Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ott banned / ୫ଟି OTT ପ୍ଲାଟଫର୍ମ ବ୍ୟାନ, କେଉଁ କେଉଁ OTT ପ୍ଲାଟଫର୍ମ ହେଲା ବ୍ୟାନ ?

Bikash Mohanty
Browse all articles by Bikash Mohanty
·4 months ago·2 min read
୫ଟି OTT ପ୍ଲାଟଫର୍ମ ବ୍ୟାନ, କେଉଁ କେଉଁ OTT ପ୍ଲାଟଫର୍ମ ହେଲା ବ୍ୟାନ ?
Ott

Key Points

୫ଟି OTT ପ୍ଲାଟଫର୍ମ ବ୍ୟାନ
MoodXVIP, Koyal Playpro, Digi Movieplex, Feel ଓ Jugnu 
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ କଲା ବ୍ୟାନ୍ 
‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ କରୁଥିବା ୫ଟି OTT ପ୍ଲାଟଫର୍ମକୁ ବନ୍ଦ କରିଛନ୍ତି। ବ୍ଲକ କରାଯାଇଥିବା ଏହି ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ MoodXVIP, Koyal Playpro, Digi Movieplex, Feel ଏବଂ Jugnu ଅନ୍ତର୍ଭୁକ୍ତ। ଏହି ପ୍ଲାଟଫର୍ମଗୁଡ଼ିକୁ ବନ୍ଦ କରିବା ପାଇଁ ସରକାର ସୂଚନା ପ୍ରଯୁକ୍ତି ନିୟମ ୨୦୨୧ ଏବଂ ଅଶ୍ଳୀଳତା ବିରୋଧୀ ଆଇନ ଅନୁଯାୟୀ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଶାଳୀନତା ରକ୍ଷା କରିବା, ଜାତୀୟ ସ୍ୱାର୍ଥର ସୁରକ୍ଷା ଏବଂ ଡିଜିଟାଲ ପ୍ଲାଟଫର୍ମରେ ନୈତିକତା ବଜାୟ ରଖିବା ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ। ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ଅଶ୍ଳୀଳ ଏବଂ ‘ପର୍ଣ୍ଣୋଗ୍ରାଫିକ୍’ ବିଷୟବସ୍ତୁ ପ୍ରସାରଣ ଅଭିଯୋଗରେ କେନ୍ଦ୍ର ସରକାର ଏକାଧିକ ଆପ୍ ଏବଂ ୱେବସାଇଟ୍ ବ୍ୟାନ କରିଥିଲେ।

ଗତବର୍ଷ ବି କେନ୍ଦ୍ର ସରକାର ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ୨୫ଟି ଓଟିଟି ପ୍ଲାଟଫର୍ମର ୱେବସାଇଟ ଓ ଆପ୍ସ ଉପରେ ବ୍ୟାନ କଲେ ସରକାର । ଚର୍ଚ୍ଚିତ ଓଟିଟି ପ୍ଲାଟଫର୍ମ ଉଲ୍ଲୁ, ଅଲ୍ଟ ବାଲାଜୀ, ଟ୍ରାଇଫ୍ଲିକ୍ସ ସମେତ ୨୫ ଟି OTT ପ୍ଲାଟଫର୍ମକୁ ବ୍ୟାନ୍ କଲେ ସରକାର । ଯେଉଁଥିରେ ବେଆଇନ, ଆପତ୍ତିଜନକ ଏବଂ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରିତ ହେଉଥିଲା । ଏଭଳି ଅଶ୍ଳୀଳତାକୁ ରୋକିବା ପାଇଁ ସରକାର ଏହି ଭଳି ପଦକ୍ଷେପ ନେଇଛନ୍ତି । ସରକାରଙ୍କ ପକ୍ଷରୁ ସୂଚିତ କରାଯାଇଛି ଯେ, ଗୃହ ମନ୍ତ୍ରଣାଳୟ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ, ବୈଦ୍ୟୁତିକ ଓ ପଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ଅଧିକାର ବିଶେଷଜ୍ଞ ସହ ବିଚାର ବିମର୍ଶ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରି ସମସ୍ତ ଇଣ୍ଟରନେଟ୍ ପ୍ରୋଭାଇଡର୍ସଙ୍କୁ ଏସବୁ ଓଟିଟି ଏବଂ ଆପ୍ସ ବନ୍ଦ କରିବାକୁ ଆଦେଶ ଦିଆଯାଇଛି। 
୨୦୨୪ରେ କେନ୍ଦ୍ର ସରକାରଙ୍କୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଉଲ୍ଲୁ ଓ ଅଲ୍ଟ ପ୍ଲାଟଫର୍ମ ସମେତ ଅନ୍ୟ ପ୍ଲାଟଫର୍ମ ବିରୋଧରେ ଅଭିଯୋଗ ମିଳିଥିଲା । ଏହାପରେ ମନ୍ତ୍ରଣାଳୟ ଦ୍ୱାରା ୨୦୨୫ ମେରେ ହସ୍ତକ୍ଷେପ ପରେ ଉଲ୍ଲୁ ଆପରୁ ହାଉସ ଆରେଷ୍ଟ ୱେବ ସିରିଜକୁ ହଟାଯାଇଥିଲା । ସରକାରଙ୍କ କହିବା କଥା ଏହି ସବୁ ଓଟିଟି ପ୍ଲାଟଫର୍ମ ଓ ଆପ୍ସ କାହାଣୀ ବଦଳରେ ଅଶ୍ଳୀଳ ଦୃଶ୍ୟ ଓ ନଗ୍ନତା ଦେଖାଉଥିଲେ । କଣ୍ଟେଣ୍ଟରେ କୌଣସି କାହାଣୀ ନ ଥିଲା ଏବଂ ସାମାଜିକ ସନ୍ଦେଶ ବି ନ ଥିଲା । କେବଳ ଭ୍ୟୁୟରସିପ ପାଇଁ ନଗ୍ନତା ଦେଖାଉଥିଲେ ଏହି ସବୁ ଓଟିଟି ପ୍ଲାଟଫର୍ମ ତେଣୁ ଏହି ସବୁ ଆପକୁ ବ୍ୟାନ୍ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଖୁବଶୀଘ୍ର OTTରେ ରିଲିଜ ହେବ ଲଭ୍‌ୟାପା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ott banned | Indian Government Bans 5 OTT Platforms – MoodXVIP, Koyal Playpro, Digi Movieplex, Feel, Jugnu | Argus News