Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

TRP Suspension / ଯୁଦ୍ଧ ଭିତରେ ବଡ଼ ନିଷ୍ପତ୍ତି, ମାସେ ପର୍ଯ୍ୟନ୍ତ କୌଣସି ଚ୍ୟାନେଲକୁ ମିଳିବନି TRP ତଥ୍ୟ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·1 min read
ଯୁଦ୍ଧ ଭିତରେ ବଡ଼ ନିଷ୍ପତ୍ତି, ମାସେ ପର୍ଯ୍ୟନ୍ତ କୌଣସି ଚ୍ୟାନେଲକୁ ମିଳିବନି TRP ତଥ୍ୟ
TRP

Key Points

ନ୍ୟୁଜ୍ ଚ୍ୟାନେଲ ଗୁଡ଼ିକର TRP ଉପରେ ରୋକ୍
ମାସେ ପର୍ଯ୍ୟନ୍ତ କୌଣସି ନ୍ୟୁଜ୍ ଚ୍ୟାନେଲ୍ କୁ ମିଳିବନି TRP ତଥ୍ୟ
ନ୍ୟୁଜ୍ ଚ୍ୟାନେଲ ଗୁଡ଼ିକର TRP ଉପରେ ରୋକ୍ । ମାସେ ପର୍ଯ୍ୟନ୍ତ କୌଣସି ନ୍ୟୁଜ୍ ଚ୍ୟାନେଲ୍‌କୁ ମିଳିବନି TRP ଡାଟା । ଯୁଦ୍ଧ ପରି ସମ୍ବେଦନଶୀଳ ପରିସ୍ଥିତିରେ ଦାୟିତ୍ୱହୀନ ଖବର ପରିବେଷଣ ରୋକିବା ପାଇଁ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି । ଦେଶର ସମସ୍ତ ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ଟିଭି ରେଟିଂ ବା TRP ଉପରେ ରୋକ୍ ଲାଗିଛି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ରଡକାଷ୍ଟ ଅଡିଆନ୍ସ ରିସର୍ଚ୍ଚ କାଉନସିଲ- ବା BARCକୁ ନିର୍ଦ୍ଦେଶ ଜାରି କରିଛି । ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ କୌଣସି ବି ନ୍ୟୁଜ୍ ଚ୍ୟାନେଲର ରେଟିଂ ପ୍ରକାଶ କରାଯାଇପାରିବ ନାହିଁ । ଇସ୍ରାଏଲ-ଇରାନ ସଂଘର୍ଷକୁ ନେଇ କିଛି ନ୍ୟୁଜ୍ ଚ୍ୟାନେଲ ଅନାବଶ୍ୟକ ଭାବେ ଚାଞ୍ଚଲ୍ୟକର ଖବର ପ୍ରସାରଣ କରୁଛନ୍ତି । ଏଭଳି ଖବର ଦ୍ୱାରା ସାଧାରଣ ଜନତାଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହେବାର ଆଶଙ୍କା ରହିଛି । ୨୦୧୪ ଟିଭି ରେଟିଂ ଏଜେନ୍ସି ପଲିସିର ଧାରା ୨୪.୨ ଆଧାରରେ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Government Halts TRP Ratings of News Channels for One Month Amid War Situation | Argus News