିଭରିରେ ବଡ଼ ପରିବର୍ତ୍ତନ
ଏବେ ମାତ୍ର ୩-୪ ଘଣ୍ଟାରେ ଘରେ
ଜାଣନ୍ତୁ IndianOilର ନୂଆ ସେବା
ରୋଷେଇ ଘରେ LPG ସିଲିଣ୍ଡର ସରିଗଲେ ଚିନ୍ତା ବଢ଼ିଯାଏ । ଆଉ ବୁକିଂ କରିବା ପରେ କେବେ ସିଲିଣ୍ଡର ଆସିବ, ସେହି ଅପେକ୍ଷାରେ ରହିବାକୁ ପଡ଼େ । କିନ୍ତୁ ଏବେ LPG ଗ୍ରାହକଙ୍କ ପାଇଁ ଆସିଛି ଏକ ନୂଆ ସୁବିଧା । ଇଣ୍ଡିଆନ୍ ଅଏଲ୍ ଆରମ୍ଭ କରିଛି ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ସେବା, ଯେଉଁଥିରେ ମିଳିବ ମାତ୍ର ୧୦ କିଲୋର ହାଲୁକା କମ୍ପୋଜିଟ୍ LPG ସିଲିଣ୍ଡର । ତେବେ ଆସନ୍ତୁ ଜାଣିବା ଏହି ନୂଆ ସିଲିଣ୍ଡରର ଦାମ କେତେ, କେଉଁଠି ମିଳିବ ଏବଂ କିପରି କରିବେ ବୁକିଂ ?

ଯଦି ଆପଣଙ୍କ ଘରେ LPG ସିଲିଣ୍ଡର ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । LPG ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ଇଣ୍ଡିଆନ୍ ଅଏଲ୍ ଆରମ୍ଭ କରିଛି ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ନାମରେ ଏକ ନୂଆ ସେବା । ଏହି ସେବା ଅଧୀନରେ ଗ୍ରାହକଙ୍କୁ ମିଳିବ ୧୦ କିଲୋଗ୍ରାମର ହାଲୁକା କମ୍ପୋଜିଟ୍ LPG ସିଲିଣ୍ଡର । ସବୁଠୁ ବଡ଼ କଥା ହେଉଛି ଏହି ଏଲପିଜି ସିଲିଣ୍ଡର ବୁକିଂ କରିବାର କିଛି ସମୟ ମଧ୍ୟରେ ଡେଲିଭରୀ ହେବ ।

କ’ଣ ଏହି ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ?

‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ହେଉଛି ଇଣ୍ଡିଆନ୍ ଅଏଲ୍‌ର ୧୦ କିଲୋଗ୍ରାମର କମ୍ପୋଜିଟ୍ LPG ସିଲିଣ୍ଡର । ସାଧାରଣ ସିଲିଣ୍ଡର ତୁଳନାରେ ଏହା ଅଧିକ ହାଲୁକା ହୋଇଥିବାରୁ ଏହାକୁ ଉଠାଇବା ଓ ନେବା ସହଜ ହେବ । ସବୁଠୁ ବଡ଼ କଥା ହେଉଛି ଏହାର ବଡି କଳଙ୍କୀ-ପ୍ରତିରୋଧୀ ଅଟେ । ଏହା ସହ ସିଲିଣ୍ଡରର ଟ୍ରାନ୍ସପାରେଣ୍ଟ ଡିଜାଇନ୍ ଯୋଗୁଁ ଭିତରେ କେତେ ଗ୍ୟାସ୍ ବାକି ଅଛି, ତାହା ମଧ୍ୟ ସହଜରେ ଦେଖିହେବ । ଛୋଟ ପରିବାର କିମ୍ବା ଯେଉଁ ଘରେ LPGର ବ୍ୟବହାର ଅପେକ୍ଷାକୃତ କମ୍, ସେମାନଙ୍କ ପାଇଁ ମଧ୍ୟ ଏହି ୧୦ କିଲୋଗ୍ରାମର ସିଲିଣ୍ଡର ଏକ ସୁବିଧାଜନକ ବିକଳ୍ପ ହୋଇପାରେ ।

କିପରି କରିବେ ବୁକିଂ ?

ଏହି ସେବାରେ ନୂଆ LPG କନେକ୍ସନ୍ କିମ୍ବା ରିଫିଲ୍ ବୁକିଂ ପାଇଁ ଗ୍ରାହକ ଡିଜିଟାଲ୍ ପ୍ଲାଟଫର୍ମର ସହାୟତା ନେଇପାରିବେ । ଗ୍ରାହକମାନେ IndianOil ONE App, IndianOil Customer Portal ଏବଂ ଇଣ୍ଡିଆନ୍ ଅଏଲ୍‌ର WhatsApp ସେବା ନମ୍ବର- 7588888824 ମାଧ୍ୟମରେ ବୁକିଂ କରିପାରିବେ । ଏହାଦ୍ୱାରା ଘରେ ବସି ନୂଆ କନେକ୍ସନ୍ ପାଇଁ ଆବେଦନ କରିବା ସହ ଗ୍ୟାସ୍ ରିଫିଲ୍ ମଧ୍ୟ ବୁକ୍ କରାଯାଇପାରିବ ।

ଏହି ସିଲିଣ୍ଡରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହାର ଦ୍ରୁତ ଡେଲିଭରି ସେବା । ଇଣ୍ଡିଆନ୍ ଅଏଲ୍‌ର ଦାବି ଅନୁସାରେ, ବୁକିଂ କରିବାର ପ୍ରାୟ ୩ରୁ ୪ ଘଣ୍ଟା ମଧ୍ୟରେ ସିଲିଣ୍ଡର ଘରେ ପହଞ୍ଚିପାରିବ ।
ଏହା ବ୍ୟତୀତ,
- ସାଧାରଣ ସିଲିଣ୍ଡର ତୁଳନାରେ ଓଜନ କମ୍ ଥିବାରୁ ଉଠାଇବା ସହଜ
- ସିଲିଣ୍ଡରରେ ଥିବା ଗ୍ୟାସ୍‌ର ସ୍ତର ସହଜରେ ଦେଖିହେବ
- କଳଙ୍କୀ -ପ୍ରତିରୋଧୀ ବଡି ଥିବାରୁ ଏହା ଅଧିକ ସୁବିଧାଜନକ
- ନୂଆ କନେକ୍ସନ୍ ପାଇଁ କମ୍ ଡକ୍ୟୁମେଣ୍ଟରେ ପ୍ରକ୍ରିୟା ସମ୍ପନ୍ନ କରିବାର ସୁବିଧା ରହିବ
- ଡିଜିଟାଲ୍ ବୁକିଂ ଓ ଟ୍ରାକିଂର ସୁବିଧା ମଧ୍ୟ ମିଳିବ
- ହାଲୁକା ଓ ଆଧୁନିକ ଡିଜାଇନ୍ ଯୋଗୁଁ ବ୍ୟବହାର ଅଧିକ ସୁବିଧାଜନକ ହେବ

କେଉଁଠି ମିଳିବ ଏହି ସେବା ?

କମ୍ପାନୀ ଅନୁସାରେ, ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ସେବା ଇଣ୍ଡେନ୍ ଡିଷ୍ଟ୍ରିବ୍ୟୁଟର ନେଟୱର୍କ ଏବଂ କିଛି ଚୟନିତ ରିଟେଲ୍ ଆଉଟଲେଟ୍‌ ମାଧ୍ୟମରେ ଉପଲବ୍ଧ କରାଯିବ । ଏହି ସେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି LPG ଗ୍ରାହକଙ୍କୁ ଦ୍ରୁତ ଡେଲିଭରି, ସହଜ ବୁକିଂ ଏବଂ ଅଧିକ ସୁବିଧାଜନକ LPG ବ୍ୟବହାରର ଅନୁଭବ ଦେବା ।
ଅର୍ଥାତ୍, ଯଦି ଆପଣ ସକାଳ ୭ଟାରେ ସିଲିଣ୍ଡର ବୁକିଂ କରୁଛନ୍ତି, ତେବେ ଇଣ୍ଡିଆନ୍‌ ଅଏଲର ଦାବି ଅନୁସାରେ ସକାଳ ୧୦ଟା ସୁଦ୍ଧା ଏହା ଆପଣଙ୍କ ଘରେ ପହଞ୍ଚିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: