|
logo
Live
Argus News App
GET APP

Argus News - ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ସନ୍ଧ୍ୟାରେ ବଡ଼ ବୈଠକ; ସାମିଲ୍ ହେବେ ବରିଷ୍ଠ ମନ୍ତ୍ରୀ

National

Narendra Modi / ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ସନ୍ଧ୍ୟାରେ ବଡ଼ ବୈଠକ; ସାମିଲ୍ ହେବେ ବରିଷ୍ଠ ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 week ago·2 min read
ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ସନ୍ଧ୍ୟାରେ ବଡ଼ ବୈଠକ; ସାମିଲ୍ ହେବେ ବରିଷ୍ଠ ମନ୍ତ୍ରୀ
War Impact on India

Key Points

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆଜି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଯେଉଁଥିରେ ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ରହିବେ । ବୈଠକରେ ଅଶୋଧିତ ତୈଳ, ଶକ୍ତି କ୍ଷେତ୍ର ଓ ସାରକୁ ନେଇ ଦେଶର ସ୍ଥିତି ବାବଦରେ ସମୀକ୍ଷା କରାଯିବ ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇରାନ-ଇସ୍ରାଏଲ୍ ଯୁଦ୍ଧ ଲାଗି ରହିଛି । ୨୩ ଦିନରେ ଯୁଦ୍ଧ ପହଞ୍ଚିଥିବା ବେଳେ ତୈଳ ସଂକଟ ଥମିବାର ନାଁ ନେଉନି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆଜି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଯେଉଁଥିରେ ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ରହିବେ । ବୈଠକରେ ଅଶୋଧିତ ତୈଳ, ଶକ୍ତି କ୍ଷେତ୍ର ଓ ସାରକୁ ନେଇ ଦେଶର ସ୍ଥିତି ବାବଦରେ ସମୀକ୍ଷା କରାଯିବ ।

ବୈଠକରେ କାହା ଉପରେ ଫୋକସ୍ ?

ବରିଷ୍ଠ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଆଲୋଚନା କରିବେ । ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ପେଟ୍ରୋଲିୟମ୍, ଅଶୋଧିତ ତୈଳ ଓ ସାର ନେଇ ଦେଶର ସ୍ଥିତି ସମୀକ୍ଷା କରାଯିବ । ସାରା ଦେଶରେ ତୈଳ ଓ ଗ୍ୟାସ୍ ଉପଲବ୍ଧତା ଉପରେ ସରକାରଙ୍କ ଗୁରୁତ୍ଵ ରହିଛି । ପରିବହନକୁ ସକ୍ରିୟ ରଖି ସମସ୍ତ କ୍ଷେତ୍ରରେ ପ୍ରଭାବୀ ବିତରଣକୁ ଗୁରୁତ୍ଵ ଦିଆଯାଉଛି ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ବସ୍ତି, ହଜାର ହଜାର ଟନ୍‌ LPG ନେଇ ଭାରତ ଆସିଲା ଆଉ ଏକ ଜାହାଜ

ଶକ୍ତି କ୍ଷେତ୍ରରେ ସୁରକ୍ଷା ଲାଗି ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ହେବ ନାହିଁ । ବୈଶ୍ଵିକ ସ୍ଥିତି ଉପରେ ନଜର ରଖିବା ସହ ଉପଭୋକ୍ତା ଓ ଉଦ୍ୟୋଗର ସ୍ଵାର୍ଥ ସୁରକ୍ଷିତ ରଖିବାକୁ ଗୁରୁତ୍ଵ ଦିଆଯାଉଛି ।

ମଧ୍ୟପ୍ରାଚ୍ୟ ଯୁଦ୍ଧ ଫଳରେ ବିଶ୍ଵସ୍ତରରେ ଅଶୋଧିତ ତୈଳ ଦାମ ବଢ଼ିଛି । ହେଲେ ଭାରତରେ ତୈଳଦର ଅପରିବର୍ତ୍ତିତ ରହିଛି । ଗ୍ୟାସ୍ ସଂକଟକୁ ସରକାର ନିୟନ୍ତ୍ରଣ କରିଛନ୍ତି । ଯୁଦ୍ଧ ଭିତରେ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ତୈଳ-ଗ୍ୟାସ୍ ଜାହାଜ ସୁରକ୍ଷିତ ଆସୁଛି । ଦେଶରେ ସ୍ଥିତି ସରକାରଙ୍କ ନିୟନ୍ତ୍ରଣରେ ରହିଛି ।

ଏଥିସହ ପଢ଼ନ୍ତୁ: ପ୍ରତିଶୋଧ ନେଲା ଇରାନ, ମିସାଇଲ ମାଡ଼ରେ ଥରିଲା ଇସ୍ରାଏଲର ନ୍ୟୁକ୍ଲିୟର ସିଟି 'ଡିମୋନା'

ପ୍ରତିଶୋଧ ନେଲା ଇରାନ

ସେପଟେ ଯେସାକୁ ତେସା ନୀତିରେ ଜବାବ ଦେଉଛି ଇରାନ । ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣର ପ୍ରତିଶୋଧ ନେଇଛି ଇରାନ ସେନା । ଇସ୍ରାଏଲର ଡିମୋନା ଏବଂ ଆରାଦ୍ ସହର ଉପରେ ଶକ୍ତିଶାଳୀ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି ଇରାନ । ଏହି ଆକ୍ରମଣରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଉଲ୍ଲେଖନୀୟ ଯେ ଡିମୋନା ଇସ୍ରାଏଲର ଅତ୍ୟନ୍ତ ସମ୍ବେଦନଶୀଳ ପରମାଣୁ ଗବେଷଣା କେନ୍ଦ୍ର ।

ଡିମୋନାରେ ଥିବା ଶିମୋନ ପେରେସ୍ ନେଗେଭ୍ ପରମାଣୁ ଅନୁସନ୍ଧାନ କେନ୍ଦ୍ର ଇରାନର ମୁଖ୍ୟ ଟାର୍ଗେଟ୍ ଥିଲା । ମିସାଇଲ୍ ମାଡ଼ ଯୋଗୁଁ ଆବାସିକ ବିଲ୍ଡିଂ ଗୁଡ଼ିକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ମାଟିରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଇସ୍ରାଏଲର ଜରୁରୀକାଳୀନ ସେବା ଅନୁସାରେ, ଆରାଦ୍ ସହରରେ ୮୪ ଜଣ ଏବଂ ଡିମୋନାରେ ୩୩ ଜଣ ଆହତ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Narendra Modi: ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ସନ୍ଧ୍ୟାରେ ବଡ଼ ବୈଠକ; ସାମିଲ୍ ହେବେ ବରିଷ୍ଠ ମନ୍ତ୍ରୀ | Argus News