Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗାଡ଼ି ଚାଳକଙ୍କୁ ବଡ଼ ଝଟକା, ବଢ଼ିଲା ପ୍ରିମିୟମ୍‌ ପେଟ୍ରୋଲ୍‌ ଦର୍‌

National

Middle East War Impact / ଗାଡ଼ି ଚାଳକଙ୍କୁ ବଡ଼ ଝଟକା, ବଢ଼ିଲା ପ୍ରିମିୟମ୍‌ ପେଟ୍ରୋଲ୍‌ ଦର୍‌

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଗାଡ଼ି ଚାଳକଙ୍କୁ ବଡ଼ ଝଟକା, ବଢ଼ିଲା ପ୍ରିମିୟମ୍‌ ପେଟ୍ରୋଲ୍‌ ଦର୍‌
Petrol Price

Key Points

ଆଜିଠୁ ବଢ଼ିଲା ପ୍ରିମିୟମ ପେଟ୍ରୋଲ୍‌ ଦାମ୍‌
୨ ଟଙ୍କା ୩୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ନେଇ ସୂଚନା
BPCL ସ୍ପିଡ୍‌, HPCL ପାୱାର, IOCLର XP95 ଦାମ୍‌ ବଢ଼ିଲା
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ମଧ୍ୟରେ ଭାରତରେ ବଢ଼ିଲା ପେଟ୍ରୋଲ୍‌ ଦର । ପେଟ୍ରୋଲିୟମ୍ କମ୍ପାନୀଗୁଡ଼ିକ ପ୍ରିମିୟମ୍ ପେଟ୍ରୋଲର ମୂଲ୍ୟରେ ୨ ଟଙ୍କା ୩୫ ପଇସା ବୃଦ୍ଧି କରିଛନ୍ତି । କିନ୍ତୁ ସାଧାରଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ସେଗୁଡ଼ିକ ପୂର୍ବ ପରି ସମାନ ଦରରେ ବିକ୍ରି ହେଉଛି । ଏହି ବର୍ଦ୍ଧିତ ହାର ୨୦ ମାର୍ଚ୍ଚ ରାତିରୁ ଲାଗୁ ହେବ । BPCLର ସ୍ପିଡ୍, HPCLର ପାୱାର ଏବଂ IOCLର XP95 ର ମୂଲ୍ୟ ଲିଟର ପିଛା ୨.୦୯ ଟଙ୍କାରୁ ୨.୩୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ସାଧାରଣତଃ ଉନ୍ନତ ଇଞ୍ଜିନ କାର୍ଯ୍ୟଦକ୍ଷତା ଏବଂ ଅଧିକ ମାଇଲେଜ୍ ପାଇଁ ପ୍ରିମିୟମ୍ ପେଟ୍ରୋଲ ବ୍ୟବହାର କରାଯାଏ। HPCL, BPCL, ଏବଂ IOCL ପ୍ରିମିୟମ୍‌ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରିଛନ୍ତି ।

ନିୟମିତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ନୂଆଦିଲ୍ଲୀରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୯୪.୭୭ ଟଙ୍କା ଏବଂ ଡିଜେଲର ମୂଲ୍ୟ ପ୍ରତି ଲିଟର ପିଛା ୮୭.୬୭ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୧୦୩.୫୦ ଟଙ୍କା ଏବଂ ଡିଜେଲର ମୂଲ୍ୟ ୯୦.୦୩ ଟଙ୍କା ରହିଛି । ଚେନ୍ନାଇରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୧୦୦.୮୦ ଏବଂ ଡିଜେଲର ମୂଲ୍ୟ ୯୨.୩୯ ଟଙ୍କା ରହିଛି ।

ପ୍ରିମିୟମ୍‌ ପେଟ୍ରୋଲ୍‌ ହେଉଛି ଅଧିକ ଅକ୍ଟାନ୍ ସଂଖ୍ୟା ବିଶିଷ୍ଟ ପେଟ୍ରୋଲ । ସାଧାରଣ ପେଟ୍ରୋଲରେ ଅକ୍ଟାନ୍‌ ସଂଖ୍ୟା ୯୧ ରହିଥିବା ବେଳେ ପ୍ରିମିୟମ୍‌ ପେଟ୍ରୋଲରେ ଅକ୍ଟାନ୍‌ ସଂଖ୍ୟା ୯୫ରୁ ଅଧିକ ରହିଥାଏ । ପ୍ରିମିୟମ୍ ପେଟ୍ରୋଲ ଯାନବାହାନ ଇଞ୍ଜିନଗୁଡ଼ିକୁ ମସୃଣ ଏବଂ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦାନ କରେ । ପ୍ରମୁଖ ସହରଗୁଡ଼ିକର ପ୍ରାୟ ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ଏହା ଉପଲବ୍ଧ । ଏହା ସ୍ପୋର୍ଟସ୍ ବାଇକ୍, କାର, ଟର୍ବୋଚାର୍ଜଡ୍ ଯାନ ଏବଂ ଉଚ୍ଚ-କ୍ଷମତା ସମ୍ପନ୍ନ କାରଗୁଡ଼ିକରେ ବ୍ୟବହୃତ ହୁଏ ।

ଏଥିସହ ପଢ଼ନ୍ତୁ: ମୋଦୀଙ୍କ ମୁଣ୍ଡରୁ ହଟିଲା କରଜ, ଶସ୍ତା ହେବ କି ପେଟ୍ରୋଲ-ଡିଜେଲ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Premium Petrol Price Hiked in India Amid Middle East Tensions | Argus News