New Baggage Rules / ବଦଳିଲା ସୁନା ଆଣିବାର ନିୟମ, ଜାଣନ୍ତୁ କ'ଣ ନୂତନ ବ୍ୟାଗେଜ୍ ନିୟମ ୨୦୨୬
·5 months ago·2 min read

Key Points
ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର
ଲାଗୁ ହେଲା ବ୍ୟାଗେଜ୍ ନିୟମ ୨୦୨୬
CBIC ବଢ଼ାଇଲା ଡ୍ୟୁଟି-ଫ୍ରି ଲିମିଟ୍
ଲାଗୁ ହେଲା ବ୍ୟାଗେଜ୍ ନିୟମ ୨୦୨୬
CBIC ବଢ଼ାଇଲା ଡ୍ୟୁଟି-ଫ୍ରି ଲିମିଟ୍
ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ବୃଦ୍ଧି ପାଇଲା ସୁନା ଓ ସାମଗ୍ରୀ ଆଣିବାର 'ଡ୍ୟୁଟି-ଫ୍ରି' ସୀମା । ଫେବୃଆରୀ ୨ ତାରିଖରୁ ସମଗ୍ର ଦେଶରେ ନୂତନ 'ବ୍ୟାଗେଜ୍ ନିୟମ ୨୦୨୬' ଲାଗୁ ହୋଇଛି । କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ- CBIC ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଫଳରେ ଏବେ ବିଦେଶରୁ ଭାରତ ଫେରୁଥିବା ଯାତ୍ରୀମାନେ ଅଧିକ ମୂଲ୍ୟର ସାମଗ୍ରୀ ବିନା କୌଣସି କଷ୍ଟମ୍ସ ଡ୍ୟୁଟି ବା ଶୁଳ୍କରେ ଆଣିପାରିବେ ।
ଭାରତୀୟ ନାଗରିକ, ଭାରତୀୟ ବଂଶୋଦ୍ଭବ ପର୍ଯ୍ୟଟକ କିମ୍ବା ବୈଧ ଭିସା ଥିବା ବିଦେଶୀ ନାଗରିକ ଏବେ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ବିନା ଶୁଳ୍କରେ ଆଣିପାରିବେ । ପୂର୍ବରୁ ଏହି ସୀମା ୫୦,୦୦୦ ଟଙ୍କା ଥିଲା । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହି ସୀମା ୨୫,୦୦୦ ଟଙ୍କା ରଖାଯାଇଛି । ସୁନା କଏନ କିମ୍ବା ସୁନା ବିସ୍କୁଟ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ । କଏନ ଓ ବିସ୍କୁଟ ଆକାରରେ ସୁନା ଆଣିଲେ ଶୁଳ୍କ ଦେବାକୁ ଯଦି ଜଣେ ଭାରତୀୟ ନାଗରିକ ବିଦେଶରେ ୧ ବର୍ଷରୁ ଅଧିକ ସମୟ ରହି ଫେରୁଛନ୍ତି, ତେବେ ସେମାନଙ୍କ ପାଇଁ ସୁନା ଗହଣା ଆଣିବା ସୀମାକୁ ଦ୍ୱିଗୁଣିତ କରାଯାଇଛି ।
ମହିଳା ଯାତ୍ରୀ ସାଥିରେ ୪୦ ଗ୍ରାମ ଶୁଳ୍କମୁକ୍ତ ସୁନା ଗହଣା ଓ ପୁରୁଷ ଯାତ୍ରୀ ୨୦ ଗ୍ରାମ ଶୁଳ୍କମୁକ୍ତ ସୁନା ଗହଣା ଆଣିପାରିବେ । ଏହି ଗହଣା କେବଳ ବ୍ୟକ୍ତିଗତ ବ୍ୟବହାର ପାଇଁ ହେବା ଉଚିତ, ବିକ୍ରୟ ପାଇଁ ନୁହେଁ। ୧୮ ବର୍ଷରୁ ଅଧିକ ବୟସର ଯେକୌଣସି ଯାତ୍ରୀ ନିଜ ସହିତ ଗୋଟିଏ ନୂଆ ଲ୍ୟାପଟପ୍ କିମ୍ବା ନୋଟପ୍ୟାଡ୍ ବିନା କୌଣସି ଶୁଳ୍କରେ ଆଣିପାରିବେ । ସେହିପରି ବିଦେଶୀ କିମ୍ବା ଭାରତୀୟ ମୁଦ୍ରା ଆଣିବା ବା ନେବା କ୍ଷେତ୍ରରେ FEMA ବା ବୈଦେଶିକ ମୁଦ୍ରା ପରିଚାଳନା ନିୟମ, ୨୦୧୫ ପାଳନ କରିବାକୁ ପଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories