Videos
|
National

Nathula Pass Trade / ୬ ବର୍ଷର ଅପେକ୍ଷା ପରେ ପୁଣି ଆରମ୍ଭ ହେବ ବାଣିଜ୍ୟ; ଚଳଚଞ୍ଚଳ ହୋଇ ଉଠିବ 'ନାଥୁ ଲା ପାସ୍'

Subhramjit Ray
Browse all articles by Subhramjit Ray
·1 hour ago·2 min read
୬ ବର୍ଷର ଅପେକ୍ଷା ପରେ ପୁଣି ଆରମ୍ଭ ହେବ ବାଣିଜ୍ୟ; ଚଳଚଞ୍ଚଳ ହୋଇ ଉଠିବ 'ନାଥୁ ଲା ପାସ୍'
Nathula Pass Trade

Key Points

ସୀମା ବାଣିଜ୍ୟ ପୁନର୍ବାର ଆରମ୍ଭ ହେବାର ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ସରକାର ସିକିମ ଠାରେ ରଣନୈତିକ ଏବଂ ସୀମାନ୍ତ ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି।
Nathula Pass Trade Route: ଭାରତ-ଚୀନ୍ ବାଣିଜ୍ୟ କାରବାର ସମ୍ପର୍କରେ ଜମିଥିବା ବର୍ତ୍ତମାନ ତରଳିବାକୁ ଯାଉଛି। ସିକ୍କିମ ସ୍ଥିତ ଐତିହାସିକ "ନାଥୁ ଲା ପାସ୍" ମାଧ୍ୟମରେ ଭାରତ-ଚୀନ୍ ମଧ୍ୟରେ ସୀମା ବାଣିଜ୍ୟ ଚଳିତ ବର୍ଷ ଅଗଷ୍ଟ ପହିଲାରୁ ପୁନର୍ବାର ଆରମ୍ଭ ହେବାକୁ ଯାଉଛି। କୋରୋନା ମହାମାରୀ ଏବଂ ଆଞ୍ଚଳିକ ଉତ୍ତେଜନା କାରଣରୁ ବିଗତ ୬ ବର୍ଷ ଧରି ଏହି ବାଣିଜ୍ୟ ମାର୍ଗ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡ଼ିଥିଲା। ପ୍ରାୟ ୬ ଦଶନ୍ଧି ପୁରୁଣା ରେଶମ ମାର୍ଗ ପରମ୍ପରାର ପୁନରୁଦ୍ଧାର ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ପାଇଁ ଏକ ନୂତନ ଅଧ୍ୟାୟ। ଏହା ସହିତ ସିକ୍କିମ୍ ଏବଂ ଏହାର ଆଖପାଖ ସୀମା ଅଞ୍ଚଳର ଅର୍ଥନୀତିକୁ ପୁନର୍ଜୀବିତ କରିବାରେ ଏହା ଏକ ବଡ ପଦକ୍ଷେପ ହେବ।

୬ ବର୍ଷର ଅପେକ୍ଷାର ହେବ ଅନ୍ତ
ଦୀର୍ଘ ଦଶନ୍ଧି ଧରି ସ୍ଥଗିତ ରହିବା ପରେ, ଏହି ମାର୍ଗରେ ଭାରତ-ଚୀନ୍ ବାଣିଜ୍ୟ ପ୍ରଥମ ଥର ପାଇଁ ଗତ ୨୦୦୬ ଜୁଲାଇ ୬ ତାରିଖରେ ପୁନର୍ବାର ଆରମ୍ଭ ହୋଇଥିଲା। ସେହି ଦିନ ଠାରୁ ଏହି ବ୍ୟବସାୟ ପ୍ରତିବର୍ଷ ମେ ମାସରୁ ନଭେମ୍ବର ମଧ୍ୟରେ ପ୍ରାୟ ୬ ମାସ ଯାଏଁ ଚାଲୁଥିଲା। ଅବଶ୍ୟ ଗତ ୨୦୨୦ ବର୍ଷରେ କୋରୋନା ମହାମାରୀ ବ୍ୟାପିବା ପରେ ଏହାକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଥିଲା। ପ୍ରାୟ ୬ ବର୍ଷ ପରେ ବର୍ତ୍ତମାନ ଚଳିତ ବର୍ଷ ଅଗଷ୍ଟ ପହିଲାରୁ "ନାଥୁ ଲା ପାସ୍" ଠାରେ ବ୍ୟବସାୟୀଙ୍କ ଗହଳି ଚହଳି ପୁଣି ଥରେ ଦେଖିବାକୁ ମିଳିବ। ଏହା ସ୍ଥାନୀୟ ସିକ୍କିମ୍ ବ୍ୟବସାୟୀ, ପରିବହନକାରୀ ଏବଂ ସୀମାରେ ବସବାସ କରୁଥିବା ପାହାଡ଼ି ସମ୍ପ୍ରଦାୟକୁ ସିଧାସଳଖ ଜୀବିକା ନିର୍ବାହ କରିବାାର ସୁଯୋଗ ପ୍ରଦାନ କରିବ।

ଏହା ସହ ପଢନ୍ତୁ: ନାଥୁଲାରୁ କୈଳାସ ମାନସରୋବର ଯାତ୍ରା; ତିବ୍ଦତରେ ପହଞ୍ଚିଲା ପ୍ରଥମ ତୀର୍ଥଯାତ୍ରୀ ଦଳ

ଆଗେଇ ଚାଲିଛି ରେଳପଥ ଏବଂ ନୂତନ ରାସ୍ତା କାମ
ପ୍ରାୟ ୪୫ କିଲୋମିଟର ଲମ୍ବା ସିୱାକ୍-ରଙ୍ଗପୋ ରେଳ ଲାଇନ୍ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହିଞ୍ଚିଛି। କେବଳ ଏତିକି ନୁହେଁ, ରେଙ୍ଗପୋ ଠାରୁ ଗାଙ୍ଗଟୋକ ଏବଂ ପରେ ସିଧାସଳଖ ଗାଙ୍ଗଟୋକ ଠାରୁ "ନାଥୁ ଲା ପାସ୍" ପର୍ଯ୍ୟନ୍ତ ଏକ ନୂତନ ରେଳ ଲାଇନ ସ୍ଥାପନ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇସାରିଛି।

ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (NHIDCL) ଦ୍ୱାରା ପୂର୍ବ ସିକ୍କିମ ସ୍ଥିତ ରଙ୍ଗଲି ବଜାରରୁ ଭାରତ-ତିବ୍ଦତ ସୀମା ନିକଟ ମେନଲା ପର୍ଯ୍ୟନ୍ତ ୯୩ କିଲୋମିଟର ଲମ୍ବା ରାଜପଥ ନିର୍ମାଣ କରାଯାଉଛି। ୧୦ ନମ୍ବର ଜାତୀୟ ରାଜପଥର ବିକଳ୍ପ ଭାବରେ NH-717A (ବାଗ୍ରାକୋଟରୁ ପାକିଙ୍ଗ ପର୍ଯ୍ୟନ୍ତ 152 କିଲୋମିଟର) ରାଜମାର୍ଗର ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଯାହା ଭୂସ୍ଖଳନ ଏବଂ ବର୍ଷା ହେତୁ ବାରମ୍ବାର ବନ୍ଦ ହୋଇଯାଏ।

ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଆଦି କୈଳାଶ ଯାତ୍ରା; ୩୯ ଦିନରେ ଭାଙ୍ଗିଲା ସମସ୍ତ ପୂର୍ବ ରେକର୍ଡ଼

ଭାରତ-ଚୀନ୍ ସମ୍ପର୍କ ପାଇଁ ଏହି ପଦକ୍ଷେପ କାହିଁକି ଗୁରୁତ୍ୱପୂର୍ଣ୍ଣ?
ଯଦିଓ ଦୁଇ ଦେଶ ମଧ୍ୟରେ ସୀମା ବିବାଦର ଅନେକ ପ୍ରସଙ୍ଗ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ, ହେଲେ ବ୍ୟବହାରିକ ସ୍ତରରେ ବାଣିଜ୍ୟ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ପୁନସ୍ଥାପନ ଆରମ୍ଭ ହେବା ଏକ ସକରାତ୍ମକ ସଙ୍କେତ। ଏହା ପୂର୍ବରୁ ଗତ ବର୍ଷରୁ (୨୦୨୫) ହିନ୍ଦୁଙ୍କ ପବିତ୍ର "କୈଳାଶ ମାନସରୋବର ଯାତ୍ରା", "ନାଥୁ ଲା ପାସ୍" ଦେଇ ପୁନର୍ବାର ଆରମ୍ଭ ହୋଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: