Election Results 2026 / କିଛି ସମୟ ପରେ ଆସିବ ନିର୍ବାଚନ ରେଜଲ୍ଟ, ସମସ୍ତଙ୍କ ନଜର ବେଙ୍ଗଲରେ TMC ର ଭାଗ୍ୟ ହେବ କ'ଣ ?
·2 hours ago·3 min read

Key Points
ଆଉ କିଛି ସମୟ ପରେ ଆସିବ ନିର୍ବାଚନ ରେଜଲ୍ଟ
ଏଥର କାହା ସପକ୍ଷରେ ଯିବ ଜନାଦେଶ
୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନଜର

ଆଉ କିଛି ସମୟ ପରେ ଆସିବ ନିର୍ବାଚନ ରେଜଲ୍ଟ । ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବାକୁ ଯାଉଛି । ଆଉ ଏହି ଫଳାଫଳ ଉପରେ ରହିଛି ସାରା ଦେଶର ନଜର । କାହିଁକି ନା ୨୦୨୪ ସାଧାରଣ ନିର୍ବାଚନ ପରେ ଏହା ହେଉଛି ଦେଶର ସବୁଠୁ ବଡ଼ ନିର୍ବାଚନ । ସକାଳ ୮ଟାରୁ ବିଧିବଦ୍ଧ ଭାବେ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ହେବ ଏହା ପରେ ଇଭିଏମ୍ ଖୋଲିବ । ନିର୍ବାଚନୀ ରେଜଲ୍ଟକୁ ନେଇ ନେତାଙ୍କ ଛାତି ଧଡ଼ଧଡ଼ । କେଉଁ ରାଜ୍ୟରେ କେଉଁ ସରକାର ଆସିବ ତାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖାଦେଇଛି ।
୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ମୋଟ ୮୨୪ଟି ଆସନର ଭାଗ୍ୟ ନିର୍ଦ୍ଧାରଣ କରିବ । ଏଥର ପଶ୍ଚିମବଙ୍ଗରେ ସର୍ବାଧିକ ୯୨% ରୁ ଅଧିକ ମତଦାନ ହୋଇଛି । ସେହିପରି ଆସାମରେ ୮୫.୩୮%, ତାମିଲନାଡୁରେ ୮୪.୬୯%, କେରଳରେ ୭୯.୬୩% ଓ ପୁଡୁଚେରୀରେ ୮୯.୮୭% ପ୍ରତିଶତ ମତଦାନ ରେକର୍ଡ ହୋଇଛି ।
କ'ଣ କହୁଛି ଏକଜିଟ୍ ପୋଲ୍ ?
ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ତାମିଲନାଡୁର ମୋଟ ୨୩୪ ଆସନରେ ଏପ୍ରିଲ ୨୩ରେ ଭୋଟ ଗ୍ରହଣ ହୋଇଥିଲା । ଏକଜିଟ୍ ପୋଲ୍ ଅନୁଯାୟୀ DMK+ ମେଣ୍ଟ ୧୩୧-୧୪୬ ଆସନ ସହ ପୁନର୍ବାର ସରକାର ଗଠନ କରିପାରେ । ସେହିପରି AIADMK+ ୫୬-୭୨ ଏବଂ ନୂତନ ଦଳ TVK ୨୨-୨୬ ଆସନ ପାଇବା ନେଇ ପୂର୍ବାନୁମାନ କରାଯାଉଛି ।
କେରଳର ମୋଟ ୧୪୦ ଆସନରେ ମତଦାନ ହୋଇଛି । ଏଠାରେ କଡ଼ା ମୁକାବିଲା ହେବାର ସମ୍ଭାବନା ଅଛି । କିଛି ଏକଜିଟ୍ ପୋଲ୍ ଅନୁଯାୟୀ INC+ (UDF) ୭୪-୮୨ ଆସନ ସହ ଆଗରେ ଥିବାବେଳେ, ଅନ୍ୟ କିଛି ପୋଲ୍ LDFକୁ ସାମାନ୍ୟ ସୁବିଧା ମିଳିପାରେ ବୋଲି ଦର୍ଶାଇଛନ୍ତି ।
ଆସାମରେ ୧୨୬ ଆସନରେ ଭୋଟ ଗ୍ରହଣ ହୋଇଥିଲା । BJP+ ମେଣ୍ଟ ୮୫-୯୫ରୁ ଅଧିକ ଆସନ ପାଇ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାର ସମ୍ଭାବନା ଅଧିକ । INC+ ୨୫-୩୨ ଆସନ ମଧ୍ୟରେ ସୀମିତ ରହିପାରେ ।
ସେହିପରି ପୁଡୁଚେରୀର ୩୦ ଆସନରେ ମତଦାନ ହୋଇଥିଲ। BJP+ (NDA) ମେଣ୍ଟ ୧୭-୨୩ ଆସନ ପାଇ ପୁଣି ସରକାର ଗଠନ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଭବାନୀପୁରରେ ହାଇଭୋଲ୍ଟେଜ୍ ସ୍ଥିତି
ପଶ୍ଚିମବଙ୍ଗରେ କାହାର ହେବ ରାଜଗାଦି ? କିଏ ମାରିବ ବାଜି ? ଏହି ପ୍ରଶ୍ନର ଉତ୍ତର ମିଳିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି । ବିଶେଷ କରି ହାଇପ୍ରୋଫାଇଲ୍ ଆସନ ଭବାନୀପୁର ଉପରେ ସମସ୍ତଙ୍କ ନଜର ରହିଛି । ଭବାନୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍ ଗଣତି କେନ୍ଦ୍ର ତଥା ସାଖାୱତ ମେମୋରିଆଲ୍ ଗଭର୍ଣ୍ଣମେଣ୍ଟ ଗାର୍ଲ୍ସ ହାଇସ୍କୁଲ୍ ବାହାରେ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯାଇଛି । ଷ୍ଟ୍ରଙ୍ଗରୁମ୍ ଭିତରେ ବନ୍ଦ ରହିଥିବା EVMର ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ CRPF ଓ ରାଜ୍ୟ ପୋଲିସର ମିଳିତ ଟିମ୍ ମୁତୟନ ହୋଇଛନ୍ତି । ଘଟଣାସ୍ଥଳରେ BNSର ଧାରା ୧୬୩ ଲାଗୁ କରାଯାଇଥିବା ବେଳେ, କେବଳ ପରିଚୟ ପତ୍ର ଥିବା ଅଧିକାରୀ ଓ ଏଜେଣ୍ଟମାନଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁଛି ।
ପଶ୍ଚିମବଙ୍ଗରୁ ହଟିପାରନ୍ତି ଦିଦି !
ପଶ୍ଚିମବଙ୍ଗରେ ୨୯୩ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ୯୦ ପ୍ରତିଶତରୁ ଅଧିକ ମତଦାନ ବିଶ୍ଳେଷକଙ୍କୁ ଚକିତ କରିଛି । ଏଠାରେ ବିଜେପି TMC ଗଡ଼କୁ ଭାଙ୍ଗିବାରେ ସଫଳ ହୋଇଥିବା ବିଭିନ୍ନ ଏକ୍ଜିଟ୍ ପୋଲ୍ ପୂର୍ବାନୁମାନ କରିଛନ୍ତି । ୬ଟି ମୁଖ୍ୟ ଏକ୍ଜିଟ ପୋଲ୍ ମଧ୍ୟରୁ ୪ଟି ବିଜେପିର ବହୁମତ ଆକଳନ କରିଛନ୍ତି । ମାଟ୍ରିଜ୍ ୧୪୬ରୁ ୧୬୧ ଆସନ ଏବଂ ପି ମାର୍କ ୧୫୦ରୁ ୧୭୫ ଆସନ ବିଜେପିକୁ ମିଳିବା ନେଇ ଆକଳନ କରିଛନ୍ତି । ବିଜେପି ମ୍ୟାଜିକ୍ ନମ୍ବର ୧୪୮ ଅତିକ୍ରମ କରିବ ବୋଲି ଦର୍ଶାଇଛନ୍ତି । ସେହିପରି ପ୍ରଜାପୋଲ ମଧ୍ୟ ବିଜେପିକୁ ୧୭୮ ରୁ ୨୦୮ ଆସନ ଏବଂ ପୋଲ ଡାଏରୀ ୧୪୨ ରୁ ୧୭୧ ଆସନ ମିଳିବା ନେଇ ପୂର୍ବାନୁମାନ କରିଛନ୍ତି । ତେବେ ପିପୁଲ୍ସ ପଲ୍ସ ଟିଏମ୍ସିକୁ ୧୭୭-୧୮୭ ଆସନ ଦେଇ ମମତା ବାନାର୍ଜୀଙ୍କ ପ୍ରତ୍ୟାବର୍ତ୍ତନର ସୂଚନା ଦେଇଛି। ରାଜ୍ୟରେ କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ବୋଲି ଆକଳନ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories