Bullet Train Project Update / ଦ୍ରୁତ ଗତିରେ ଆଗେଇ ଚାଲିଛି ବୁଲେଟ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ; ମାସକରେ ନିର୍ମିତ ହେଉଛି ୧୫ କିମି ଟ୍ରାକ୍
·4 months ago·2 min read

Key Points
ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପୀଡ୍ ରେଳ କରିଡର ପ୍ରକଳ୍ପ ପ୍ରାୟ ୫୦୮ କିଲୋମିଟର ଲମ୍ବା। ଯାହା ମଧ୍ୟରୁ ୩୫୨ କିଲୋମିଟର ଗୁଜରାଟ ଏବଂ ଦାଦ୍ରା ଏବଂ ନଗର ହାଭେଲିରେ ଏବଂ ବାକି ୧୫୦ କିଲୋମିଟର ମହାରାଷ୍ଟ୍ରରେ ଅବସ୍ଥିତ ରହିଛି।
Mumbai-Ahmedabad Bullet Train Progress: ମୋଦି ସରକାରଙ୍କ ବହୁ ପ୍ରତୀକ୍ଷିତ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ମାସକ ମଧ୍ୟରେ ପ୍ରାୟ ୧୫ କିଲୋମିଟର ଲମ୍ବା ଟ୍ରାକ୍ ନିର୍ମାଣ କରାଯାଉଛି। ପ୍ରାରମ୍ଭରେ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପାଇଁ ଟ୍ରାକ୍ ଗୋଟିଏ ମାସରେ କେବଳ ଅଧା କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ହେବାର ଆଶା କରାଯାଉଥିଲା। ହେଲେ ଏବେ କାମ ଦ୍ରୁତ ଗତିରେ ଆଗେଇ ଚାଲିଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ବୁଲେଟ୍ ଟ୍ରେନ୍ ପ୍ରକଳ୍ପର କାର୍ଯ୍ୟନ୍ୱୟନ ପାଇଁ ବିଶ୍ୱର ସର୍ବୋତ୍ତମ ଜ୍ଞାନକୌଶଳ ବ୍ୟବହାର କରାଯାଉଛି। ଆଇଆଇଟି ବମ୍ବେ ଠାରେ ଏକ ଉତ୍କର୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି ପ୍ରକଳ୍ପ ପାଇଁ ଷ୍ଟ୍ରକଚରାଲ୍ ଇଞ୍ଜିନିୟରିଂ ଗବେଷଣା ଆଇଆଇଟି ରୁରକି ଏବଂ ଆଇଆଇଟି ଚେନ୍ନାଇ ଠାରେ କରାଯାଇଛି। ଭାରତୀୟ ଇଞ୍ଜିନିୟର ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଉଚ୍ଚମାନର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଛନ୍ତି।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସରକାର ସମସ୍ତ ପ୍ରକ୍ରିୟାକୁ ମାନକୀକରଣ କରି ସାରିଛନ୍ତି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧ ଅଗଷ୍ଟ ୧୧ ତାରିଖରୁ ଆରମ୍ଭ ହୋଇଥିଲା। ବିଗତ ପାଞ୍ଚ ବର୍ଷ ମଧ୍ୟରେ ଏଥିରେ ଭଲ ପ୍ରଗତି ହୋଇଛି। ମହାରାଷ୍ଟ୍ରର ବିଦାୟୀ ଏମଭିଏ ସରକାର ରାଜ୍ୟରେ ଏହି ପ୍ରକଳ୍ପକୁ ଅନୁମୋଦନ କରିବା କାର୍ଯ୍ୟକୁ ପ୍ରାୟ ଅଢ଼େଇ ବର୍ଷ ପାଇଁ ବିଳମ୍ବ କରିଥିଲେ। ଏହା ପରେ ଆମକୁ ଏହି ପ୍ରକଳ୍ପର ଡିଜାଇନ୍ ପରିବର୍ତ୍ତନ କରିବାକୁ ପଡିଡଥିଲା। ସୁରଟରେ ଏକ ଡିପୋ ନିର୍ମାଣ କରିବାକୁ ପଡି଼ଥିଲା। ଏହା ଦେଶର ପ୍ରଥମ ଏପରି ଏକ ଜଟିଳ ପ୍ରକଳ୍ପ ଯାହାକୁ ଆମେ ତରବରରେ ଶେଷ କରିବାକୁ ଚାହୁଁନାହୁଁ।
ଏହା ସହ ପଢନ୍ତୁ: ରକେଟ ବେଗରେ ଦୌଡ଼ିବ ବୁଲେଟ ଟ୍ରେନ୍; ଦ୍ରୁତ ଗତିରେ ହେଉଛି ଟ୍ରାକ୍ ନିର୍ମାଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୁଲେଟ ଟ୍ରେନ୍ ପ୍ରକଳ୍ପର ସଦତ୍ୟମ ସ୍ଥିତି
ମୁମ୍ବାଇ-ଅହମ୍ମଦବାଦ ମାର୍ଗରେ ଚଳାଚଳ କରିବାକୁ ଯାଉଥିବା ବୁଲେଟ୍ ଟ୍ରେନ୍ ଘଣ୍ଟା ପ୍ରତି ୩୫୦ କିଲୋମିଟର ବେଗରେ ଦୌଡ଼ିବ। ଏହି ପ୍ରକଳ୍ପ ଅଧିନରେ ମହାରାଷ୍ଟ୍ରରେ ସାତଟି ପର୍ବତ ସୁଡ଼ଙ୍ଗ ଉପରେ କାମ ଚାଲିଛି। ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିବା ପରେ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଯାତ୍ରା କରିବାର ସମୟ ୧ ଘଣ୍ଟା ୫୮ ମିନିଟ୍ ହୋଇଯିବ। କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, ଏହା ଦେଶର ଦୁଇଟି ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ମୁମ୍ବାଇ-ଅହମ୍ମଦାବାଦ ସହରର ଅର୍ଥନୀତିକୁ ପରସ୍ପର ସହ ଯୋଡ଼ିବା ସହଜ ହୋଇଯିବ।
ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପୀଡ୍ ରେଳ କରିଡର ପ୍ରକଳ୍ପ ପ୍ରାୟ ୫୦୮ କିଲୋମିଟର ଲମ୍ବା। ଯାହା ମଧ୍ୟରୁ ୩୫୨ କିଲୋମିଟର ଗୁଜରାଟ ଏବଂ ଦାଦ୍ରା ଏବଂ ନଗର ହାଭେଳିରେ ଏବଂ ବାକି ୧୫୬ କିଲୋମିଟର ମହାରାଷ୍ଟ୍ରରେ ନିର୍ମିତ ହେବ। ଏହି ରେଳ କରିଡ଼ର ସାବରମତୀ, ଅହମ୍ମଦାବାଦ, ଆଣନ୍ଦ, ଭଦୋଦରା, ଭରୁଚ, ସୁରତ, ବିଲିମୋରା, ଭାପି, ବୋଇସର, ଭିରାର, ଥାନେ ଏବଂ ମୁମ୍ବାଇ ଭଳି ପ୍ରମୁଖ ସହରକୁ ସଂଯୋଗ କରିବ।

Related Topics
Explore more stories