Government Action / ଇ-ରିକ୍ସା ବ୍ୟାଟେରୀ ହ୍ୟାକ୍ କରୁଥିବା ଚାଇନିଜ୍ ଆପ୍ଲିକେସନ୍ ଉପରେ ସରକାରଙ୍କ ଆକ୍ସନ୍
·1 hour ago·2 min read

Key Points
ଇ-ରିକ୍ସାକୁ ମଝି ରାସ୍ତାରେ ବନ୍ଦ କରୁଥିବା ଚାଇନିଜ୍ ଆପ୍କୁ ଉପରେ ଆକ୍ସନ୍ ନେଇଛନ୍ତି କେନ୍ଦ୍ର ସରକାର । ପ୍ଳେ ଷ୍ଟୋରରୁ ଉକ୍ତ ଆପ୍ଗୁଡ଼ିକୁ ହଟାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ: ଚାଲୁ ଚାଲୁ ଅଧା ରାସ୍ତାରେ ଅଟକି ଯାଉଥିଲା ଇ-ରିକ୍ସା । କେବେ ଗହଳି ଭିତରେ ତ ଆଉ କେବେ ଶୂନଶାନ୍ ରାସ୍ତାରେ । ଇ-ରିକ୍ସାକୁ ମଝି ରାସ୍ତାରେ ବନ୍ଦ କରୁଥିବା ଚାଇନିଜ୍ ଆପ୍କ ଉପରେ ଆକ୍ସନ୍ ନେଇଛନ୍ତି କେନ୍ଦ୍ର ସରକାର । ପ୍ଳେ ଷ୍ଟୋରରୁ ଉକ୍ତ ଆପ୍ଗୁଡ଼ିକୁ ହଟାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଆପ୍ ଗୁଡ଼ିକୁ ପାଇଁ ଇ-ରିକ୍ସା ଚାଳକ ବେଶ୍ ଚିନ୍ତିତ ହୋଇ ପଡ଼ିଥିଲେ । ଏବେ ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଇ-ରିକ୍ସା ବ୍ୟାଟେରୀ ହ୍ୟାକ୍ କରୁଥିବା ଆପ୍ BAT BMS ଓ Epoch li ionକୁ ଗୁଗଲ୍ ପ୍ଳେ ଷ୍ଟୋର୍ ଓ ଆପଲ୍ ଆପ୍ ଷ୍ଟୋର୍ରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ପ୍ରକୃତିର ତାଣ୍ଡବ... ପ୍ରବଳ ବର୍ଷାରେ ଭାଙ୍ଗିଲା ପାହାଡ଼ ଧସିଲା ମାଟି…..ତିନିଦିନରେ ୯ ମୃତ
BAT BMS ଓ Epoch li ion ଆପ୍ଳିକେସନ୍ ବ୍ୟବହାର କରି ଇ-ରିକ୍ସାକୁ ବନ୍ଦ କରାଯାଇ ପାରୁଥିଲା । ଫଳରେ ଇ-ରିକ୍ସା ଚାଳକ ମଝି ରାସ୍ତାରେ ହଇରାଣ ହେଉଥିଲେ । ଏହି ଚାଇନିଜ୍ ଆପ୍ ଜରିଆରେ ଇ-ରିକ୍ସାକୁ ବନ୍ଦ କରାଯିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଓ ଏକ୍ସରେ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖାଯାଉଛି ଯେ, ବ୍ଳୁ-ଟୁଥ୍ କାର୍ଯ୍ୟକ୍ଷମ ଇ-ରିକ୍ସା ବ୍ୟାଟେରୀକୁ ଏହି ଆପ୍ ଜରିଆରେ ଦୂରରେ ବସି ବନ୍ଦ କରାଯାଇ ପାରୁଛି । ଏଭଳି ଭିଡିଓ ଭାଇରାଲ୍ ପରେ ଇ-ରିକ୍ସା ଚାଳକ, ଡିଲର, ଇଭି ବ୍ୟବହାରକାରୀଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିଲା ।
ଇ-ରିକ୍ସା ପାଇଁ ବଢ଼ିଥିଲା ଚିନ୍ତା
ଭିଡିଓରେ ଦେଖା ଯାଇଥିଲା ଯେ, ଅନେକ ସ୍ଥାନରେ ଅଚାନକ ଇ-ରିକ୍ସା ବନ୍ଦ ହୋଇ ଯାଉଛି । ଯେଉଁଥିପାଇଁ ଇ-ରିକ୍ସା ଚାଳକ ହଇରାଣ ହେଉଛନ୍ତି । ଫଳରେ ଇ-ରିକ୍ସାକୁ ଠେଲି ଠେଲି ନେଉଥିବାର ଦେଖା ଯାଇଥିଲା । ଲୋକଙ୍କୁ ହଇରାଣ ହେଉଥିବା ଦେଖି ଦିଲ୍ଲୀ ସରକାରଙ୍କ ପରିବହନ ମନ୍ତ୍ରୀ ପଙ୍କଜ ସିଂହ ପରିବହନ ବିଭାଗକୁ BAT BMS ବାବଦରେ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ସାଇବର ଜାଲିଆତି ରୋକିବା ପାଇଁ ବଡ଼ ପଦକ୍ଷେପ,ଟେଲିଗ୍ରାମ୍ ଓ ସିଗନାଲ୍ ଆପ୍କୁ କେନ୍ଦ୍ରର ନୋଟିସ୍
ଆଉ ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ଏହି ଆପ୍ର ବ୍ୟବହାର କରି ନିର୍ଦ୍ଦିଷ୍ଟ ଦୂରତାରୁ ବ୍ଲୁ-ଟୁଥ୍ କାର୍ଯ୍ୟକ୍ଷମ ଥିବା ଲିଥିୟମ୍ ବ୍ୟାଟେରୀ ସହ ୱେୟାରଲେସ୍ ଭାବେ ସଂଯୋଗ କରାଯାଇପାରିବ । ଏହି ଆପ୍ର ମୁଖ୍ୟ ଉଦ୍ଦେଶ୍ୟ ବ୍ଯାଟେରୀର ଭୋଲ୍ଟେଜ୍, ତାପମାତ୍ରା ଓ କରେଣ୍ଟି ଆଦି ମନିଟର୍ କରିବା । କିନ୍ତୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏହାର କଣ୍ଟ୍ରୋଲ୍ ଫିଚ୍ର ଦୁରୂପଯୋଗ ହେଉଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories