Videos
|
National

Hydrogen Train India / ଚଳନ୍ତା ପାୱାର ଷ୍ଟେସନ୍, ଘଣ୍ଟା ପ୍ରତି ୭୫ କିମି ବେଗ, ସାମ୍ନାକୁ ଆସିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଫଟୋ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଚଳନ୍ତା ପାୱାର ଷ୍ଟେସନ୍, ଘଣ୍ଟା ପ୍ରତି ୭୫ କିମି ବେଗ, ସାମ୍ନାକୁ ଆସିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଫଟୋ
Hydrogen Train India

Key Points

ଭାରତୀୟ ରେଳବାଇ ୧୭ ଜୁଲାଇରେ ହରିୟାଣାର ଜିନ୍ଦରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଆରମ୍ଭ କରିବ। ଏହି ଟ୍ରେନ୍ କୌଣସି ପ୍ରଦୂଷଣ ନକରି ହାଇଡ୍ରୋଜେନ୍ ଇନ୍ଧନ ସେଲ୍‌ ଦ୍ୱାରା ଚଳାଚଳ କରିବ। ଏହାକୁ ରେଳବାଇର ସବୁଜ ପରିବହନ ଅଭିଯାନରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଏ।

First Hydrogen Train India Photo: ୨୦୨୬ ଜୁଲାଇ ୧୭ ତାରିଖରେ ଭାରତୀୟ ରେଳବାଇ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ହେବାକୁ ଯାଉଛି। ଦେଶର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଏହାର ଯାତ୍ରା ଆରମ୍ଭ ପାଇଁ ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଆସନ୍ତା ଶୁକ୍ରବାର (୧୭ ଜୁଲା)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର ଜିନ୍ଦରୁ ଏହି ଐତିହାସିକ ଟ୍ରେନ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ହାଇଡ୍ରୋଜେନ୍ ଟ୍ରେନ୍ ଜିନ୍ଦ-ସୋନିପତ ମଧ୍ୟରେ ଚଳାଚଳ କରିବ।

ହାଇଡ୍ରୋଜେନ୍ ଟ୍ରେନ୍ ଫଟୋ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ନିଜର ସରକାରୀ ଫେସବୁକ୍ ଆକାଉଣ୍ଟରେ ହାଇଡ୍ରୋଜେନ୍ ଟ୍ରେନ୍ ଫଟୋ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, "ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ହରିୟାଣାରୁ ଆରମ୍ଭ ହେବାକୁ ଯାଉଛି।" ତାଙ୍କ ପୋଷ୍ଟ ଏହି ପ୍ରକଳ୍ପ ବିଷୟରେ ବ୍ୟାପକ ଉତ୍ସାହ ସୃଷ୍ଟି କରିଛି।

ଏହି ପ୍ରକଳ୍ପ ଭାରତୀୟ ରେଳବାଇ "ହାଇଡ୍ରୋଜେନ୍ ଫର ହେରିଟେଜ୍" (Hydrogen for Heritage) ପଦକ୍ଷେପର ଏକ ଅଂଶବିଶେଷ। ଏନେଇ ହୋଇଥିବା ଯୋଜନା ଅନୁଯାୟୀ, ରେଳବାଇ ଭବିଷ୍ୟତରେ ଐତିହ୍ୟ ଏବଂ ଗ୍ରାମାଞ୍ଚଳ ମାର୍ଗରେ ଚାଲୁଥିବା ପୁରୁଣା ଡିଜେଲ୍ ଇଞ୍ଜିନ୍ ପାଇଁ ପରିବେଶ ଅନୁକୂଳ ବିକଳ୍ପ ପ୍ରଦାନ କରିବା ପାଇଁ ଆହୁରି ୩୫ ହାଇଡ୍ରୋଜେନ୍ ଟ୍ରେନ୍ ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି।

ଏହା ସହ ପଢନ୍ତୁ: ଚଳନ୍ତା ପାୱାର ଷ୍ଟେସନ୍, ଘଣ୍ଟା ପ୍ରତି ୭୫ କିମି ବେଗ, ସାମ୍ନାକୁ ଆସିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଫଟୋ

କ'ଣ ରହିଛି ଏହି ଟ୍ରେନ୍ ର ବିଶେଷତ୍ୱ?
ନୂତନ ହାଇଡ୍ରୋଜେନ୍ ଟ୍ରେନ୍ ୧୦-କୋଚ୍ ବିଶିଷ୍ଟ ହାଇଡ୍ରୋଜେନ୍ ଚାଳିତ DEMU ସେଟ୍ ଭାବରେ ଡିଜାଇନ୍ କରାଯାଇଛି। ଏଥିରେ ୬୮୨ ସିଟ୍ ଏବଂ ମୋଟ ୨୬୦୦ ଯାତ୍ରୀ ପରିବନ କରିବାକ କ୍ଷମତା ରହିଛି। ପରୀକ୍ଷଣ ସମୟରେ ଏହି ଟ୍ରେନ ଅଧିକ ଗତି ହାସଲ କରିଥିଲା। ହେଲେ ନିୟମିତ କାର୍ଯ୍ୟ ପାଇଁ ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୭୫ କିଲୋମିଟର ସ୍ଥିର କରାଯାଇଛି। ଯେହେତୁ ଏହା ଏକ ପାଇଲଟ୍ ପ୍ରୋଜେକ୍ଟ, ଏହାର ରୋଲଆଉଟ୍ ଏକ ନିୟନ୍ତ୍ରିତ ଏବଂ ସତର୍କତାମୂଳକ ଭାବରେ କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହାଇଡ୍ରୋଜେନ୍ ଟ୍ରେନ ମୋବାଇଲ୍ ପାୱାର ପ୍ଲାଣ୍ଟ ଭାବରେ କାର୍ଯ୍ୟ କରେ। ବାହ୍ୟ ପରିବେଶରୁ ହାଇଡ୍ରୋଜେନ୍ ଗ୍ୟାସ୍ ଏବଂ ଅମ୍ଳଜାନ ଏକ ଇନ୍ଧନ ସେଲ୍ ମଧ୍ୟରେ ମିଶ୍ରିତ ହୁଏ। ଏହି ରାସାୟନିକ ପ୍ରକ୍ରିୟା ବିଦ୍ୟୁତ୍ ଉତ୍ପାଦନ କରେ, ଯାହା ଟ୍ରେନର ବୈଦ୍ୟୁତିକ ମୋଟରକୁ ଶକ୍ତି ପ୍ରଦାନ କରିଥାଏ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା କୌଣସି କ୍ଷତିକାରକ ଧୂଆଁ ନିର୍ଗତ କରେ ନାହିଁ। ବରଂ କେବଳ ଜଳୀୟ ବାଷ୍ପ ଏବଂ ତାପ ଉତ୍ପାଦନ କରିଥାଏ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଟ୍ରେନ ରେଳ ନେଟୱାର୍କକୁ କାର୍ବନ-ମୁକ୍ତ କରିବାର ଲକ୍ଷ୍ୟ ରଖିଥାଏ।। ବିଶେଷକରି ଯେଉଁ ମାର୍ଗରେ ଓଭରହେଡ୍ ପାୱାର ଲାଇନ ବିଛାଇବା ବହୁତ କଷ୍ଟକର କିମ୍ବା ମହଙ୍ଗା ହୋଇଥାଏ। ହାଇଡ୍ରୋଜେନ୍ ଟ୍ରେନ କୌଣସି ବଡ଼ ଭିତ୍ତିଭୂମି ବିନା ବୈଦ୍ୟୁତିକ ଟ୍ରେନ ପରି ସମାନ ପରିବେଶଗତ ଲାଭ ପ୍ରଦାନ କରିଥାଏ। ଯାହା ଡିଜେଲ ଟ୍ରେନ ପରି କିଛି ମିନିଟ୍ ମଧ୍ୟରେ ଇନ୍ଧନ ଭରି ପୁନର୍ବାର ଚାଲୁ କରାଯାଇ ପାରିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India's First Hydrogen Train Launches With 75 KMPH Speed | Argus News