Videos
|
National

BSF Attack / ଭାରତ-ବାଂଲାଦେଶ ସୀମାରେ BSF ଉପରେ ଆକ୍ରମଣ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭାରତ-ବାଂଲାଦେଶ ସୀମାରେ BSF ଉପରେ ଆକ୍ରମଣ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
9 Arrested in Attack on BSF

Key Points

ଯବାନଙ୍କ ଉପରେ ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ । ୯ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ମଧ୍ୟରେ ୩ ମହିଳାଙ୍କ ସହ ୬ ଜଣ ପୁରୁଷ ଅଛନ୍ତି ।
ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (BSF) ଯବାନଙ୍କ ଉପରେ ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ । ୯ ଜଣଙ୍କୁ ଗିରଫ କଲା ପୋଲିସ । ବାଂଲାଦେଶକୁ ଲାଗି ରହିଥିବା ତ୍ରିପୁରାର ସିପାହିଜାଲାର ଆଶାବାଡ଼ି ଅଞ୍ଚଳରେ BSF ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି ମାମଲାରେ ତ୍ରିପୁରା ପୋଲିସ ମୋଟ ୯ ଜଣଙ୍କୁ ଗିରଫ କରିଛି । ଗିରଫ ମଧ୍ୟରେ ୩ ମହିଳାଙ୍କ ସହ ୬ ଜଣ ପୁରୁଷ ଅଛନ୍ତି । ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ସିପାହିଜାଲାର ପୋଲିସ ଅଧୀକ୍ଷକ ବିଜୟ ଦେବବର୍ମା ।

ଏଥିସହ ପଢ଼ନ୍ତୁ: ଆକାଶରୁ ଓହ୍ଲାଇଲେ କମାଣ୍ଡୋ; ୪୮ ଘଣ୍ଟାର ଅପରେସନ୍ ରେ ନୌସେନା ବଞ୍ଚାଇଲା ୨୦ ଜୀବନ 

ସିପାହିଜାଲା ଏସ୍‌ପି କହିଛନ୍ତି, "ନଭେମ୍ବର ୨ ତାରିଖର ସକାଳ ପ୍ରାୟ ୯ଟା ସମୟରେ BSF ଯବାନଙ୍କ ଉପରେ ଆକ୍ରମଣ ହୋଇଥିଲା । BSF ଯବାନ ସୀମା ଆଡ଼କୁ ଡ୍ୟୁଟି ପାଇଁ ଯାଉଥିବା ବେଳେ ଅନୁପ୍ରବେଶ ଉଦ୍ୟମ ଦେଖିଥିଲେ । ଯବାନ ସେମାନଙ୍କୁ ରୋକିବା ପାଇଁ ପ୍ରୟାସ କରିବାରୁ ମୁହାଁମୁହି ସ୍ଥିତି ହୋଇଥିଲା ।"

କୁହାଯାଉଛି ଅନୁପ୍ରବେଶକାରୀ BSF ଯବାନଙ୍କ ଉପରକୁ ପଥରମାଡ଼ କରିଥିଲେ । ଏପରିକି ସେମାନଙ୍କୁ ଠାରୁ BSF ଯବାନ ଗଞ୍ଜେଇ ମଧ୍ୟ ଜବତ କରିଛନ୍ତି । ତେବେ ଅନୁପ୍ରବେଶକାରୀ ସେଠାରୁ ପଳାୟନ କରିବାର କିଛି ସମୟ ପରେ ଅନ୍ୟ ଲୋକଙ୍କ ସହ ସେମାନେ ଆସିଥିଲେ ।


ରାସ୍ତା ଅବରୋଧ କରିବା ସହ BSFର ଆସିଣ୍ଟାଣ୍ଟ କମାଣ୍ଡାଣ୍ଟ ଯବାନଙ୍କ ସହ ଯାଉଥିବା ବେଳେ ଆକ୍ରମଣ କରିଥିଲେ । ଏପରିକି BSF ଯବାନଙ୍କ ଠାରୁ ବନ୍ଧୁକ ମଧ୍ୟ ଛଡ଼ାଇ ନେଇଥିଲେ । ଆକ୍ରମଣରେ BSFର ଦୁଇ ଜଣ କନେଷ୍ଟବଳ ଏବଂ ଜଣେ ଆସିଣ୍ଟାଣ୍ଟ କମାଣ୍ଡାଣ୍ଟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆକ୍ରମଣ ସୂଚନା ପରେ ପୋଲିସ ସହ BSFର ଟିମ୍ ପହଞ୍ଚି ଆହତ ଯବାନଙ୍କୁ ମେଡିକାଲ୍ ନେଇଥିଲେ ।

ଏଥିସହ ପଢ଼ନ୍ତୁ: ଜଳପରୀ ପ୍ରଦର୍ଶନୀ ସମୟରେ ଭାଙ୍ଗିଲା କାଚ ନିର୍ମିତ ଟାଙ୍କି; ୪ ଆହତ 

BSF ଯବାନଙ୍କ ଉପରେ ଏହି ଆକ୍ରମଣକୁ ପୋଲିସ ଅଧୀକ୍ଷକ ଗୁରୁତ୍ଵର ସହ ନେଇଛନ୍ତି । ସେ କହିଛନ୍ତି, "ପୋଲିସ ଆକ୍ରମଣକୁ ଗୁରୁତର ସହ ନେଇ ମାମଲା ରୁଜୁ କରିଥିଲା । ଯାହାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆକ୍ରମଣରେ ସାମିଲ୍ ଅନ୍ୟ ଲୋକଙ୍କୁ ଚିହ୍ନଟ କରାଯାଉଛି, ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।"ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଆଶାବାଡ଼ିରେ ବିଏସଏଫ୍ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । କହିଛନ୍ତି, "ଯବାନଙ୍କ ସହ ଏଭଳି ହିଂସାକୁ କୌଣସି ବି ସ୍ଥିତିରେ ଗ୍ରହଣୀୟ ନୁହେଁ । ଅଧିକାରୀଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।"
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: