Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଘଟଣା ପରେ ଜଳିଗଲା ବସ୍, ୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ

Accident

Bus Accident / ଦୁର୍ଘଟଣା ପରେ ଜଳିଗଲା ବସ୍, ୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଦୁର୍ଘଟଣା ପରେ ଜଳିଗଲା ବସ୍, ୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ

Key Points

ହାଇଦ୍ରାବାଦ କୁର୍ଣ୍ଣୁଲରେ ଭୟଙ୍କର ବସ୍ ଦୁର୍ଘଟଣା
ବାଇକ୍ ସହ ଧକ୍କା ହେବା ପରେ ବସରେ ଲାଗିଗଲା ନିଆଁ
୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ
ହାଇଦ୍ରାବାଦରେ ଭୟଙ୍କର ବସ୍ ଦୁର୍ଘଟଣା । ବାଇକ୍ ସହ ଧକ୍କା ହେବା ପରେ ବସରେ ଲାଗିଗଲା ନିଆଁ । ହୁ ହୁ ହୋଇ ଜଳିଲା ବସ୍ । ତେବେ ବସ୍ରେ ନିଆଁ ଲାଗିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । କୁର୍ଣ୍ଣୁଲ ଜିଲ୍ଲାର NH-୪୪ର ଚିନ୍ନାଟେକୁରୁ ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ପ୍ରାଥମିକ ସୂଚନା ଅନୁଯାୟୀ, ବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ କାଳେଶ୍ୱରମ୍ ଟ୍ରାଭେଲ୍ସର ଏକ ବସ୍ ଏକ ମୋଟର ସାଇକେଲ ସହିତ ଧକ୍କା ହୋଇଥିଲା । ଆଉ ଏହା ପରେ ହିଁ ବସ୍ଟିରେ ନିଆଁ ଲାଗିଯାଇଥିଲା । ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକ ଓ ପୋଲିସ୍ ଉଦ୍ଧାର କାର୍ଯ୍ୟ କରିଥିଲା । ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ପୋଲିସ୍ ରିପୋର୍ଟ ଅନୁସାରେ ଦୁର୍ଘଟଣା ସମୟରେ ବସ୍ରେ ଡ୍ରାଇଭର ଓ ହେଲପର୍ଙ୍କ ସମେତ ମୋଟ ୪୨ ଜଣ ଯାତ୍ରୀ ଥିଲେ । ତେବେ ଏହି ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍ କାଚ ଭାଙ୍ଗି ବାହାରକୁ ବାହାରିବାରେ ସଫଳ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କର୍ଣ୍ଣୁଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ଅଧିକ ପଢ଼ନ୍ତୁ: ଚେତୁନି BMC, ଭଗବାନପୁରକୁ କେବେ ସ୍ଥାନାନ୍ତର ହେବେ ହୋଲସେଲର ?


ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, "କର୍ଣ୍ଣୁଲ୍ ଜିଲ୍ଲାର ଚିନେଟକୁର ଗାଁ ନିକଟରେ ଘଟିଥିବା ଭୟଙ୍କର ବସ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ମର୍ମାହତ। ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା।" ଆହତ ଏବଂ ପ୍ରଭାବିତ ପରିବାରକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Over 20 Passengers Burnt Alive as Bus Catches Fire After Crash Near Hyderabad | Argus News