Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

West Asia Conflict / ଭାରତ ପାଖରେ ଅଛି ୬୦ ଦିନର ତେଲ, ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

Bikash Mohanty
Browse all articles by Bikash Mohanty
·3 months ago·2 min read
ଭାରତ ପାଖରେ ଅଛି ୬୦ ଦିନର ତେଲ, ଆଜି  ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ
Nartendra modi

Key Points

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ରାଜ୍ୟଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା
ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆଜି ସଂଧ୍ୟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ

ନୂଆଦିଲ୍ଲୀ, ୨୭/୩: ପଶ୍ଚିମ ଏସିଆ ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭିଡିଓ କନ୍‌ଫ ଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ। ଏଥିରେ ଇରାନ ଯୁଦ୍ଧ ଯୋଗୁ ବିଗୁଡ଼ୁଥିବା ସ୍ଥିତି ଏବଂ ଭାରତ ଉପରେ ପଡ଼ୁଥିବା ପ୍ରଭାବ ଉପରେ ଆଲୋଚନା ହୋଇପାରେ। ତେବେ ନିର୍ବାଚନୀ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏଥିରେ ସାମିଲ ହେବେ ନାହିଁ। ନିର୍ବାଚନୀ ରାଜ୍ୟଗୁଡ଼ିକରେ ଆଦର୍ଶ ଆଚରଣ ବିଧ‌ି ଲାଗୁ ଯୋଗୁ ସେହି ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ ନାହିଁ । ସେହି ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ସହ କ୍ୟାବିନେଟ ସଚିବାଳୟ ମାଧ୍ୟମରେ ପୃଥକ ଭାବେ ବୈଠକ କରାଯିବ।

ଏହି ବୈଠକରେ ଆଗକୁ ଆସୁଥିବା ଜଟିଳ ସ୍ଥିତି ପାଇଁ ଆବଶ୍ୟକ ପ୍ରସ୍ତୁତି, ଯୋଗାଣ ଶୃଙ୍ଖଳ, ଶକ୍ତି ସୁରକ୍ଷା, ବିଦେଶରେ ରହୁଥ‌ିବା ଭାରତୀୟଙ୍କ ସୁରକ୍ଷା ଆଦି ଉପରେ ଫୋକସ୍ କରାଯାଇପାରେ। ତେବେ ଭାରତରେ ଅନ୍ୟୁନ ୨ ମାସ ପର୍ଯ୍ୟନ୍ତ ଇନ୍ଧନ ମହଜୁଦ ଥିବା କେନ୍ଦ୍ର ସରକାର ଦେଶବାସୀଙ୍କୁ ଆଶ୍ଵସ୍ତ କରାଇଛନ୍ତି।

ଦେଶର ସମସ୍ତ ରିଫାଇନାରୀ ୧୦୦%ରୁ ଅଧିକ କ୍ଷମତାରେ କାମ କରୁଛନ୍ତି ଓ ତୈଳ ଯୋଗାଣ ପୂରା ସ୍ଥିର ରହିଛି। ଭାରତ ପାଖରେ ୭୪ ଦିନ ପାଇଁ ତୈଳ ସଂରକ୍ଷିତ କରି ରଖିବାର କ୍ଷମତା ରହିଛି। କିନ୍ତୁ ଏବେ ଭଣ୍ଡାର ଗୁଡ଼ିକରେ ୬୦ ଦିନ ତୈଳ ରହିଛି। ଅଶୋଧିତ ତୈଳ, ରିଫାଇଣ୍ଡ ଦ୍ରବ୍ୟ ଓ ରଣନୀତିକ ଭଣ୍ଡାରରେ ଥିବା ତୈଳକୁ ମିଶାଇଲେ ଦେଶ ବିନା ଆମଦାନୀରେ ୬୦ ଦିନ ଚାଲି ପାରିବ।  ଅଧିକାରୀମାନେ କହିଛନ୍ତି ଯେ ପଶ୍ଚିମ ଏସିଆ ଯୁଦ୍ଧ ୨୭ ଦିନରେ ପହଞ୍ଚିଥିଲେ ହେଁ ଦେଶର ସମସ୍ତ ନାଗରିକଙ୍କୁ ୨ ମାସ ଯାଏ ତୈଳ ଯୋଗାଇବାକୁ ସରକାର ସକ୍ଷମ। ଅତିରିକ୍ତ ଭାବେ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ନିଶ୍ଚିତ କରାଯାଇଛି। ତେଣୁ ଆଗାମୀ ଦିନରେ ସ୍ଥିତିରେ କୌଣସି ପରିବର୍ତ୍ତନ ହେବାରେ ନାହିଁ। ଦେଶର କୌଣସି ସ୍ଥାନରେ ଏଯାଏ ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜିର ଅଭାବ ଦେଖାଯାଇ ନାହିଁ। ସମସ୍ତ ତୈଳ ଷ୍ଟେସନ ସ୍ୱାଭାବିକ ଭାବେ କାମ କରଛି।  ଭାରତ ହେଉଛି ବିଶ୍ୱର ଅନ୍ୟତମ ସର୍ବବୃହତ୍ତ ରିଫାଇନାର୍ସୀ ଓ ପେଟ୍ରୋଲିୟମ ଦ୍ରବ୍ୟର ପ୍ରମୁଖ ରପ୍ତାନୀକାରୀ। ଦେଶରେ ଶକ୍ତିଶାଳୀ ଯୋଗାଣ ବ୍ୟବସ୍ଥା ମଧ୍ୟ ରହିଛି। ଏବେ କେବଳ ବିଭ୍ରାନ୍ତିକର ସୋଶାଲ ମିଡିଆ ପୋଷ୍ଟ ଯୋଗୁ କିଛି ସ୍ଥାନର ପେଟ୍ରୋଲ ପମ୍ପରେ ଭିଡ଼ ଦେଖାଯାଉଛି। ବାସ୍ତବରେ କୌଣସି ଅଭାବ ନଥିବା ସରକାର ସ୍ପଷ୍ଟ କରିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦି ଗତ ୨୪ ତାରିଖରେ ରାଜ୍ୟସଭାରେ କହିଥିଲେ ଯେ, ଇରାନ ଯୁଦ୍ଧ ଜାରି ରହିଲେ ଏହାର ପରିଣାମ ଭୟଙ୍କର ହୋଇପାରେ। ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ମିଳିମିଶି କାମ କରିବାକୁ ପଡ଼ିବ।

ଏଥିସହ ପଢ଼ନ୍ତୁ: ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ସନ୍ଧ୍ୟାରେ ବଡ଼ ବୈଠକ; ସାମିଲ୍ ହେବେ ବରିଷ୍ଠ ମନ୍ତ୍ରୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime minister meeting | India Oil Reserves Update: PM Modi to Hold Meeting with Chief Ministers Today | Argus News