Aug 15 Interesting Facts / ୮୦ ବର୍ଷରେ ଭାରତର ସ୍ୱାଧୀନତା; ଅଗଷ୍ଟ ୧୫ ସହ ଜଡ଼ିତ ଏହି ରୋଚକ ତଥ୍ୟ ଆପଣ ଜାଣନ୍ତି କି?
·2 weeks ago·2 min read

Key Points
ଦେଶ ପାଳିବାକୁ ଯାଉଛି ୮୦ତମ ସ୍ଵାଧୀନତା ଦିବସ
ଅଗଷ୍ଟ ୧୫ ସହ ଜଡ଼ିତ ରହିଛି ଅନେକ ରୋଚକ ତଥ୍ୟ
୯୦ ପ୍ରତିଶତ ଭାରତୀୟ ଜାଣିନଥିବେ
ଅଗଷ୍ଟ ୧୫ ସହ ଜଡ଼ିତ ରହିଛି ଅନେକ ରୋଚକ ତଥ୍ୟ
୯୦ ପ୍ରତିଶତ ଭାରତୀୟ ଜାଣିନଥିବେ
ଭାରତ ୧୯୪୭ ୧୫ ଅଗଷ୍ଟରେ ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇଥିଲା । ଏହି ଦିନରେ ଦେଶର ସ୍ୱାଧୀନତା ପାଇଁ ଅନେକ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନ ଦେଇଥିଲେ । ଭାରତର ପ୍ରଥମ ସ୍ଵାଧୀନତା ଦିବସ ସହିତ ଜଡ଼ିତ ଏପରି ଅନେକ କଥା ଅଛି ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଦେଶ ଆଜି ୮୦ତମ ସ୍ଵାଧୀନତା ଦିବସ ପାଳୁଥିବାବେଳେ ଆସନ୍ତୁ ଅଗଷ୍ଟ ୧୫ ବିଷୟରେ କିଛି ଆକର୍ଷଣୀୟ ତଥ୍ୟ ଜାଣିବା ।
ଅଗଷ୍ଟ ୧୫କୁ ନେଇ ରହିଛି ଚମକାଇଦେବା ତଥ୍ୟ
ଅଗଷ୍ଟ ୧୫କୁ ନେଇ ରହିଛି ଚମକାଇଦେବା ତଥ୍ୟ
- ଆପଣ କଣ ଜାଣନ୍ତି ଯେ ମହାତ୍ମା ଗାନ୍ଧୀ ଦେଶର ସ୍ୱାଧୀନତା ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଅହିଂସା ଆନ୍ଦୋଳନ କରି ବ୍ରିଟିଶଙ୍କୁ ଦେଶରୁ ବିତାଡ଼ିତ କରିଥିଲେ । ମାତ୍ର ଯେତେବେଳେ ଭାରତ ୧୫ ଅଗଷ୍ଟରେ ସ୍ୱାଧୀନତା ପାଇଲା, ବାପୁ ଏହି ଉତ୍ସବଗୁଡ଼ିକରେ ଅଂଶଗ୍ରହଣ କରିନଥିଲେ । ସ୍ୱାଧୀନତା ଦିବସ ଦିନ ମହାତ୍ମା ଗାନ୍ଧୀ ବଙ୍ଗଳାରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ବନ୍ଦ କରିବା ପାଇଁ ଅନଶନରେ ଥିଲେ ।
- ଯେତେବେଳେ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ସ୍ୱାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କୁ ନିମନ୍ତ୍ରଣ ପଠାଇଲେ, ସେତେବେଳେ ଗାନ୍ଧିଜୀ ଉତ୍ତର ଦେଇଥିଲେ ଯେ 'ଯେତେବେଳେ କୋଲକାତାରେ ହିନ୍ଦୁ ଏବଂ ମୁସଲମାନ ପରସ୍ପରକୁ ହତ୍ୟା କରୁଛନ୍ତି, ମୁଁ କିପରି ଉତ୍ସବକୁ ଆସିପାରିବି ? ଦଙ୍ଗା ବନ୍ଦ କରିବା ପାଇଁ ମୁଁ ମୋର ଜୀବନ ଦେଇଦେବି ।'
- ଯେତେବେଳେ ସାରା ବିଶ୍ୱ ମଧ୍ୟରାତ୍ରିରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଐତିହାସିକ ଭାଷଣ "ଟ୍ରିଷ୍ଟ ୱିଥ୍ ଡେଷ୍ଟିନି" ଶୁଣିଲା, ସେହି ଦିନ ମହାତ୍ମା ଗାନ୍ଧୀ ରାତି ୯ଟାରେ ହିଁ ଶୋଇବାକୁ ଚାଲିଯାଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପ୍ରତିବର୍ଷ ସ୍ୱାଧୀନତା ଦିବସରେ ଦେଶର ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରନ୍ତି, କିନ୍ତୁ ୧୯୪୭ରେ ଏହା ହୋଇନଥିଲା । ନେହେରୁ ୧୬ ଅଗଷ୍ଟ, ୧୯୪୭ରେ ପତାକା ଉତ୍ତୋଳନ କରିଥିଲେ । ୧୫ ଅଗଷ୍ଟ ୧୯୪୭ରେ ଲାଲକିଲ୍ଲାରେ ପ୍ରଥମେ ତ୍ରିରଙ୍ଗା ଉଡ଼ିନଥିଲା । ସେତେବେଳର ମାଡ୍ରାସ୍ ତଥା ଆଜିର ଚେନ୍ନାଇର Fort St. Georgeରେ ସକାଳ ପ୍ରାୟ ସାଢ଼େ ୫ଟାରେ ଫରଫର୍ ଉଡ଼ିଥିଲା ସ୍ଵାଧୀନ ଭାରତର ପ୍ରଥମ ତ୍ରିରଙ୍ଗା । ସେହି ଐତିହାସିକ ତ୍ରିରଙ୍ଗା ପ୍ରାୟ ୧୨ ଫୁଟ୍ର ଶୁଦ୍ଧ ରେଶମରେ ତିଆରି ଧ୍ୱଜା ଥିଲା, ଯାହାକି ଆଜି ବି ଚେନ୍ନାଇର ସେହି ମ୍ୟୁଜିଅମରେ ସଂରକ୍ଷିତ ହୋଇ ରହିଛି ।
- ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେଖା ୧୫ ଅଗଷ୍ଟରେ ନିର୍ଣ୍ଣୟ କରାଯାଇ ନଥିଲା । ବରଂ ୧୭ ଅଗଷ୍ଟରେ ନିର୍ଣ୍ଣୟ କରାଯାଇଥିଲା ।
- ସ୍ୱାଧୀନତା ପରେ, ଦେଶରେ କୌଣସି ଜାତୀୟ ସଙ୍ଗୀତ ନଥିଲା । ଜନ-ଗଣ-ମନକୁ କେବଳ ୧୯୫୦ ମସିହାରେ ଭାରତର ଜାତୀୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଇଥିଲା ।
- ଆମ ଦେଶ ବ୍ୟତୀତ ଦକ୍ଷିଣ କୋରିଆ, ବ୍ରିଟେନ ଏବଂ ଫ୍ରାନ୍ସ ମଧ୍ୟ ୧୫ ଅଗଷ୍ଟରେ ସ୍ୱାଧୀନତା ପାଇଥିଲା ।
- ସ୍ୱାଧୀନତା ସଂଗ୍ରାମୀ ମହର୍ଷି ଅରବିନ୍ଦ ଘୋଷଙ୍କ ଜନ୍ମ ମଧ୍ୟ ୧୫ ଅଗଷ୍ଟରେ ହୋଇଥିଲା ।
- ୧୯୫୦ ମସିହାର ୧୫ ଅଗଷ୍ଟରେ ଆସାମରେ ଏକ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ ଆସାମରେ ପ୍ରାୟ ୧୫୦୦ ର ୩୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।
Related Topics
Explore more stories