Videos
|
National

First Bullet Train / ଦିଶିଲା ଝଲକ; ଏହି ୧୨ ଷ୍ଟେସନରେ ରହିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ଦିଶିଲା ଝଲକ; ଏହି ୧୨ ଷ୍ଟେସନରେ ରହିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍
First Bullet Train

Key Points

ଖୁବଶୀଘ୍ର ଗଡ଼ିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍
ଏହି ୧୨ ଷ୍ଟେସନରେ ରହିବ, ରେଲୱେ ଦେଖାଇଲା ଝଲକ
ନୂଆଦିଲ୍ଲୀ: ଖୁବଶୀଘ୍ର ଗଡ଼ିବାକୁ ଯାଉଛି ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ । ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ଏହା ଆସନ୍ତାବର୍ଷରୁ ଗଡ଼ିବ । ଏହି ୫୦୮ କିଲୋମିଟର ଲମ୍ବା ପୂରା ରେଲ୍ କରିଡରକୁ ପର୍ଯ୍ୟାୟକ୍ରମେ ଖୋଲାଯିବ । ପ୍ରଥମ ପର୍ଯ୍ୟାୟ ୧୫ ଅଗଷ୍ଟ ୨୦୨୭ରୁ ଆରମ୍ଭ ହେବ । ଟ୍ରାକର ନିର୍ମାଣ କାର୍ଯ୍ୟକୁ ସାରିବା ଲାଗି ଦ୍ରୁତ ଗତିରେ କାମ ହେଉଛି ଏବଂ ଭାରତୀୟ ରେଳବାଇ ପକ୍ଷରୁ ଲଗାତାର ଭାବରେ ଏହାର ଅପଡେଟ୍ ସେୟାର କରାଯାଉଛି ।

  • କିପରି ବୁଲେଟ୍ ଟ୍ରେନର ରେଳ କରିଡର ?
ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଗଡ଼ିବାକୁ ଥିବା ପ୍ରଥମ ବୁଲେଟ୍ ଟ୍ରେନ ପ୍ରକଳ୍ପର ଜାପାନି ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଛି । ଏହା ଜରିଆରେ ଭାରତର ଦୁଇଟି ପ୍ରମୁଖ ସହର ମଧ୍ୟରେ ଯାତ୍ରାର ସମୟକୁ ହ୍ରାସ କରାଯାଇପାରିବ । ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ କରିଡର ୫୦୮ କିଲୋମିଟର ଲମ୍ବା ଓ ଏଥିରେ ବିଦ୍ୟୁତ ତାର ବିଛାଇବାଠୁ ଆରମ୍ଭ କରି ଅନେକ ପ୍ରକାରର କାମ ଦ୍ରୁତ ଗତିରେ ହେଉଛି ।

ଜାତୀୟ ଦ୍ରୁତ ଗତି ରେଳ କର୍ପୋରେସନ ଲିମିଟେଡ୍ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ରେଳ କରିଡର ଓ ଏଥିରେ ହେଉଥିବା କାମର ଭିଡିଓକୁ ସେୟାର କରିଛି । ଏଥିରେ ସ୍ପଷ୍ଟ ଦିଶୁଛି ଯେ କୌଣସି ହାଇସ୍ପିଡ୍ ଟ୍ରେନ୍ ଲାଗି ଅତ୍ୟାଧୁନିକ ଇଲେକ୍ଟ୍ରିଫିକେସନ, ଇଣ୍ଟେଲିଜେଣ୍ଟ ସେଫ୍ଟି ସିଷ୍ଟମ ଓ ସ୍ଦଦେଶୀ ଇଞ୍ଜିନିୟରିଂ ବୁଲେଟ୍ ଟ୍ରେନ୍ କରିଡରକୁ ଆକାର ଦେଉଛି ।

  • ପ୍ରଥମ ଥର ଭାରତକୁ ଆସିଛି ଏହି ଟେକନିକ୍
ଏହି ବୁଲେଟ୍ ଟ୍ରେନ୍ ରେଳ କରିଡରକୁ ଏକ ଅତ୍ୟାଧୁନିକ 2x25KV ଓଭରହେଡ୍ ଟ୍ରାକ୍ସନ ସିଷ୍ଟମ ସହିତ ସଂଯୁକ୍ତ କରାଯାଇଛି, ଯାହାକି ହାଇସ୍ପିଡ୍ ରେଳକୁ ବିଶ୍ଵସ୍ତରୀୟ ବ୍ୟବହାର ଲାଗି ସବୁଠୁ ଉତ୍ତମ ରେଲୱେ ଇଲେକ୍ଟ୍ରିଫିକେସନ ଟେକ୍ନୋଲିଜ ମଧ୍ୟରୁ ଗୋଟିଏ । ଖାସ୍ କଥା ହେଉଛି ଯେ ଏହି ଟେକ୍ନୋଲୋଜି ଭାରତରେ ପ୍ରଥମ ଥର ଲାଗି ଆସୁଛି, ଯାହାକି ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଦୌଡ଼ିବ । ଏହାବ୍ୟତୀତ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କରିଡରରେ ସିଭିଲ କଣ୍ଟ୍ରାକ୍ସନ ଓ ଟ୍ରାକ୍ ବିଛାଇବା କାମ ବି ଜୋରସୋରରେ ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ୨ଘଣ୍ଟାରେ ମୁମ୍ବାଇରୁ ହାଇଦ୍ରାବାଦ
ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ଯେତେବେଳେ ହାଇସ୍ପିଡରେ ଚାଲିବ, ସେତେବେଳେ ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଦୌଡ଼ିବ । ବର୍ତ୍ତମାନ ସବୁଠୁ ହାଇସ୍ପିଡ୍ ଟ୍ରେନ ଜରିଆରେ ମୁମ୍ବାଇରୁ ଅହମ୍ମଦାବାଦ ଯିବା ଲାଗି ପ୍ରାୟ ୬ ଘଣ୍ଟା ସମୟ ଲାଗୁଛି । ମାତ୍ର ବୁଲେଟ୍ ଟ୍ରେନ ଆସିବା ପରେ ଏହି ସମୟ କେବଳ ୨ ଘଣ୍ଟାକୁ ଖସି ଆସିବ।

ପଢନ୍ତୁ ଏହି ଖବର: B ମାନେ ଥାର୍ଡ ଏସି, A ମାନେ ସେକେଣ୍ଡ ଏସି...ତାହେଲେ AB କୋଚର ଅର୍ଥ କଣ ?

  • ଏହି ଷ୍ଟେସନରେ ରହିବ ଟ୍ରେନ୍
ବୁଲେଟ୍ ଟ୍ରେନର ଅପଡେଟ୍ ବିଷୟରେ କହିଲେ, ଏହା ୫୦୮ ଲମ୍ବା କରିଡରରେ ମହାରାଷ୍ଟ୍ର, ଗୁଜୁରାଟ, ଦାଦ୍ରା ନଗର ହାବେଳି ଦେଇ ଯିବ । ଏଥିରେ ୧୨ଟି ପ୍ରମୁଖ ଷ୍ଟେସନଗୁଡ଼ିକ ହେଉଛି ମୁମ୍ବାଇ (ବିକେସି), ଥାନେ, ବିରାର, ବୋଇସର, ବାପି, ବିଲିମୋରା, ସୁରଟ, ଭରୁଚ, ଭଦୋଦରା, ଆନନ୍ଦ, ଅହମ୍ମଦାବାଦ ଓ ସାବରମତୀ । ଏହି ଷ୍ଟେସନଗୁଡ଼ିକରେ ବୁଲେଟ୍ ଟ୍ରେନ ରହିବ।

Related Topics

Explore more stories

Mumbai-Ahmedabad Bullet Train to Roll Out from August 15 Next Year? Railway Minister Shares Big Update | Argus News