Chinese Camera Ban IndiaChinese Camera Ban India / ସିସିଟିଭି ପରେ ଦେଶରେ ବ୍ୟାନ୍ ହେବ ଚୀନୀ କ୍ୟାମେରା; ସୁରକ୍ଷା ପାଇଁ ବଦଳିଲା ନିୟମ
·1 hour ago·3 min read

Key Points
ସୁରକ୍ଷାଗତ କାରଣରୁ ଭାରତ ସରକାର ଚୀନୀ ସିସିଟିଭି ପରେ ଚୀନ୍ ନିର୍ମିତ କ୍ୟାମେରା ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛନ୍ତି।
Replacement for Chinese CCTV cameras in India: ଭାରତ ସରକାର ଚଳିତ ବର୍ଷ ଅପ୍ରେଲ ପହିଲାରୁ ଚୀନ୍ କମ୍ପାନୀ ଦ୍ୱାରା ନିର୍ମିତ ଇଣ୍ଟରନେଟ୍ ସହ ସଂଯୁକ୍ତ ସିସିଟିଭି କ୍ୟାମେରା ଏବଂ ଭିଡିଓ ନିରୀକ୍ଷଣ ଉପକରଣ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରି ସାରିଛନ୍ତି। ଏହି ପଦକ୍ଷେପ ନୂତନ ମାନକୀକରଣ ପରୀକ୍ଷା ଏବଂ ଗୁଣବତ୍ତା ପ୍ରମାଣପତ୍ର (STQC) ନିୟମାବଳୀ କାର୍ଯ୍ୟକାରୀ କରିବା ପରେ ନିଆଯାଇଛି। ଏହା ପର ଠାରୁ ଦେଶରେ ସିସିଟିଭି ଉତ୍ପାଦ ବିକ୍ରୟ କରିବା ପୂର୍ବରୁ ସରକାରୀ ଅନୁମୋଦନ ନେବା ବାଧ୍ୟତାମୂଳକ ହୋଇଯାଇଛି।
ଚୀନ କମ୍ପାନୀ ଉପରେ ରହିଛି ଭାରତ ସରକାରଙ୍କ ସତର୍କ ନଜର
ଏକ ରିପୋର୍ଟ ଅନୁଯାୟୀ ଭାରତ ସରକାର ବିଭିନ୍ନ ସଂଯୁକ୍ତ ଉପକରଣ (Connected Devices) ପାଇଁ ସୁରକ୍ଷା ମାନଦଣ୍ଡକୁ କଡ଼ାକଡ଼ି କରୁଛନ୍ତି। ଏହି ପଦକ୍ଷେପର ଅଂଶ ସ୍ୱରୂପ ଚୀନ୍ କମ୍ପାନୀ ଦ୍ୱାରା ନିର୍ମିତ ସିସିଟିଭି ଉତ୍ପାଦ (Chinese CCTV) ଏବଂ ଚୀନୀ ଚିପସେଟ୍ ରହିଥିବା ଉପକରଣ (Chinese Chipset Devices) ପାଇଁ STQC ପ୍ରମାଣପତ୍ର ପ୍ରଦାନ କରା ଯାଉନାହିଁ। ଏହି ଅନୁମୋଦନ ବିନା ଏପରି ଉତ୍ପାଦ ଭାରତୀୟ ବଜାରରେ ବିକ୍ରୟ ହୋଇପାରିବ ନାହିଁ।
ଏହି ନିଷ୍ପତ୍ତିକୁ ଚୀନୀ ବ୍ରାଣ୍ଡ ପାଇଁ ଏକ ଶକ୍ତ ପ୍ରହାର ବୋଲି ବିବେଚନା କରାଯାଉଛି। କାରଣ ଗତ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଚୀନୀ କମ୍ପାନୀ ଭାରତୀୟ ସିସିଟିଭି ବଜାରର ପ୍ରାୟ ଏକ-ତୃତୀୟାଂଶ ସ୍ଥାନ ଅଧିକାର କରିଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତି ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି। ଦେଶର ସିସିଟିଭି ବଜାରରେ ସ୍ୱଦେଶୀ କମ୍ପାନୀ ସେମାନଙ୍କ ଉପସ୍ଥିତି ମଜବୁତ କରି ସାରିଛନ୍ତି।
ଏହା ସହ ପଢନ୍ତୁ: ଦେଶରେ ଆଜିଠୁ ବ୍ୟାନ୍ ହେଲା ଚୀନୀ ସିସିଟିଭି; ଜାଣନ୍ତୁ କାହିଁକି
ବହୁଛି ଭାରତୀୟ ଉଦ୍ୟୋଗର ଦବଦବା
ସିପି ପ୍ଲସ୍ (CP Plus), କ୍ୟୁବୋ (Qubo), ପ୍ରାମା (Prama), ମାଟ୍ରିକ୍ (Matrix), ସ୍ପର୍ଶ (Sparsh) ଭଳି ଭାରତୀୟ ବ୍ରାଣ୍ଡ ଆକ୍ରମଣାତ୍ମକ ଭାବରେ ସ୍ୱଦେଶୀ ବଜାରରେ ସେମାନଙ୍କର ବିସ୍ତାର କରିଛନ୍ତି। ଏହି କମ୍ପାନୀ ସେମାନଙ୍କର ଯୋଗାଣ ଶୃଙ୍ଖଳାକୁ ପରିବର୍ତ୍ତନ କରିଛନ୍ତି। ଚୀନ୍ ଉପାଦାନକୁ ତାଇୱାନ ନିର୍ମିତ ଚିପସେଟ୍ ସହିତ ବଦଳାଇଛନ୍ତି। ସ୍ଥାନୀୟ ଭାବରେ ସଫ୍ଟୱେର୍ ବିକଶିତ କରିଛନ୍ତି।
କାଉଣ୍ଟର ପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ଭାରତୀୟ କମ୍ପାନୀ ଫେବୃଆରୀ ପର୍ଯ୍ୟନ୍ତ ପ୍ରାୟ ସିସିଟିଭି ବଜାରରେ ପ୍ରାୟ ୮୦ ପ୍ରତିଶତ ସ୍ଥାନ ଦଖଲ କରି ସାରିଛନ୍ତି। ଯେତେବେଳେ ବୋଶ୍ (Bosch) ଏବଂ ହନିୱେଲ୍ (Honeywell) ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ପ୍ରିମିୟମ୍ ସେଗମେଣ୍ଟ (Premium Segment) ବର୍ଗରେ ପ୍ରଭାବଶାଳୀ ରହିଛନ୍ତି।
ହିରୋ ଗ୍ରୁପ୍ କମ୍ପାନୀ କ୍ୟୁବୋ (Hero Group Company Qubo) ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛି। କ୍ୟୁବୋ ପ୍ରତିଷ୍ଠାତା ନିଖିଲ ରାଜପାଲ କହିଛନ୍ତି ଯେ ଏହି ନିଷ୍ପତ୍ତି ଜାତୀୟ ଏବଂ ବ୍ୟକ୍ତିଗତ ସୁରକ୍ଷାକୁ ସୁଦୃଢ଼ କରିବା ସହ ଭାରତୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବ।
ନୂତନ ନିୟମ କ'ଣ
ଏହି ପରିବର୍ତ୍ତନ ୨୦୨୪ ଅପ୍ରେଲରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଅତ୍ୟାବଶ୍ୟକୀୟ ଆବଶ୍ୟକତା (Essential Requirements) ମାନକ ଅନୁଯାୟୀ କରାଯାଇଛି। ନିୟମ ଅନୁଯାୟୀ ବିଭିନ୍ନ ସଂସ୍ଥାକୁ ଚିପସେଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ଉପାଦାନର ଉତ୍ପତ୍ତି ଦେଶ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବାକୁ ପଡ଼ିବ ଏବଂ ସେମାନଙ୍କ ଉପକରଣ ଦୂରବର୍ତ୍ତୀ ଅନଧିକୃତ ପ୍ରବେଶର ବିପଦରୁ ମୁକ୍ତ ଥିବା ନିଶ୍ଚିତ କରିବାକୁ ପଡିବ। ଏହି ନିୟମକୁ ପାଳନ କରିବା ପାଇଁ କମ୍ପାନୀକୁ ଦୁଇ ବର୍ଷ ସମୟ ଦିଆଯାଇଥିଲା। ଏପର୍ଯ୍ୟନ୍ତ ନୂତନ ମାନକ ଅନୁଯାୟୀ ପ୍ରାୟ ୫ ଶହରୁ ଅଧିକ ସିସିଟିଭି ମଡେଲ୍ ପ୍ରମାଣିତ ହୋଇଛି।
ସୁରକ୍ଷାଗତ କାରଣରୁ ଚୀନ୍ କମ୍ପାନୀ ଉପରେ ଲଗାଯାଇଛି ପ୍ରତିବନ୍ଧକ
ସାମ୍ପ୍ରତିକ ବର୍ଷରେ ସରକାର ପ୍ରମୁଖ କ୍ଷେତ୍ରରେ ଚୀନୀ ଜ୍ଞାନକୌଶଳର ବ୍ୟବହାରକୁ ହ୍ରାସ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଯେଉଁଥିରେ ଟିକଟକ୍ (TikTok) ଭଳି ଚୀନୀ ଆପ୍ (Chinese Apps) ଉପରେ ନିଷେଧାଦେଶ ଜାରି କରାଯାଇଛି। ଏହା ସହିତ "Huawei" ଓ "ZTE" ଭଳି ଚୀନୀ କମ୍ପାନୀ ଦ୍ୱାରା ବିକଶିତ ଟେଲିଫୋନ୍ ଉପକରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସୁରକ୍ଷା ଏଜେନ୍ସି ଗୁପ୍ତ "ବ୍ୟାକଡୋର" ପ୍ରବେଶ (Secret Backdoor Access), ବିଦେଶୀ ସର୍ଭର (Foreign Server) କୁ ତଥ୍ୟ ପଠାଯିବା ଏବଂ ପ୍ରତିରକ୍ଷା ସ୍ଥଳ ଏବଂ ସରକାରୀ କୋଠା ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଏପରି କ୍ୟାମେରା ବ୍ୟବହାର କରିବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।
ଚୀନୀ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇବା ଘଟଣାରେ ପ୍ରତିକ୍ରିୟା ରଖି TP-Link ପକ୍ଷରୁ କୁହାଯାଇଛି TP-Link India, TP-Link Systems Inc. ର ଏକ ଅଂଶ। ଯାହାର ମୁଖ୍ୟାଳୟ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ। ହେଲେ TP-Link 1996 ମସିହାରେ ଚୀନ୍ର ଶେଞ୍ଜେନ ଠାରେ ପ୍ରତିଷ୍ଠା ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Chinese Camera Ban IndiaChinese CCTV Ban IndiaCCTV ban in India 2026Hikvision ban news IndiaDahua camera ban April 1TP-Link CCTV camera banMeitY CCTV camera guidelines 2026STQC certification for CCTV camerasSTQC certified cameras IndiaMeitY ER-01 frameworkEssential Requirements for CCTVChinese SoC ban IndiaCCTV country of origin disclosure