Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଏଣିକି ଫୋନ୍ ରେ ବାଜିବ ନାହିଁ ଏମରଜେନ୍ସି ଆଲର୍ଟ

National

NDMA Latest Advisory on CB / କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଏଣିକି ଫୋନ୍ ରେ ବାଜିବ ନାହିଁ ଏମରଜେନ୍ସି ଆଲର୍ଟ

Subhramjit Ray
Browse all articles by Subhramjit Ray
·1 hour ago·2 min read
କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଏଣିକି ଫୋନ୍ ରେ ବାଜିବ ନାହିଁ ଏମରଜେନ୍ସି ଆଲର୍ଟ
NDMA Latest Advisory on CB

Key Points

ମେ ମାସରେ, ଭାରତ ସରକାର ଦେଶବ୍ୟାପୀ ସେଲ୍ ବ୍ରଡକାଷ୍ଟ ସିଷ୍ଟମ୍ (CBS) ଆରମ୍ଭ କରିଥିଲେ। ଯାହାକୁ ଦେଶର ବିପର୍ଯ୍ୟୟ ପରିଚାଳନା ଏବଂ ଜରୁରୀକାଳୀନ ଯୋଗାଯୋଗ ଭିତ୍ତିଭୂମିର ଏକ ପ୍ରମୁଖ ଉନ୍ନତି ଭାବରେ ଦେଖାଯାଇଥିଲା।
NDMA  Advisory on no Emergency Alert: ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ (NDMA) ଦ୍ୱାରା ଜାରି ହୋଇଥିବା ଏକ ଆଦେଶ ପରେ, ସମଗ୍ର ଦେଶରେ ସେଲ୍ ବ୍ରଡକାଷ୍ଟ (Cell Broadcast) ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ କରାଯାଇଛି। ଯାହାର ଅର୍ଥ ହେଉଛି ଏଣିକି ଆଉ ଆପଣଙ୍କ ଫୋନ୍ ରେ ବାଜିବ ନାହିଁ ଏମରଜେନ୍ସି ଆଲର୍ଟ (ଜରୁରୀକାଳୀନ ସତର୍କତା)। ଶୁକ୍ରବାର (ଜୁନ ୧୨) ଜାରି ହୋଇଥିବା ପରାମର୍ଶ ପରେ, ବିଭାଗୀୟ ଅଧିକାରୀ ଶନିବାର (ଜୁନ ୧୩) କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସୁନିଶ୍ଚିତ କରିଛନ୍ତି।ଏନେଇ ଅଧିକାରୀ କହିଛନ୍ତି ଯେ ଏହି ନିଷ୍ପତ୍ତିକୁ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ଏହି ସେବା ଅସ୍ଥାୟୀ ଭାବରେ ସ୍ଥଗିତ ରହିବ।

ଏହି ସେବାକୁ ନିଲମ୍ବିତ କରିବା ପାଇଁ ଜାରି ହୋଇଥିବା ଆଦେଶ ଅତ୍ୟନ୍ତ ସମ୍ବେଦନଶୀଳ। କାରଣ ସେଲ୍ ବ୍ରଡ଼କାଷ୍ଟ ବ୍ୟବସ୍ଥା (Cell Broadcast System India) ହେଉଛି ଦେଶର ସବୁଠାରୁ ଶକ୍ତିଶାଳୀ ସାର୍ବଜନୀନ ଚେତାବନୀ ବ୍ୟବସ୍ଥା (Public Warning System)। ଯାହା ମାଧ୍ୟମରେ ଯେକୌଣସି ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତି ସମୟରେ ଆବଶ୍ୟକୀୟ ସତର୍କତା ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚନା ସିଧାସଳଖ ମୋବାଇଲ୍ ବ୍ୟବହାରକାରୀଙ୍କ ପାଖରେ ପହଞ୍ଚା ଯାଇଥାଏ। ହେଲେ ତଥାପି ଅଧିକାରୀ ଏପର୍ଯ୍ୟନ୍ତ ଏହି ସେବା ନିଲମ୍ବନ ହେବା ପଛରେ କ'ଣ କାରଣ ରହିଛି, ସେନେଇ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି।

ଏହା ସହ ପଢନ୍ତୁ: ବଜ୍ରପାତ ହେବା ପୂର୍ବରୁ ଆସିବ ଆଗୁଆ ସତର୍କ ସୂଚନା; ଜାଣନ୍ତୁ କିପରି କରିବେ ବ୍ୟବହାର?

ସେଲ୍ ବ୍ରଡକାଷ୍ଟ ସେବା ହେଉଛି ଜରୁରୀକାଳୀନ ପରିସ୍ଥିତିର "ବ୍ରହ୍ମାସ୍ତ୍ର"
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରାକୃତିକ ବିପର୍ଯ୍ୟୟ, ଗୁରୁତର ସୁରକ୍ଷା ପରିସ୍ଥିତି ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତି ସମୟରେ ରିଅଲ୍-ଟାଇମ୍ ଆଲର୍ଟ (Real Time Alert) ଜାରି କରିବା ପାଇଁ ସେଲ୍ ବ୍ରଡକାଷ୍ଟ ସେବା (Cell Broadcast Service) ବ୍ୟବହୃତ ହୋଇଥାଏ। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ହେଉଛି ଏହା ପାରମ୍ପରିକ ମୋବାଇଲ୍ ନେଟୱାର୍କ କିମ୍ବା ଇଣ୍ଟରନେଟ୍ ସଂଯୋଗ ବିନା ମଧ୍ୟ ଅତ୍ୟନ୍ତ ଦ୍ରୁତ ଗତିରେ କାମ କରିଥାଏ। ଯାହାର ଅର୍ଥ ହେଉଛି ସଙ୍କଟ ସମୟରେ, ନିୟମିତ ମୋବାଇଲ୍ ନେଟୱାର୍କ ବନ୍ଦ ରହିଥିବା ବେଳେ ମଧ୍ୟ, ଏହି ସେବା କାର୍ଯ୍ୟକ୍ଷମ ରହିଥାଏ।

ଅପରେସନାଲ ପ୍ରୋଟୋକଲ୍ ସମ୍ପର୍କରେ ହେଉଛି ସମୀକ୍ଷା
NDMA ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ଆଧାରରେ ଏହି ସେବା ପୁନର୍ବାର କେବେ ଆରମ୍ଭ ହେବା ସେ ସମ୍ପର୍କରେ ସୂଚନା ଉପଯୁକ୍ତ ସମୟରେ ପ୍ରଦାନ କରାଯିବା ନେଇ କହିଛନ୍ତି ବିଭାଗୀୟ ଅଧିକାରୀ। ବର୍ତ୍ତମାନ ପାଇଁ ଏହି ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ପ୍ରଶାସନ ଏହି ବ୍ୟବସ୍ଥାର କାର୍ଯ୍ୟକ୍ଷମତା ଏବଂ ଏହାର ଅପରେସନାଲ ପ୍ରୋଟୋକଲ୍ (Operational Protocols) ସମ୍ପର୍କରେ ଏକ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରୁଛି। ଯାହା ଦ୍ୱାରା ଏହା ନିଶ୍ଚିତ ହୋଇପାରିବ ଯେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଭବିଷ୍ୟତରେ ପୁନର୍ବାର କାର୍ଯ୍ୟକାରୀ ହେବା ସମୟରେ ଅଧିକ ପ୍ରଭାବଶାଳୀ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored