India Artificial Sun / 'କୃତ୍ରିମ ସୂର୍ଯ୍ୟ' ତିଆରି କରୁଛି ଭାରତ, ସୂର୍ଯ୍ୟଠାରୁ ୨୦ ଗୁଣ ଅଧିକ ଗରମ !
·1 hour ago·2 min read

Key Points
ଭାରତର ‘କୃତ୍ରିମ ସୂର୍ଯ୍ୟ’ ପ୍ରୟୋଗରେ ନୂଆ ଅଧ୍ୟାୟ
ପ୍ଲାଜ୍ମା ଛୁଇଁଲା ୨୦ କୋଟି ଡିଗ୍ରୀ
ଭାରତୀୟ ବୈଜ୍ଞାନିକଙ୍କ ବଡ଼ ସଫଳତା
ପ୍ଲାଜ୍ମା ଛୁଇଁଲା ୨୦ କୋଟି ଡିଗ୍ରୀ
ଭାରତୀୟ ବୈଜ୍ଞାନିକଙ୍କ ବଡ଼ ସଫଳତା
ଅସୀମ ଶକ୍ତିର ଉତ୍ସ ସୂର୍ଯ୍ୟ । ଆଗକୁ କୋଇଲା, ପାଣି କିମ୍ବା ଅନ୍ୟ ଉପଲବ୍ଧ ଇନ୍ଧନ ଶେଷ ହୋଇଯିବ । ତେଣୁ ସୂର୍ଯ୍ୟଙ୍କ ଶକ୍ତି ପରି ଏକ ବିକଳ୍ପ ଇନ୍ଧନର ସନ୍ଧାନରେ ଭାରତୀୟ ବୈଜ୍ଞାନିକ । ଆଉ ଏହି ବିକଳ୍ପ ଶକ୍ତି କ୍ଷେତ୍ରରେ ନୂଆ ଇତିହାସ ରଚିବାକୁ ଯାଉଛି ଭାରତ । ଦେଶର ନିଜସ୍ୱ 'କୃତ୍ରିମ ସୂର୍ଯ୍ୟ' ନିର୍ମାଣ ଦିଗରେ ବୈଜ୍ଞାନିକମାନଙ୍କୁ ମିଳିଛି ବିରାଟ ସଫଳତା । ଗୁଜରାଟସ୍ଥିତ 'ଇନ୍ଷ୍ଟିଚ୍ୟୁଟ୍ ଫର୍ ପ୍ଲାଜ୍ମା ରିସର୍ଚ୍ଚ'- IPRର SST-1 ଟୋକାମାକ୍ରେ ଏକ ଅତି ଶକ୍ତିଶାଳୀ ଉପକରଣ ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି । ଏଠାରେ ୮୨.୬ ଗିଗାହର୍ଜ ଏବଂ ୪ ଶହ କିଲୋୱାଟ୍ ବିଶିଷ୍ଟ ନୂଆ 'ଜାୟରୋଟ୍ରୋନ୍' ବସାଯାଇଛି । ଭାରତୀୟ ପରୀକ୍ଷଣରେ ପ୍ଲାଜ୍ମାର ତାପମାତ୍ରା ୨୦ କୋଟି ଡିଗ୍ରୀ ସେଲସିୟସ୍ରୁ ଅଧିକ ଛୁଇଁସାରିଛି । ଯାହା ଅସଲି ସୂର୍ଯ୍ୟର କୋର୍ ଠାରୁ ପ୍ରାୟ ୨୦ ଗୁଣ ଅଧିକ ଉତ୍ତପ୍ତ ।
ଶକ୍ତିଶାଳୀ ଉତ୍ତାପ ସୃଷ୍ଟି କରିବା ଅପେକ୍ଷା ଏହାକୁ ବ୍ୟବହାର ପାଇଁ ଦୀର୍ଘ ସମୟ ବାନ୍ଧିରଖିବା ଏକ ବଡ଼ ଆହ୍ବାନ । ତେଣୁ ପ୍ରଯୁକ୍ତିବିଦ୍ୟା ଜରିଆରେ ଅତ୍ୟନ୍ତ ଉତ୍ତପ୍ତ ପ୍ଲାଜ୍ମାକୁ ଦୀର୍ଘସମୟ ଧରି ସ୍ଥିର ଓ ନିୟନ୍ତ୍ରିତ ରଖିବାକୁ ଏକ ସ୍ବତନ୍ତ୍ର ଉପକରଣ ପ୍ରସ୍ତୁତ କରାଯାଇଛି ।
ଜାୟରୋଟ୍ରୋନ୍ ଏକ ହାଇ-ଫ୍ରିକ୍ୱେନ୍ସି ମାଇକ୍ରୋୱେଭ୍ ଉପକରଣ । ଏହା ପ୍ଲାଜ୍ମା ଭିତରକୁ ତୀବ୍ର ମାଇକ୍ରୋୱେଭ୍ ତରଙ୍ଗ ଛାଡ଼ି ଏହାକୁ ସୂର୍ଯ୍ୟ ପରି ପ୍ରଚଣ୍ଡ ଉତ୍ତପ୍ତ କରିବାରେ ସାହାଯ୍ୟ କରେ । ଡୋନଟ୍ ଆକୃତିର ଏହି ବିଶେଷ ସୁପରକଣ୍ଡକ୍ଟିଂ ମେସିନ୍ ଭିତରେ ଚୁମ୍ବକୀୟ ଶକ୍ତିକୁ ବ୍ୟବହାର କରି ଅତ୍ୟନ୍ତ ଉତ୍ତପ୍ତ 'ପ୍ଲାଜ୍ମା'କୁ ବାନ୍ଧି ରଖାଯାଉଛି । ସୂର୍ଯ୍ୟଙ୍କ ପରି ପୃଥିବୀରେ ପ୍ରଚୁର ମାଧ୍ୟାକର୍ଷଣ ଶକ୍ତି ନଥିବାରୁ, ବୈଜ୍ଞାନିକମାନେ ରିଆକ୍ଟର ଭିତରେ ଅତି ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ବ୍ୟବହାର କରୁଛନ୍ତି । ଫଳରେ ଉତ୍ତପ୍ତ ପ୍ଲାଜ୍ମାକୁ ରିଆକ୍ଟରର କାନ୍ଥରେ ବାଜିବାକୁ ନଦେଇ ଭାସମାନ ଅବସ୍ଥାରେ ରଖାଯାଇପାରୁଛି ।
ହାଇଡ୍ରୋଜେନରେ ଥିବା ଦୁଇଟି ଆଇସୋଟପ ଡିଉଟେରିୟମ୍ ଓ ଟ୍ରିଟିୟମର ମିଶ୍ରଣରେ ନ୍ୟୁକ୍ଲିୟର ଫ୍ୟୁଜନ୍ ଘଟାଇଲେ ଏଥିରୁ ହିଲିୟମ୍, ନ୍ୟୁଟ୍ରନ୍ ଓ ପ୍ରଚୁର ଶକ୍ତି ନିର୍ଗତ ହୁଏ । ଏହି ଫ୍ୟୁଜନ୍ ପ୍ରକ୍ରିୟାରୁ ନିର୍ଗତ ଶକ୍ତିକୁ ଜେନେରେଟର ସାହାଯ୍ୟରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦିଓ ପୃଥିବୀ ପୃଷ୍ଠରେ ପ୍ଲାଜ୍ମାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ଚୁମ୍ବକୀୟ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହି ଚ୍ୟାଲେଞ୍ଜକୁ ସାମ୍ନା କରାଯାଉଛି । କିନ୍ତୁ ଭବିଷ୍ୟତରେ ଏହି 'ଫ୍ୟୁଜନ୍ ରିଆକ୍ଟର' ସଫଳ ହେଲେ ବିଶ୍ୱକୁ ବିନା ପ୍ରଦୂଷଣରେ ଅସୀମ ବିଜୁଳି ଶକ୍ତି ମିଳିପାରିବ । ବିଶ୍ବର ପ୍ରଥମ ଦେଶ ଭାବେ ଚୀନ୍ର 'ଇଷ୍ଟ' ଟୋକାମାକ୍ ରିଆକ୍ଟର ପୂର୍ବରୁ ୧୦ କୋଟି ଡିଗ୍ରୀ ସେଲସିୟସ୍ ଉତ୍ତାପକୁ ୧ ହଜାର ୬୬ ସେକେଣ୍ଡ ପର୍ଯ୍ୟନ୍ତ ଧରିରଖି ବିଶ୍ୱ ରେକର୍ଡ ସୃଷ୍ଟି କରିସାରିଛି । ଚୀନ୍ର ଲକ୍ଷ୍ୟ ହେଉଛି ୨୦୨୭ ସୁଦ୍ଧା ଏହି ନୂଆ ରିଆକ୍ଟରର ପରୀକ୍ଷଣ ଶେଷ କରି ୨୦୩୦ ସୁଦ୍ଧା କୃତ୍ରିମ ସୂର୍ଯ୍ୟରୁ ବିଜୁଳି ଉତ୍ପାଦନ ଆରମ୍ଭ କରିବା ।
Related Topics
Explore more stories