Videos
|
National

ଶ୍ରୀଲଙ୍କାକୁ ୫୫ରେ ଅଲଆଉଟ୍‌ କଲା ଭାରତ, ସେମି ଫାଇନାଲକୁ ପ୍ରବେଶ କରିଛି ରୋହିତ ସେନା

Jitendra Dash
Browse all articles by Jitendra Dash
·2 years ago·2 min read
ଶ୍ରୀଲଙ୍କାକୁ ୫୫ରେ ଅଲଆଉଟ୍‌ କଲା ଭାରତ, ସେମି ଫାଇନାଲକୁ ପ୍ରବେଶ କରିଛି ରୋହିତ ସେନା

ଅର୍ଗସ ବ୍ୟୁରୋ : ଟିମ୍ ଇଣ୍ଡିଆର ବୃହତ ବିଜୟ। ବିଶ୍ବକପରେ ଇତିହାସ ରଚିଲା ଭାରତ । ଦମଦାର ବୋଲିଂ ଆଟାକ ସହ ଚଳିତ ବିଶ୍ୱକପରେ ଲଗାତାର ସପ୍ତମ ବିଜୟ ନିଜ ନାମରେ କରିଛି ଟିମ ଇଣ୍ଡିଆ । ଆଜିର ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ରୋହିତ ସେନା । ପୁଣିଥରେ ଏସିଆ କପ୍ ଫାଇନାଲ ଭଳି ପରିସ୍ଥିତିର ସାମ୍ନା କରିଛି ଶ୍ରୀଲଙ୍କା । ୩୫୮ ରନର ପିଛା କରି ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇ ପାଭିଲିୟନ ଫେରିଛି । ଫଳରେ ମ୍ୟାଚକୁ ୩୦୨ ରନରେ ବିଜୟ ପ୍ରାପ୍ତ କରି ଭାରତ ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଏହା ସହିତ ବିଶ୍ୱକପରେ ସେମି ଫାଇନାଲକୁ ପ୍ରବେଶ କରିଛି ରୋହିତ ସେନା ।

ଅଧିକ ପଢନ୍ତୁ : ବିଶ୍ବକପ -୨୦୨୩: ଆଜି ଓ୍ବାଙ୍ଖଡେରେ ଭାରତ-ଶ୍ରୀଲଙ୍କା ଲଢ଼େଇ

ଭାରତ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୮ ରନର ବିଶାଳ ଲକ୍ଷ୍ୟ ଦେଇଥିଲା । କିନ୍ତୁ ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇତିଲା । ଶ୍ରୀଲଙ୍କା ମାତ୍ର ୩ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁଥିବା ବେଳେ ୫ ଜଣ ଖେଳାଳି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଛନ୍ତି । ତେବେ ମହମ୍ମଦ ଶାମୀଙ୍କ ସହ ଅନ୍ୟ ବୋଲରଙ୍କ ପ୍ରଦର୍ଶନ ଭାରତକୁ ଏକ ବିଶାଳ ବିଜୟର ଅଧିକାରୀ କରିଛି । 

ଇନିଂସର ପ୍ରଥମ ବଲରୁ ହିଁ ଭାରତୀୟ ବୋଲର ଶ୍ରୀଲଙ୍କା ଉପରେ ଦବଦବା ଆରମ୍ଭ କରିଦେଇଥିଲେ । ତେବେ ବୁମରାହ ଓ ସିରାଜଙ୍କ ପରେ ମହମ୍ମଦ ଶାମୀ ଶ୍ରୀଲଙ୍କାର ମଧ୍ୟକ୍ରମକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛନ୍ତି । ଦଳର ଦଶମ ଓଭର ନେଇ ଆସିଥିବା ଶାମୀ ଜଣକ ପରେ ଜଣେ ଶ୍ରୀଲଙ୍କା ବ୍ୟାଟରଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ମ୍ୟାଚରେ ସର୍ବାଧିକ ୫ଟି ୱିକେଟ ନିଜ ନାମରେ କରିଛନ୍ତି ଶାମୀ । ଏହି ସ୍ପେଲ ସହ ଶାମୀ ଅନେକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ବିଶ୍ୱକପରେ ଭାରତୀୟ ବୋଲର ଭାବରେ ସର୍ବାଧିକ ୱିକେଟ ହାସଲ କରିଛନ୍ତି ଶାମୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: