Hydrogen Train / ଆଜିଠୁ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍; ହେବନି ପ୍ରଦୂଷଣ
·1 hour ago·3 min read

Key Points
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆଜି ଭେଟି ଦେବେ ପ୍ରଥମ ହାଇଡ୍ରୋଡେନ୍ ଟ୍ରେନ୍ । ଏହି ଟ୍ରେନ୍ର ବିଶେଷତ୍ଵ ହେଲା- ଏହା ଚାଲିବା ପାଇଁ ଆବଶ୍ୟକ ବିଦ୍ୟୁତ୍ ହାଇଡ୍ରୋଜେନ୍ ବ୍ୟବହାର କରି ନିଜେ ଉତ୍ପନ୍ନ କରିବ ।
ନୂଆଦିଲ୍ଲୀ: ଭାରତର ପ୍ରଥମ ହାଇଡ୍ରୋଡେନ୍ ଶକ୍ତି ସମ୍ପନ୍ନ ଟ୍ରେନ୍ ଟ୍ରାକ୍ରେ ଦୌଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆଜି ଭେଟି ଦେବେ ପ୍ରଥମ ହାଇଡ୍ରୋଡେନ୍ ଟ୍ରେନ୍ । ଏହି ଟ୍ରେନ୍ର ବିଶେଷତ୍ଵ ହେଲା- ଏହା ଚାଲିବା ପାଇଁ ଆବଶ୍ୟକ ବିଦ୍ୟୁତ୍ ହାଇଡ୍ରୋଜେନ୍ ବ୍ୟବହାର କରି ନିଜେ ଉତ୍ପନ୍ନ କରିବ ।
ଫଳରେ କୌଣସି ପ୍ରକାର ପ୍ରଦୂଷଣ ହେବ ନାହିଁ । ତେବେ ଭାରତ ପାଇଁ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ପ୍ରକଳ୍ପ କେତେ ଗୁରୁତ୍ଵପୂର୍ଣ୍ଣ ? କେଉଁ ରୁଟ୍ ଦେଇ ଯିବ ଏହି ଟ୍ରେନ୍ ? କେତେ ରହିବ ସ୍ପିଡ୍ ? ଆସନ୍ତୁ ଜାଣିବା ସମସ୍ତ ତଥ୍ୟ ।
ହାଇଡ୍ରୋଜେନ୍ ଟ୍ରେନ୍ର ରୁଟ୍
ଭାରତୀୟ ରେଲୱେର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ହରିୟାଣାର ଜିନ୍ଦର ସୋନିପତ ମଧ୍ୟରେ ଗଡ଼ିବ । ୮୯ କିଲୋମିଟର ରୁଟ୍ରେ ଟରେନ୍ ପଣ୍ଡୁ ପିନ୍ଦରା ଜଙ୍କସନ, ଲଳିତ ଖେରା ହଲ୍ଟ, ଭମ୍ବେୱା, ଇସାପୁର ଖେରି ହଲ୍ଚ, ବୁଟାନେ ହଲ୍ଟ, ଖନ୍ଦ୍ରାଇ ହଲ୍ଟ, ରବ୍ରାହ ହଲ୍ଟ, ମୋହନା, ବରୱାସନି ହଲ୍ଟରେ ରହଣୀ କରିବ ।
କେତେ ରହିବ ବେଗ ?
ଭାରତର ପ୍ରଥମ ହାଇଡ୍ରୋଜେନ୍ ଶକ୍ତି ସମ୍ପନ୍ନ ଟ୍ରେନ୍ ଘଣ୍ଟାପ୍ରତି ସର୍ବାଧିକ ୧୧୦ କିଲୋମିଟର ବେଗରେ ଗତି କରିପାରିବ । ତେବେ ବର୍ତ୍ତମାନ ହାଇଡ୍ରୋଜେନ୍ ଟ୍ରେନ୍ ଘଣ୍ଟାପ୍ରତି ସର୍ବାଧିକ ୭୫ କିଲୋମିଟର ବେଗରେ ଟ୍ରାକ୍ରେ ଦୌଡ଼ିବ । ଏହି ଟ୍ରେନ୍ର ଯାତ୍ରା ବହୁତ ଶସ୍ତା ଅଟେ । ମାତ୍ର ୫ରୁ ୨୫ ଟଙ୍କା ଦେଇ ଏହି ଟ୍ରେନ୍ର ଯାଇପାରିବେ । ଯାହାକି ରେଲୱେ ଷ୍ଟେସନର ପ୍ଲାଟଫର୍ମ ଟିକେଟ୍ ଦରଠାରୁ କମ୍ ଅଟେ ।
କେମିତି ଚାଲିବ ହାଇଡ୍ରୋଜେନ୍ ଟ୍ରେନ୍ ?
ଏହି ହାଇଡ୍ରୋଜେନ୍ ଟ୍ରେନ୍ ହାଇଡ୍ରୋଜେନ୍ ଏବଂ ଅମ୍ଳଜାନକୁ ମିଶାଇ ବିଦ୍ୟୁତ୍ ଉତ୍ପାଦନ କରିବ । ଏଥିପାଇଁ ଜଳୀୟ ବାଷ୍ପର ବ୍ୟବହାର କରାଯିବ । ଫଳରେ ଏହାଦ୍ଵାରା କୌଣସି ପ୍ରକାର ପ୍ରଦୂଷଣ ହେବ ନାହିଁ ।
ଏହି ଟ୍ରେନ୍ରେ ଦୁଇଟି ହାଇଡ୍ରୋଜେନ୍ ଡ୍ରାଇଭିଂ ପାୱାର କାର୍ ସହ ୮ଟି ଟ୍ରେଲର୍ କୋଚ୍ ରହିଛି । ପ୍ରତିଟି ଡ୍ରାଇଭିଂ ପାୱାର କାର୍ରେ ରହିଛି ହାଇଡ୍ରୋଜେନ୍ ଫୁଏଲ୍ ସେଲ୍, ଲିଥିୟମ୍ ଆଇରନ୍ ଫସଫଟ୍ ବ୍ୟାଟେରୀ ଏବଂ ହାଇଡ୍ରୋଜେନ୍ ଷ୍ଟରେଜ ସିଲିଣ୍ଡର । ଯାହାକ ଏକାଠି ହୋଇ ଟ୍ରାକ୍ସନ୍ ପାୱାର ଉତ୍ପାଦନ କରିବ ।
ଟ୍ରେନ୍ରେ ଶେଷ ଭାଗରେ ଥିବା ୨ଟି ଡ୍ରାଇଭିଂ ପାୱାର କାର୍ ପ୍ରତ୍ୟେକ ୧, ୨୦୦ କିଲୋୱାଟ୍ ବିଦ୍ୟୁତ୍ ଉତ୍ପାଦନ କରିବେ । ଫଳରେ ଟ୍ରେନ୍ ଘଣ୍ଟାପ୍ରତି ସର୍ବାଧିକ ୧୧୦ କିଲୋମିଟର ବେଗରେ ଦୌଡ଼ି ପାରିବ ।
କେଉଁଠି ଭର୍ତ୍ତି ହେବ ହାଇଡ୍ରୋଜେନ୍ ?
ପେଟ୍ରୋଲ୍, ସିନଏନଜି ଚାଳିତ ଯାନ ଭଳି ହାଇଡ୍ରୋଜେନ୍ ଟ୍ରେନ୍ ପାଇଁ ସ୍ଵତନ୍ତ୍ର ରିଫୁଏଲିଂ ଭିତ୍ତିଭୂମି ନିର୍ମାଣ କରାଯାଇଛି । ଟ୍ରେନ୍ର ପରିଚାଳନା ପାଇଁ ଭାରତୀୟ ରେଲୱେ ହରିୟାଣାର ଜିନ୍ଦରେ ଦେଶର ବୃହତ୍ତ ହାଇଡ୍ରୋଜେନ୍ ରିଫୁଏଲ୍ ଫ୍ୟାସିଲିଟି ସ୍ଥାପନା କରିଛି ।
ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ
ଦେଶରେ ଏହି ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଟ୍ରେନ୍ର ଡିଜାଇନ୍ରୁ ନେଇ ବୈଷୟିକ ସବୁକିଛି ସ୍ଵଦେଶୀ ଅଟେ । RDSO ବୈଷୟିକ ସହାୟତା ଦେଇଥିବା ମେଧା ସର୍ଭୋ ଡ୍ରାଇଭସ ଟ୍ରେନ୍ ଇଣ୍ଟିଗ୍ରେଟଡ୍ କରିଛି । ଟ୍ରେନର ଏକ୍ସଟରିୟର୍ ଦାୟିତ୍ଵ ଦ ଇଣ୍ଟର୍ଗାଲ୍ କୋଚ୍ ଫ୍ୟାକ୍ଟ୍ରି ହାତରେ ରହିଛି ।
ଏଥିସହ ପଢ଼ନ୍ତୁ: ଚଳନ୍ତା ପାୱାର ଷ୍ଟେସନ୍, ଘଣ୍ଟା ପ୍ରତି ୭୫ କିମି ବେଗ, ସାମ୍ନାକୁ ଆସିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଫଟୋ
ଚଳାଚଳ ବେଳେ ହାଇଡ୍ରୋଜେନ୍ ଟ୍ରେନ୍ର ସୁରକ୍ଷାକୁ ଗୁରୁତ୍ଵ ଦିଆଯାଇଛି । ଏଥିରେ ଏକାଧିକ ସୁରକ୍ଷା ବୈଶିଷ୍ୟ ଯୋଡ଼ା ଯାଇଛି । ହାଇଡ୍ରୋଜେନ୍ ଲିକ୍, ଅତ୍ୟଧିକ ଗରମ, ନିଆଁ ଓ ଧୂଆଁ ଆଦି ନେଇ ଡେମୋ ପ୍ରଦର୍ଶନ କରାଯାଇଛି ।
ତେବେ ଏହି ଟ୍ରେନ୍ ବିଶ୍ଵର ସର୍ବବୃହତ୍ତ ହାଇଡ୍ରୋଜେନ୍ ଟ୍ରେନ୍ ଅଟେ । କାରଣ ବିଶ୍ଵର ଯେଉଁ ଅଳ୍ପ ରାଷ୍ଟ୍ର ଏବେ ହାଇଡ୍ରୋଜେନ୍ ଟ୍ରେନ୍ ପରୀକ୍ଷଣ କରୁଛନ୍ତି ତାଙ୍କର କୋଚ୍ ସଂଖ୍ୟା ୨ରୁ୩ରେ ସୀମିତ । ଭାରତ ଆରମ୍ଭ କରିବାକୁ ଯାଉଥିବା ହାଇଡ୍ରୋଜେନ୍ ଟ୍ରେନ୍ରେ ୧୦ଟି କୋଚ୍ ରହିଛି । ଯାହା ଗୋଟିଏ ଥରରେ ୨୬୦୦ ଯାତ୍ରୀଙ୍କୁ ପରିବହନ କରିବାରେ ସକ୍ଷମ ।
ବିଶ୍ଵର ପ୍ରଥମ ଦେଶ ଭାବେ ଜର୍ମାନୀ ବାଣିଜ୍ୟିକ ହାଇଡ୍ରୋଜେନ୍ ଟ୍ରେନ୍ ସେବା ଆରମ୍ଭ କରିଥିଲା । ଯାହାପରେ ଫ୍ରାନ୍ସ, ଇଟାଲୀ, ଚୀନ, ଜାପାନ ଆଦି ଦେଶ ଏହାର ପରୀକ୍ଷଣ ଆରମ୍ଭ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories