Videos
|
National

US President Donald Trump / ଭାରତର ୭% GDP ଅଭିବୃଦ୍ଧିକୁ ଟ୍ରମ୍ପଙ୍କ ପ୍ରଶଂସା, ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କଲା ବିଜେପି

Subhramjit Ray
Browse all articles by Subhramjit Ray
·1 hour ago·2 min read
ଭାରତର ୭% GDP ଅଭିବୃଦ୍ଧିକୁ ଟ୍ରମ୍ପଙ୍କ ପ୍ରଶଂସା, ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କଲା ବିଜେପି
Donald Trump Praises India (Photo Source: Social Media/AI)

Key Points

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ୭ ପ୍ରତିଶତ GDP ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି। ହ୍ୱାଇଟ୍ ହାଉସରେ ଏହି ବୟାନ ପରେ ଭାରତରେ ରାଜନୈତିକ ବିବାଦ ତେଜିଛି। ବିଜେପି ନେତାମାନେ ଏହାକୁ ନେଇ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଟ୍ରମ୍ପ ଆମେରିକାର ସୁଧ ହାର ନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି।

ଶୁକ୍ରବାର (ନଭେମ୍ବର ୨୦) ହ୍ୱାଇଟ୍ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଭାରତର ଜିଡ଼ିପି (GDP) ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲିର ଏହି ସାମ୍ବାଦିକ ସମ୍ମିଳନୀରେ ଦେଶର ୭ ପ୍ରତିଶତ GDP ଅଭିବୃଦ୍ଧିକୁ ଆମେରିକା ରାଷ୍ଟ୍ରପତି ପ୍ରଶଂସା କରିବା ପରେ, ଏବେ ଏହାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏହି ପ୍ରସଙ୍ଗକୁ ବୟାନବାଜି ତୀବ୍ର ହେବାରେ ଲାଗିଛି।

ବିଜେପି ଏହି ପ୍ରସଙ୍ଗରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳକୁ ଟାର୍ଗେଟ କରିଛି। ବିଜେପି କହିଛି ଯେ ସମଗ୍ର ବିଶ୍ୱ ଭାରତର ପ୍ରଗତିକୁ ସ୍ୱୀକାର କରୁଥିବା ବେଳେ, ବିରୋଧି ଦଳ ଦେଶର ଆର୍ଥିକ ସଫଳତାକୁ ଦେଖିବା ପରେ ଆଖି ବନ୍ଦ କରି ଦେଇଛନ୍ତି।

ଭାରତର ୭ ପ୍ରତିଶତ ଅଭିବୃଦ୍ଧି ବିଷୟରେ କାହିଁକି ଉଲ୍ଲେଖ କରିଥିଲେ ଆମେରିକା ରାଷ୍ଟ୍ରପତି?
ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଦର୍ଶାଇ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁଧ ହାର ଉଚ୍ଚ ରଖିବା ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ, "ଫେଡେରାଲ ରିଜର୍ଭ" (US Federal Reserve) କୁ ସୁଧ ହାର ଉଚ୍ଚା ରଖିବାକୁ ନେଇ ଟାର୍ଗେଟ୍ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଅନୁମାନ କରନ୍ତି ଯେ ଯଦି ସୁଧ ହାର ହ୍ରାସ କରାଯାଏ, ତାହେଲେ ଏହା ଦ୍ୱାରା ଆମେରିକାରେ ଋଣ ଶସ୍ତା ହେବ। ତା'ପରେ ଯାଇ ଆମେରିକାର ଅର୍ଥନୀତି ୧୪-୧୫ ପ୍ରତିଶତ କିମ୍ବା ୨୦ ପ୍ରତିଶତ ମଧ୍ୟ ବୃଦ୍ଧି ପାଇପାରିବ।

ଏହା ସହ ପଢନ୍ତୁ: ବିଳି ବିଳୋଉଛନ୍ତି ରାଷ୍ଟ୍ରପତି ଟ୍ରମ୍ପ; ବ୍ରାଜିଲ ନିର୍ବାଚନକୁ ନେଇ କରିଦେଲେ ଏଭଳି ପୋଷ୍ଟ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହ୍ୱାଇଟ୍ ହାଉସ୍ ଠାରେ ଆମେରିକା ରାଷ୍ଟ୍ରପତି କହିଥିଲେ, "ଯଦି ଆପଣ ଭାରତକୁ ଦେଖନ୍ତି, ତାହେଲେ ସେଠାକାର ସୁଧ ହାର କମ୍ ରହିଥିବା ବେଳେ ଜିଡ଼ିପି ଅଭିବୃଦ୍ଧି ହାର ୭ ପ୍ରତିଶତ ରହିଛି। ଆମର ଅର୍ଥନୀତି ୧୪ କିମ୍ବା ୧୫ ହୁଏତ ୨୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ପାରିଥାନ୍ତା। ଏହା ପ୍ରକୃତରେ ଦୁଃଖଦାୟକ ଯେ ଯେତେବେଳେ ଆପଣ ଏତେ ଭଲ କାମ କରୁଛନ୍ତି, ସେତେବେଳେ ଫେଡେରାଲ୍ ରିଜର୍ଭ ସୁଧ ହାର ବୃଦ୍ଧି କରୁଛି।"

ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ବିରୋଧରେ ବର୍ଷିଲା ବିଜେପି
ଆମେରିକା ରାଷ୍ଟ୍ରପତିଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ, ବିଜେପି ନେତା ଆଶିଷ ସୁଦ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତର ପ୍ରଭାବଶାଳୀ ୭ ପ୍ରତିଶତ ଜିଡିପି ଅଭିବୃଦ୍ଧିକୁ ସ୍ୱୀକୃତି ଦେବା ଦେଶର ବଢୁଥିବା ବିଶ୍ୱସ୍ତରୀୟ ବିଶ୍ୱସନୀୟତା ଏବଂ ଅର୍ଥନୈତିକ ଶକ୍ତିକୁ ପ୍ରତିଫଳିତ କରେ। ଯେତେବେଳେ ସମଗ୍ର ବିଶ୍ୱ ଭାରତର ଉଲ୍ଲେଖନୀୟ ପ୍ରଗତିକୁ ସ୍ୱୀକାର କରୁଛି, ସେତେବେଳେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦେଶର ସଫଳତାକୁ ଅଣଦେଖା କରିବାରେ ଲାଗିଛି।