Vikram 1 Launch / ଭାରତ ରଚିଲା ଇତିହାସ, ଶ୍ରୀହରିକୋଟାରୁ ପ୍ରଥମ ପ୍ରାଇଭେଟ୍ ରକେଟ୍ ଲଞ୍ଚ
·3 hours ago·2 min read

Key Points
ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ
ପ୍ରଥମଥର ପାଇଁ ଶ୍ରୀହରିକୋଟାରୁ ଲଂଚ ହେଲା ଘରୋଇ ରକେଟ୍ ବିକ୍ରମ୍-୧
ନିର୍ଦ୍ଧାରିତ କକ୍ଷପଥକରେ ଅବସ୍ଥାପିତ କଲା ସାଙ୍ଗରେ ନେଇଥିବା ସାଟେଲାଇଟ୍

ମହାକାଶ ଗଲା ଭାରତର ପ୍ରଥମ ଘରୋଇ ରକେଟ । ଆଉ ଏହା ସହ ମହାକାଶ ଗବେଷଣାରେ ନୂଆ ଇତିହାସ ରଚିଲା ଭାରତ । ହାଇଦ୍ରାବାଦ୍ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ 'ସ୍କାଏରୁଟ୍ ଏରୋସ୍ପେସ୍' ନିଜର ପ୍ରଥମ ବେସରକାରୀ କକ୍ଷୀୟ ରକେଟ୍ 'ବିକ୍ରମ-୧'କୁ ମହାକାଶକୁ ଉତକ୍ଷେପଣ କରିଛି । ଏହି ରକେଟ ମାଧ୍ୟମରେ ଦୁଇଟି ସାଟେଲାଇଟ୍ ସମେତ ଛଅଟି ପେ'ଲୋଡ୍କୁ ପୃଥିବୀର ନିମ୍ନ କକ୍ଷପଥରେ ସଫଳତାର ସହ ସ୍ଥାପନ କରାଯାଇଛି ।
୨୩ ମିଟର ଉଚ୍ଚତା ଏବଂ ୧.୭ ମିଟର ବ୍ୟାସ ବିଶିଷ୍ଟ ଏହି ରକେଟ୍ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍ ପ୍ୟାଡ୍ରୁ ଦିନ ୧୨ଟା ୫ ମିନିଟ୍ରେ ମହାକାଶକୁ ଉଡ଼ାଣ ଭରିଥିଲା । ଏହି ରକେଟ୍ ପେଲୋଡ୍ଗୁଡ଼ିକୁ ପ୍ରାୟ ୪୫୦ କିଲୋମିଟର ଉଚ୍ଚ ପୃଥିବୀର ନିମ୍ନ କକ୍ଷପଥରେ ସଫଳତାର ସହ ପହଞ୍ଚାଇଛି । ଯାହା ଭାରତର ପ୍ରଥମ ବେସରକାରୀ କକ୍ଷୀୟ ରକେଟ୍ର ଯୋଗ୍ୟତା ପ୍ରତିପାଦନ କରିବା ଭଳି ମିଶନର ମୂଳ ଉଦ୍ଦେଶ୍ୟକୁ ପୂରଣ କରିଛି ।
ଏହି ମିଶନରେ କିଛି ପ୍ରତୀକାତ୍ମକ ପେଲୋଡ୍ ମଧ୍ୟ ପଠାଯାଇଥିଲା, ଯେଉଁଥିରେ 'କସମସ ଡାଇମଣ୍ଡସ' ଦ୍ୱାରା ଲାବୋରେଟୋରୀ-ନିର୍ମିତ ହୀରାରୁ ପ୍ରସ୍ତୁତ ଏକ କଳାକୃତି 'କସମିକ ବ୍ଲୁମ', ଏକ ମାଇକ୍ରୋ-ଆର୍ଟ ପେଲୋଡ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତଲେଖା ଏକ ପୋଷ୍ଟକାର୍ଡ ସାମିଲ ଥିଲା ।
ଭାରତର ବେସରକାରୀ ମହାକାଶ କମ୍ପାନୀ ସ୍କାଇରୁଟ୍ ଏରୋସ୍ପେସ୍ର ଲକ୍ଷ୍ୟ ହେଉଛି ମହାକାଶ ସେବାକୁ ସମସ୍ତଙ୍କ ପାଇଁ ସହଜ ଓ ସୁଲଭ କରିବା । କମ୍ପାନୀ ନିଜକୁ "ସ୍ପେସ୍ ପାଇଁ କ୍ୟାବ୍ ସର୍ଭିସ୍" ଭାବେ ବିକଶିତ କରିବାକୁ ଚାହୁଁଛି । ଅର୍ଥାତ୍, ଭବିଷ୍ୟତରେ ବିଭିନ୍ନ କମ୍ପାନୀ ନିଜ ଆବଶ୍ୟକତା ଅନୁଯାୟୀ ସ୍କାଇରୁଟ୍ର ରକେଟ୍ ସେବା ନେଇ ସାଟେଲାଇଟ୍କୁ ମହାକାଶକୁ ପଠାଇପାରିବେ କିମ୍ବା ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରିପାରିବେ ।
କମ୍ପାନୀର ମତରେ, ମହାକାଶରେ ପହଞ୍ଚିବା ପ୍ରକ୍ରିୟାକୁ ସହଜ କରିପାରିଲେ ନୂତନ ବ୍ୟବସାୟ, ଷ୍ଟାର୍ଟଅପ୍ ଓ ଆଧୁନିକ ପ୍ରଯୁକ୍ତିର ବିକାଶକୁ ବଡ଼ ପ୍ରୋତ୍ସାହନ ମିଳିବ । ଏହି ଲକ୍ଷ୍ୟ ପୂରଣ ଦିଗରେ 'ବିକ୍ରମ-୧' ମିଶନ ସ୍କାଇରୁଟ୍ ଏରୋସ୍ପେସ୍ ପାଇଁ ପରବର୍ତ୍ତୀ ବଡ଼ ପଦକ୍ଷେପ । ଏହି ମିଶନ କମ୍ପାନୀର ମହାକାଶ ଯାତ୍ରାକୁ ଆହୁରି ଆଗକୁ ନେବ ।
ଏହାପୂର୍ବରୁ, ନଭେମ୍ବର ୨୦୨୨ରେ ସ୍କାଇରୁଟ୍ ଏରୋସ୍ପେସ୍ 'ବିକ୍ରମ-ଏସ୍' ନାମକ ସବ୍-ଅର୍ବିଟାଲ୍ ମିଶନକୁ ସଫଳତାର ସହ ସମ୍ପନ୍ନ କରିଥିଲା । 'ଅପରେସନ୍ ପ୍ରାରମ୍ଭ' ନାମରେ ପରିଚିତ ଏହି ମିଶନ ଭାରତର ବେସରକାରୀ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ସଫଳତା ଥିଲା । ବିକ୍ରମ-ଏସ୍ର ସଫଳତା ପ୍ରମାଣ କରିଥିଲା ଯେ, ଭାରତର ବେସରକାରୀ କମ୍ପାନୀମାନେ ମଧ୍ୟ ମହାକାଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ସଫଳତା ହାସଲ କରିବାର କ୍ଷମତା ରଖନ୍ତି।

PM @narendramodi makes a telephonic call to team #Vikram1 (Skyroot Aerospace) for the successful launch of 🇮🇳India’s first private orbital rocket under #MissionAagaman.@PMOIndia। @DrJitendraSingh। @moesgoi। @isro ।@MIB_India। @PIB_India । @SkyrootA pic.twitter.com/oCIHPlaEIr
— All India Radio News (@airnewsalerts) July 18, 2026
ଭାରତର ବେସରକାରୀ ମହାକାଶ କମ୍ପାନୀ ସ୍କାଇରୁଟ୍ ଏରୋସ୍ପେସ୍ର ଲକ୍ଷ୍ୟ ହେଉଛି ମହାକାଶ ସେବାକୁ ସମସ୍ତଙ୍କ ପାଇଁ ସହଜ ଓ ସୁଲଭ କରିବା । କମ୍ପାନୀ ନିଜକୁ "ସ୍ପେସ୍ ପାଇଁ କ୍ୟାବ୍ ସର୍ଭିସ୍" ଭାବେ ବିକଶିତ କରିବାକୁ ଚାହୁଁଛି । ଅର୍ଥାତ୍, ଭବିଷ୍ୟତରେ ବିଭିନ୍ନ କମ୍ପାନୀ ନିଜ ଆବଶ୍ୟକତା ଅନୁଯାୟୀ ସ୍କାଇରୁଟ୍ର ରକେଟ୍ ସେବା ନେଇ ସାଟେଲାଇଟ୍କୁ ମହାକାଶକୁ ପଠାଇପାରିବେ କିମ୍ବା ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରିପାରିବେ ।
କମ୍ପାନୀର ମତରେ, ମହାକାଶରେ ପହଞ୍ଚିବା ପ୍ରକ୍ରିୟାକୁ ସହଜ କରିପାରିଲେ ନୂତନ ବ୍ୟବସାୟ, ଷ୍ଟାର୍ଟଅପ୍ ଓ ଆଧୁନିକ ପ୍ରଯୁକ୍ତିର ବିକାଶକୁ ବଡ଼ ପ୍ରୋତ୍ସାହନ ମିଳିବ । ଏହି ଲକ୍ଷ୍ୟ ପୂରଣ ଦିଗରେ 'ବିକ୍ରମ-୧' ମିଶନ ସ୍କାଇରୁଟ୍ ଏରୋସ୍ପେସ୍ ପାଇଁ ପରବର୍ତ୍ତୀ ବଡ଼ ପଦକ୍ଷେପ । ଏହି ମିଶନ କମ୍ପାନୀର ମହାକାଶ ଯାତ୍ରାକୁ ଆହୁରି ଆଗକୁ ନେବ ।
ଏହାପୂର୍ବରୁ, ନଭେମ୍ବର ୨୦୨୨ରେ ସ୍କାଇରୁଟ୍ ଏରୋସ୍ପେସ୍ 'ବିକ୍ରମ-ଏସ୍' ନାମକ ସବ୍-ଅର୍ବିଟାଲ୍ ମିଶନକୁ ସଫଳତାର ସହ ସମ୍ପନ୍ନ କରିଥିଲା । 'ଅପରେସନ୍ ପ୍ରାରମ୍ଭ' ନାମରେ ପରିଚିତ ଏହି ମିଶନ ଭାରତର ବେସରକାରୀ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ସଫଳତା ଥିଲା । ବିକ୍ରମ-ଏସ୍ର ସଫଳତା ପ୍ରମାଣ କରିଥିଲା ଯେ, ଭାରତର ବେସରକାରୀ କମ୍ପାନୀମାନେ ମଧ୍ୟ ମହାକାଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ସଫଳତା ହାସଲ କରିବାର କ୍ଷମତା ରଖନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories