Videos
|
National

Census 2027 / ଆସିଲା ୨୦୨୭ ଜନଗଣନା ସୂଚୀ; ମାର୍ଚ୍ଚ ୧ରୁ ପୁନଃ ଯାଞ୍ଚ

Sushanta Sahoo
Browse all articles by Sushanta Sahoo
·15 mins ago·2 min read
ଆସିଲା ୨୦୨୭ ଜନଗଣନା ସୂଚୀ; ମାର୍ଚ୍ଚ ୧ରୁ ପୁନଃ ଯାଞ୍ଚ
Census 2027 state wise survey schedule

Key Points

  • ଜାନୁଆରୀ ୧୦ରୁ ୨୪ ପର୍ଯ୍ୟନ୍ତ ଅନଲାଇନ୍‌ରେ ନିଜେ ଦେଇପାରିବେ ପରିବାରର ତଥ୍ୟ 
  • ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ହେବ ଘରକୁ ଘର ଜନଗଣନା
  • ମାର୍ଚ୍ଚ ୧ରୁ ୫ ପର୍ଯ୍ୟନ୍ତ ଚାଲିବ ପୁନଃ ଯାଞ୍ଚ ପ୍ରକ୍ରିୟା
ନୂଆଦିଲ୍ଲୀ: ଦେଶରେ ଜନଗଣନା ୨୦୨୭କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଜନଗଣନାର ବିଭିନ୍ନ ପର୍ଯ୍ୟାୟ ପାଇଁ ତାରିଖ ଘୋଷଣା କରାଯାଇଛି । ନାଗରିକମାନେ ନିଜେ ଅନଲାଇନ୍‌ରେ ନିଜ ପରିବାରର ତଥ୍ୟ ଦେବା ପାଇଁ ମଧ୍ୟ ସୁଯୋଗ ପାଇବେ ।

ଜାନୁଆରୀ ୧୦ରୁ ସେଲ୍ଫ ଏନୁମେରେସନ୍‌ ପ୍ରକ୍ରିୟା ଆରମ୍ଭ ହେବ । ଏହାପରେ ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ମଧ୍ୟରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରାଯିବ ।

ଜାନୁଆରୀ ୨୫ରୁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ

ଜନଗଣନାର ଏହି ପର୍ଯ୍ୟାୟରେ ଅଧିକାରୀମାନେ ଘରକୁ ଘର ଯାଇ ପରିବାରର ସଦସ୍ୟ ସଂଖ୍ୟା ଓ ଅନ୍ୟ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ । ଏହି କାମ ୨୦୨୭ ଜାନୁଆରୀ ୨୫ରୁ ୨୦୨୭ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଚାଲିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯେଉଁମାନେ ଅନଲାଇନ୍‌ରେ ନିଜ ତଥ୍ୟ ଦେବେ, ସେମାନଙ୍କୁ ଏକ ସ୍ଵତନ୍ତ୍ର Self-Enumeration ID ମିଳିବ । ଘରକୁ ଆସୁଥିବା ଜନଗଣନା ଅଧିକାରୀଙ୍କୁ ଏହି ID ଦେବାକୁ ପଡ଼ିବ । ଏହାଦ୍ଵାରା ଅନଲାଇନ୍‌ରେ ଦିଆଯାଇଥିବା ତଥ୍ୟ ଯାଞ୍ଚ କରାଯାଇପାରିବ ।

ଜନଗଣନା ୨୦୨୭ ପାଇଁ ମାର୍ଚ୍ଚ ୧ ତାରିଖ ରାତି ୧୨ଟାକୁ ରେଫେରେନ୍ସ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଏହାପରେ ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ପୁନଃ ଯାଞ୍ଚ ପ୍ରକ୍ରିୟା (Revisional Round) ଚାଲିବ ।

ଏଥିସହ ପଢ଼ନ୍ତୁ: ଉତ୍ତର ପ୍ରଦେଶରେ ତୃତୀୟ ଥର ପାଇଁ ଫୁଟିବ ପଦ୍ମ, ୩୦ ବର୍ଷ ପର୍ଯ୍ୟନ୍ତ ସରକାରରେ ରହିବ ବିଜେପି 

କେଉଁ ରାଜ୍ୟରେ ଅଲଗା ସମୟରେ ହେବ ଜନଗଣନା?

ନିର୍ବାଚନ ଓ ପାଣିପାଗ ସମସ୍ୟାକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଓ ଅଞ୍ଚଳ ପାଇଁ ଅଲଗା ସମୟସୂଚୀ ରଖାଯାଇଛି । ଏଥିରେ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁର ରହିଛି । ଏହା ସହ ଲଦାଖ ଏବଂ ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରର ତୁଷାରପାତ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଅଲଗା ସମୟରେ ଜନଗଣନା ହେବ ।

ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡର ଅଣ-ତୁଷାରପାତ ଅଞ୍ଚଳ ପାଇଁ ସେଲ୍ଫ ଏନୁମେରେସନ୍‌ ୨୦୨୬ ନଭେମ୍ବର ୧୬ରୁ ୩୦, ଏବଂ ଘରକୁ ଘର ତଥ୍ୟ ସଂଗ୍ରହ ଡିସେମ୍ବର ୧ରୁ ଜାନୁଆରୀ ୪, ୨୦୨୭ ପର୍ଯ୍ୟନ୍ତ ରଖାଯାଇଛି ।