Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Cough Syrup / ୧୪ ଶିଶୁଙ୍କ ମୃତ୍ୟୁ ପରେ Coldrifକୁ ନେଇ ୬ ରାଜ୍ୟରେ ଯାଞ୍ଚ, ଆଉ ୨ ରାଜ୍ୟରେ ସିରପ୍ ବ୍ୟାନ୍

Sushanta Sahoo
Browse all articles by Sushanta Sahoo
·9 months ago·2 min read
୧୪ ଶିଶୁଙ୍କ ମୃତ୍ୟୁ ପରେ Coldrifକୁ ନେଇ ୬ ରାଜ୍ୟରେ ଯାଞ୍ଚ, ଆଉ ୨ ରାଜ୍ୟରେ ସିରପ୍ ବ୍ୟାନ୍

Key Points

Coldrifକୁ ନେଇ ବିବାଦ ବଢ଼ୁଥିବା ବେଳେ ଲୋକେ ବି ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗ ଆଣୁଥିବା ବେଳେ ଡାକ୍ତର ନିଜେ ସିରପ୍ ପିଇ ବେହୋସ୍ ହୋଇଛନ୍ତି ।

ନୂଆଦିଲ୍ଲୀ: ବିଷାକ୍ତ କଫ୍ ସିରପ୍ (Coldrif) ପିଇ ଦେଶରେ ଶିଶୁଙ୍କ ମୃତ୍ୟୁ ମାମଲା ବଢ଼ୁଛି । ଏବେ ସୁଦ୍ଧା ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ୧୧ ଓ ରାଜସ୍ଥାନରେ ୩ ଛୁଆଙ୍କୁ ମିଶାଇ ୧୪ ଜଣ ଶିଶୁ ଆଖି ବୁଜିଲେଣି । ଯାହାକୁ ନେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) କୋଠର ପଦକ୍ଷେପ ଗ୍ରହଣ କରିଛନ୍ତି ।


ଏହି ସିରପ୍ ତିଆରି କରୁଥିବା Coldrif କମ୍ପାନୀ ବିରୋଧରେ ସବୁଠୁ ଗମ୍ଭୀର ଅପରାଧ ଧାରାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ତାମିଲନାଡ଼ୁ ଫୁଡ୍ ଆଣ୍ଡ ଡ୍ରଗ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । Coldrif ସିରପକୁ ତାମିଲନାଡ଼ୁର ଶ୍ରେସାନ ଫାର୍ମାସ୍ୟୁଟିକାଲ୍ ପ୍ରସ୍ତୁତ କରୁଛି ।


ଏଥିସହ ପଢ଼ନ୍ତୁ: ନକଲି କଫ୍‌ ସିରପ୍‌ ଖାଇ ୧୧ ଶିଶୁଙ୍କ ମୃତ୍ୟୁ


ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ୍ ସିରପ୍ ପିଇ ଶିଶୁ ମୃତ୍ୟୁ ମାମଲା ବଢ଼ୁଥିବା ବେଳେ ତେଲଙ୍ଗାନା ଓ କେରଳରେ ବିକ୍ରି ବନ୍ଦ କରାଯାଇଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ତାମିଲନାଡ଼ୁ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଥିବା ବିଭିନ୍ନ ଔଷଧ ପ୍ଲାଣ୍ଟରେ CDSCO ଯାଞ୍ଚ ଆରମ୍ଭ କରିଛନ୍ତି ।


ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ତାମିଲନାଡ଼ୁ କାଞ୍ଚିପୁରମରେ ପ୍ରସ୍ତୁତ Coldrif କଫ୍ ସିରପର ନମୁନାରେ ଡାୟଏଥିଲିନ ଗ୍ଲାଇକୋଲ (DEG)ର ମାତ୍ରା ୪୮.୬ ପ୍ରତିଶତ ରହିଛି । ଏହା ପରେ ତାମିଲନାଡ଼ୁ ସରକାର ଏହି ସିରପ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ସହ ବଜାରରୁ ଅପସାରଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆଉ ନୂଆ ନମୁନା ପରୀକ୍ଷଣ ବେଳେ ଡାୟଏଥିଲିନ ଗ୍ଲାଇକୋଲ ଏତେ ମାତ୍ରାରେ ମିଳି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚାଲିଗଲା ଡାକ୍ତରଙ୍କ ଚେତା


ସେପଟେ ରାଜସ୍ଥାନରେ Coldrif ଯୋଗୁଁ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । Coldrifକୁ ନେଇ ବିବାଦ ବଢ଼ୁଥିବା ବେଳେ ଲୋକେ ବି ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗ ଆଣୁଥିବା ବେଳେ ଡାକ୍ତର ନିଜେ ସିରପ୍ ପିଇ ବେହୋସ୍ ହୋଇଛନ୍ତି । ରାଜସ୍ଥାନ କଲସାଡ଼ା ପ୍ରାଥମିକ ଉପ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ତାରାଚାନ୍ଦ ଯୋଗୀ Coldrif କଫ୍ ସିରପର ୨ରୁ ୩ ଏମଏଲ୍ ପିଇଥିଲେ ।


ଏଥିସହ ପଢ଼ନ୍ତୁ: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ ଦିନକରେ ନେଇଗଲା ୩ ପ୍ରାଣ, ଉତ୍ତେଜନା ଓ ରାସ୍ତାରୋକ


ସେପ୍ଟେମ୍ବର ୨୬ରେ ଡାକ୍ତରଙ୍କ କାସ ହେଉଥିଲେ । ତେଣୁ ସେ Coldrif କଫ୍ ସିରପ ୨ରୁ୩ ଏମଏଲ୍ ପିଇଥିଲେ । ଆଉ ସିରପ୍ ପିଇବାର କିଛି ସମୟ ପରେ ତାଙ୍କୁ ବାନ୍ତି ଆସିବା ସହ ମୁଣ୍ଡ ବୁଲାଇଥିଲା । ସେ ଅସୁସ୍ଥ ଅନୁଭବ କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ଡାକ୍ତରଙ୍କ ଚେତା ପଳାଇଥିଲା । ଏହା ପରେ ପରିବାର ଲୋକେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ଚେତା ଫେରିବା ପରେ ଡାକ୍ତର କହିଛନ୍ତି, Coldrif କଫ୍ ସିରପରେ କିଛି ତ ଗଡ଼ବଡ଼ ଅଛି ।

Related Topics

Explore more stories

Sponsored
Toxic Coldrif Syrup Kills 14 Children in India, CDSCO Acts | Argus News | Argus News