Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆହୁରି ମଜବୁତ ହେବ ଭାରତ-ଆମେରିକା ସମ୍ପର୍କ

Jitendra Dash
Browse all articles by Jitendra Dash
·2 years ago·1 min read
ଆହୁରି ମଜବୁତ ହେବ ଭାରତ-ଆମେରିକା ସମ୍ପର୍କ

ଅର୍ଗସ ବ୍ୟୁରୋ : ଆହୁରି ମଜବୁତ ହେବ ଭାରତ-ଆମେରିକା ସମ୍ପର୍କ । ଆଜି ପଞ୍ଚମ ଥର ପାଇଁ ଦୁଇ ଦେଶ ମଧ୍ୟରେ ହୋଇଛି ଟୁ ପ୍ଲସ୍ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ । ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଅଷ୍ଟିନ୍, ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଓ ଓ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ମଧ୍ୟରେ ହୋଇଛି ଏହି ବୈଠକ । ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । 

ଅଧିକ ପଢନ୍ତୁ ଭାରତ ଖବର

ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଥିବା କହିଛନ୍ତି ରାଜନାଥ ସିଂହ । ଦକ୍ଷତା ବିକାଶ କ୍ଷେତ୍ରରେ ମଧ୍ୟ ଭାରତ ଆମେରିକା ସହିତ ମିଳିତ ଭାବେ କାମ କରିବାକୁ ଆଗ୍ରହୀ ଥିବା ସେ କହିଛନ୍ତି । ସେହିପରି ମହାକାଶରେ ସହଯୋଗ ଭାରତ ଏବଂ ଆମେରିକା ମଧ୍ୟରେ ଭାଗିଦାରୀର ଏକ ପ୍ରମୁଖ ଅଂଶ । ତେଣୁ ମହାକାଶ ଗବେଷଣା ଦିଗରେ ନାଶା ଓ ଇସ୍ରୋ ଏକାଠି କାମ କରିବା ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
india america relationship | Argus News