Videos
|
National

India Economy: ଟାରିଫ୍ ଓ୍ବାର ମଧ୍ୟରେ ଖୁସି ଖବର, ଆଉ ୧୩ ବର୍ଷ ପରେ ଭାରତ ବନିବ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି !

santosh Kumar Sahoo
Browse all articles by santosh Kumar Sahoo
·1 year ago·2 min read
India Economy: ଟାରିଫ୍ ଓ୍ବାର ମଧ୍ୟରେ ଖୁସି ଖବର, ଆଉ ୧୩ ବର୍ଷ ପରେ ଭାରତ ବନିବ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି !

Key Points

ଭାରତ ପାଇଁ ଖୁସି ଖବର । ଆଉ ମାତ୍ର ୧୩ ବର୍ଷର ଅପେକ୍ଷା । ୨୦୩୮ ସୁଦ୍ଧା ଭାରତ ବନିବ ବିଶ୍ବର ଦ୍ବିତୀୟ ବୃହତ ଅର୍ଥନୀତି !


ଟାରିଫ୍ ଓ୍ବାର ମଧ୍ୟରେ ଭାରତ ପାଇଁ ଖୁସି ଖବର । କିଛି ଫରକ ପଡ଼ିବନି ଟ୍ରମ୍ପଙ୍କ ଟାରିଫ୍ । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି । କିନ୍ତୁ ଭାରତୀୟ ଅର୍ଥନୀତିର ଗତି ଏପରି କୌଣସି ପ୍ରତିବନ୍ଧକ ଦ୍ବାରା ପ୍ରଭାବିତ ହେବ ନାହିଁ । ଆମେ ଏହା କହୁନାହୁଁ, କିନ୍ତୁ EY ଇଣ୍ଡିଆ ରିପୋର୍ଟରେ ଏପରି ଏକ ଆକଳନ କରାଯାଇଛି । ଏଥିରେ କୁହାଯାଇଛି ଯେ ଭାରତ ୨୦୩୮ ସୁଦ୍ଧା ୩୪.୨ ଟ୍ରିଲିୟନ ଡଲାରର ମୋଟ ଘରୋଇ ଉତ୍ପାଦ (PPP) ସହିତ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହୋଇପାରିବ । EY ରିପୋର୍ଟ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଦ୍ୱାରା କରାଯାଇଥିବା ଆକଳନ ଉପରେ ଆଧାରିତ। 


EY ଇଣ୍ଡିଆ କହିଛି ଯେ ସମସ୍ତ ଚ୍ୟାଲେଞ୍ଜକୁ ଅତିକ୍ରମ କରି, ଭାରତ ବିଶ୍ୱର ପାଞ୍ଚଟି ବୃହତ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇଛି । ଦେଶ ଏକ ଦୃଢ଼ ଆର୍ଥିକ ଭିତ୍ତିଭୂମି ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଶୁଳ୍କ ଚାପ ଏବଂ ଧୀର ବାଣିଜ୍ୟ ଭଳି ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ, ଘରୋଇ ଚାହିଦା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ବର୍ଦ୍ଧିତ କ୍ଷମତା ଉପରେ ନିର୍ଭରଶୀଳତା ଯୋଗୁଁ ଭାରତୀୟ ଅର୍ଥନୀତି ଦୃଢ଼ ରହିଛି। ରିପୋର୍ଟରେ ଆକଳନ କରାଯାଇଛି ଯେ ଆଗାମୀ ପାଞ୍ଚ ବର୍ଷ ଅର୍ଥାତ୍ ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୨୦.୭ ଟ୍ରିଲିୟନ ଡଲାର (PPP) ପହଞ୍ଚିପାରେ।


ରିପୋର୍ଟ ଅନୁଯାୟୀ, ଭାରତ ଆମେରିକା, ଚୀନ୍, ଜର୍ମାନୀ ଏବଂ ଜାପାନ ତୁଳନାରେ ଭଲ ସ୍ଥିତିରେ ଅଛି । ଯଦିଓ ଚୀନ୍ ୨୦୩୦ ସୁଦ୍ଧା $୪୨.୨ ଟ୍ରିଲିୟନର ଆନୁମାନିକ GDP (PPP) ସହିତ ଅର୍ଥନୀତି ଦୌଡ଼ରେ ଆଗରେ ରହିବ । କିନ୍ତୁ ଅନ୍ୟପକ୍ଷରେ, ଏହାର ବୟସ୍କ ଜନସଂଖ୍ୟା ଏବଂ କ୍ରମାଗତ ବୃଦ୍ଧି ପାଉଥିବା ଋଣ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପକ୍ଷରେ ଭାରତରେ ସର୍ବାଧିକ ଯୁବ ଜନସଂଖ୍ୟା ଅଛି, ଘରୋଇ ଚାହିଦା ବଢ଼ୁଛି ଏବଂ ଜିଡିପି-ଋଣ ମଧ୍ୟରେ ଏକ ସନ୍ତୁଳନ ରହିଛି, ଯାହା ଏହାର ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

India to Become World’s 2nd Largest Economy by 2038 Despite Tariff Wars: EY Report | Argus News